୪ ଦିନିଆ ୱାର୍ମ ଅଫ ମ୍ୟାଚରେ ଭାରତ ଆଗ ବ୍ୟାଟିଂ କରୁଛି। ଆଗ ବ୍ୟାଟିଂ କରି ଭାରତ ଏଯାଏ ପ୍ରଥମ ପାରିରେ ୧୭୫ ରନରେ ୭ଟି ୱିକେଟ ହରାଇଛି। ଆଗ ବ୍ୟାଟିଂ କରି ଭାରତ ପକ୍ଷରୁ ଓପନ ଆସିଥିଲେ ରୋହିତ ଶର୍ମା ଏବଂ ସୁଭମନ ଗିଲ। ରୋହିତ ୪୭ ବଲରେ ୨୫ କରି ଆଉଟ ହୋଇଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା। ଗିଲ ୨୮ ବଲରେ ୨୧ କରି ଆଉଟ ହୋଇଥିଲେ।ସେ ୪ଟି ଚୌକା ଲଗାଇଥିଲେ।

ଶ୍ରେୟସ ଅୟର ବିନା ରନ କରି ଆଉଟ ହୋଇଯାଇଥିବା ବେଳେ ବିହାରି ୩ କରି ଆଉଟ ହୋଇଥିଲେ। କେ ଏସ ଭରତ ନ୍ୟୁଜ ଲେଖା ହେବା ବେଳେ ୭୧ ବଲରେ ୩୪ ରନ କରି ନଟ ଆଉଟ ଅଛନ୍ତି। ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଛନ୍ତି। ବିରାଟ କୋହଲି ମଧ୍ୟ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୬୯ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୪ଟି ଚୌକା ଓ ଗୋଟିଏ ଛକା। ରବୀନ୍ଦ୍ର ଜାଡେଜା ୧୩ ବଲରେ ୧୩ କରି ଆଉଟ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।