ବ୍ୟୁରୋ ରିପୋର୍ଟ: ବିରାଟ କୋହଲିଙ୍କ ଫର୍ମ ପ୍ରାୟ ଆଗ ଅପେକ୍ଷା ଭଲ ନାହିଁ,ତାଙ୍କୁ ଇଣ୍ଟରନେସନାଲରେ ଶତକ ମାରିବାର ଦୁଇ ବର୍ଷରୁ ଅଧିକ ହୋଇଗଲାଣି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ମଧ୍ୟ ତାଙ୍କ ଫର୍ମ ଖରାପ ରହିଲା ଓ ସେ କିଛି ଖାସ ପ୍ରଦର୍ଶନ କରିପାରିଲେନି। ଏହାକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚିନ୍ତିତ ନାହାଁନ୍ତି। ସେ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଚିନ୍ତା କଥାକୁ ଖାରଜ କରି ମଙ୍ଗଳବାରକୁ କହିଛନ୍ତି ଯଦି ତାଙ୍କ ଉପରେ ହେଉଥିବା ଆଲୋଚନା ବନ୍ଦ ହୋଇଯିବ ତେବେ ସବୁ ଠିକ ହୋଇଯିବ।

ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩ଟି ଏକଦିବସିୟ ମ୍ୟାଚରେ ୧୦ରୁ ମଧ୍ୟ କମ ଔସତରେ ୨୬ ରନ କରିଥିଲେ। ୧୪ ବର୍ଷ ଓ ୨୬୦ ଏକଦିବସିୟ କ୍ୟାରିଅରରେ ଏପରି ଦ୍ୱିତୀୟ ଥର ହୋଇଛି ଯେବେସେ ୩ଟି ମ୍ୟାଚର ଏକଦିବସିୟ ସିରିଜରେ ୧୦ରୁ କମ ଔସତରେ ରନ କରିଛନ୍ତି। ଏହି ସିରିଜରେ ତାଙ୍କ ଔସତ ୮.୬ ରହିଛି,୨୦୧୨-୨୦୧୩ରେ ପାକିସ୍ତାନ ବିରୁଦ୍ଧରେ ୩ପାରିରେ ୪.୩୩ ଔସତରେ ୧୩ ରନ କରିଥିଲେ।
ବିରାଟ କୋହଲିଙ୍କୁ କିଛି ସମୟ ପାଇଁ ଏକା ଛାଡିଦିଆଯାଉ:ରୋହିତ ଶର୍ମା:
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ବୁଧବାରକୁ କୋଲକତାରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ସିରିଜ ପୂର୍ବରୁ ଯେବେ ରୋହିତଙ୍କୁ ଭ୍ରଚ୍ୟୁଆଲପ୍ରେସ କନ୍ଫରେନ୍ସରେ ରୋହିତଙ୍କୁ କୋହଲିଙ୍କ ବଡ଼ ସ୍କୋର କରିବାରେ ଅସଫଳ ରହିବା ଉପରେ ପଚରାଯିବାରୁ ସେ କହିଛନ୍ତି,”ଏହାର ଆରମ୍ଭ ଆପଣମାନଙ୍କ ଠୁ ହୋଇଛି। ଯଦି ଆପଣମାନଙ୍କ କଥା ବନ୍ଦ ହେବ ତେବେ ବାକି ଜିନିଷ ଉପରେ ଧ୍ୟାନ ଦିଆଯିବ। କୋହଲି କୌଣସି ପ୍ରେସରରେ ନାହାଁନ୍ତି ଓ ସେ ଜଲ୍ଦି ବଡ଼ ପାରି ଖେଳିବେ”।

ଏହା ପୂର୍ବରୁ ମଧ୍ୟ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ଖରାପ ପ୍ରଦର୍ଶନ ପରେ ମଧ୍ୟ ରୋହିତ କୋହଲିଙ୍କ ଅସଫଳତା ଲୁଚାଉଥିଲେ। ଭାରତୀୟ ଅଧିନାୟକ ଏକ ଖବରକାଗଜରେ କହିଥିଲେ,”କୋହଲିଙ୍କୁ ଆତ୍ମବିଶ୍ୱାସର ଆବଶ୍ୟକତା ଅଛି। ଆପଣ କାହା ବିଷୟରେ କଥାହେଉଛନ୍ତି? ୧୦୦ ରନ କରିବା ଅଲଗା କଥା ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତିନୋଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ମତେ କିଛି ଭୁଲ ଦେଖାଯାଉନାହିଁ। ଟିମ ମ୍ୟାନେଜମେଣ୍ଟ ଏହାକୁ ନେଇ ଜମା ବି ଚିନ୍ତିତ ନାହିଁ”।
ବିରାଟ ଚାପକୁ ସମ୍ଭାଳିବା ଜାଣିଛନ୍ତି:
କୋହଲିଙ୍କ ଫର୍ମକୁ ନେଇ ଲଗାତର ପ୍ରଶ୍ନ ପଚରାଯିବାରୁ ରୋହିତ କହିଲେ,”ସେ ବହୁତ ଭଲ ସ୍ଥିତିରେ ଅଛନ୍ତି ଓ ଏକ ଦଶକରୁ ଭାରତୀୟ ଇଣ୍ଟରନେସନାଲ ଟିମର ଅଂଶ ଅଛନ୍ତି। ସେ ଏତେ ସମୟରୁ ଥିବାରୁ ତାଙ୍କୁ ଜଣାଅଛି ଏହି ପ୍ରେସରକୁ କିପରି ସମ୍ଭାଳଜୀବ। ଏଥିପାଇଁ ମତେ ଲାଗୁଛିକି ଏହାର ଆରମ୍ଭ ଆପଣମାନଙ୍କ ଠୁ ହେବ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।