ବ୍ୟୁରୋ ରିପୋର୍ଟ: ବିରାଟ କୋହଲିଙ୍କ ପ୍ରସଂସକ କେବଳ ଭାରତ ନୁହେଁ ବରଂ ଯେଉଁ ଯେଉଁ ଦେଶରେ କ୍ରିକେଟ ଖେଳାଯାଉଛି ପ୍ରାୟ ସବୁ ଦେଶରେ ଅଛନ୍ତି। ଗ୍ରାଉଣ୍ଡରେ ସେ ଦମଦାର ଦେଖାଯାଇଥାନ୍ତି ସେ ବହୁତ ଶାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି। ଖାସ କରି ସେ ନିଜ ପ୍ରସଂସକଙ୍କୁ କେବେ ନିରାଶ କରନ୍ତିନି ବରଂ ଯେବେବି ମୌକା ମିଳେ ସେ ପ୍ରସଂସକଙ୍କ ଦିନ ବନାଇଦିଅନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ ମ୍ୟାଚରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଥିଲା। ସେ ମ୍ୟାଚ ପରେ ଶ୍ରୀଲଙ୍କାର ନିଜର ଖାସ ପ୍ରସଂସକ ଗୟାନ ସେନାନାୟକେଙ୍କୁ ଭେଟିବାକୁ ପହଁଚିଯାଇଥିଲେ। କୋହଲି ଏକାକି ନୁହେଁ ତାଙ୍କ ସହ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କହିରଖିବୁକି ଗୟାନ ଦିବ୍ୟାଙ୍ଗ ଅଟନ୍ତି।
ଗୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ନିଜ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି,”ଆଜି ବିରାଟ ଓ ରୋହିତଙ୍କ ସହ ଭେଟ ହେଲା”। ସେ ଏହା ପୂର୍ବରୁ ଅନେକ ଇଣ୍ଟରନେସନାଲ ମ୍ୟାଚ ସମୟରେ ନଜର ଆସିଛନ୍ତି।
Sri Lankan fan Gayan Senanayake with Rohit & Kohli. pic.twitter.com/y7d8n4UEIc
— Johns. (@CricCrazyJohns) August 29, 2022
ସେନାନାୟକେ ଶ୍ରୀଲଙ୍କା କ୍ରିକେଟ ଟିମର ବଡ଼ ପ୍ରସଂସକ ଅଟନ୍ତି। ୨୦୧୧ରେ ମଧ୍ୟ ଯେବେ ଶ୍ରୀଲଙ୍କା ଭାରତ ଠୁ ବିଶ୍ୱକପ ଫାଇନାଲ ହାରିଥିଲା ତାହା ସେ ଭୁଲିପାରିନାହାଁନ୍ତି। କିନ୍ତୁସେ ବିରାଟ ଓ ରୋହିତଙ୍କୁ ବହୁତ ପସନ୍ଦ କରିଥାନ୍ତି। ସେ ବିରାଟ ଓ ଅନୁଷ୍କାଙ୍କ ରିସେପ୍ସନ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ।
କହିରଖିବୁକି ଭାରତ ଏସିଆ କପରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ଭାରତୀୟ ବୋଲର ସୁନ୍ଦର ବୋଲିଙ୍ଗ କରି ପାକିସ୍ତାନକୁ ୧୪୭ ରନରେ ଅଲ ଆଉଟ କରିଦେଇଥିଲେ। ଭାରତ ପାଇଁ ଭୁବନେଶ୍ବର କୁମାର ୪ ଓ ହାର୍ଦିକ ପାଣ୍ଡ୍ୟା ୩ ଟି ୱିକେଟ ନେଇଥିଲେ।
ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମର ଆରମ୍ଭ ଭଲ ରହିନଥିଲା। କାରଣ କେ ଏଲ ରାହୁଲ ଶୂନ୍ୟ ରନରେ ପ୍ରଥମ ଓଭରରେ ଆଉଟ ହୋଇଯାଇଥିଲେ। ଅଧିନାୟକ ରୋହିତ ମଧ୍ୟ ୧୦ ରନ କରି ଆଉଟ ହୋଇଗଲେ। ବିରାଟ କୋହଲି ୩୫ ରନର ପାରି ଖେଳିଥିଲେ। ଶେଷରେ ଜାଡେଜା ଓ ହାର୍ଦିକ ସୁନ୍ଦର ବ୍ୟାଟିଙ୍ଗ କରି ଭାରତକୁ ବିଜୟ ଦେଇଥିଲେ। ଭାରତ ଏହି ମ୍ୟାଚକୁ ୫ ୱିକେଟରେ ଜିତିଥିଲା।