ରୋହିତ ଏବଂ କୋହଲିଙ୍କୁ ଟପିଲେ ଦମଦାର ବ୍ୟାଟ୍ସମାନ ଋଷଭ ପନ୍ତ! T-20 ବିଶ୍ୱକପରେ ହୋଇପାରନ୍ତି ମ୍ୟାଚ ୱିନର

ସେ କ୍ରିକେଟର ସବୁ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଏମିତିକି ମ୍ୟାଚ ଭାରତ ମାଟିରେ ଖେଳାଯାଉ କି ଭାରତ ବାହାରେ ଖେଳାଯାଉ ସେ ସବୁ ସ୍ଥାନରେ ଉଚ୍ଚକୋଟୀର ପଦର୍ଶନ କରିଛନ୍ତି। ସେ ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୧୨ ରନ କରି ଆଉଟ ହୋଇ ଯାଇଥିଲେ ହେଲେ ସେ ତାଙ୍କ ନାମରେ ଏମିତି ଏକ ରେକର୍ଡ କରିଛନ୍ତି।

Google

ଭାରତର ଏହି ଜବରଦସ୍ତ ୱିକେଟ କିପର ବ୍ୟାଟ୍ସମାନ ଋଷଭ ପନ୍ତ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚରେ ୧୨ ରନ କରିଥିଲେ ମଧ୍ୟ ସେ ତାଙ୍କ ନାମରେ ଏମିତି ଏକ ରେକର୍ଡ କରିଛନ୍ତି। ସେ ହେଉଛି ଏହି ୨୦୨୨ରେ ଋଷଭ ପନ୍ତ ନିଜ ନାମରେ କ୍ରିକେଟର ତିନୋଟି ଯାକ ଖେଳକୁ ମିଶାଇ ୧୦୦୦ ରନ ପୂରଣ କରିଛନ୍ତି। ଯେଉଁଥିରେ ସେ ୪୪.୯୦ ଆଭରେଜରେ ରନ କରିଛନ୍ତି।

୨୦୨୨ ରେ ସବୁ ଫର୍ମାଟ ମିଶାଇ ମାତ୍ର ୨୪ଟି ମ୍ୟାଚ ଖେଳିଥିଲେ ମଧ୍ୟ ଏହି କମ ମ୍ୟାଚ ଭିତରେ ସେ ତାଙ୍କର ୧୦୦୦ ରନ ପୂରଣ କରିଛନ୍ତି। ଋଷଭ ପନ୍ତ ପଛକୁ ଭାରତୀୟ ଖେଳାଳି ଶ୍ରେୟସ ଆୟର ରହିଛନ୍ତି।

Google

ସେ ସମସ୍ତ ଫର୍ମାଟ ମିଶାଇ ୮୬୬ ରନ କରିଛନ୍ତି। ଏହାପରେ ୫୩୩ ରନ କରି ଏହି ଲିଷ୍ଟର ତିନି ନମ୍ବର ସ୍ଥାନରେ ରହିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଆମ ଭାରତର ଅଧିନାୟକ ୧୮ ମ୍ୟାଚକୁ ମିଶାଇ ମାତ୍ର ୫୦୭ ରନ ହିଁ ବନେଇ ପାରିଛନ୍ତି।

ଋଷଭ ପନ୍ତ ଏବେ ଯେମିତି ରନ ସଂଗ୍ରହ କରୁଛନ୍ତି ଏଇ ବର୍ଷ ଶେଷ ହେଉ ହେଉ ତାଙ୍କର ରନ କରିବାରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇ ପାରେ ବୋଲି କୁହାଯାଇପାରେ। ତେଣୁ ଏ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଋଷଭ ପନ୍ତଙ୍କ ଭାରତ ପାଇଁ ମ୍ୟାଚ ୱିନର ସାବ୍ୟସ୍ତ ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *