ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ODI ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଏହି ରେକର୍ଡ ବିରୋଧୀ ଟିମର ଘରେ ସବୁଠୁ ଅଧିକ ରନ କରିବାର ରେକର୍ଡ। ଯେମିତି ସେ ବୁଧବାରକୁ ନିଜ ପାରିର ୯ ରନ ପୁରା କଲେ ସେ ବିରୋଧୀ ଟିମର ଘରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଗଲେ। ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଯେବେ ସେ ପ୍ରଥମ ଏକଦିବସିୟରେ ଓହ୍ଲାଇଲେ ସେ ବିରୋଧୀ ଟିମର ଘରେ ତାଙ୍କ ନାମରେ ୫୦୫୭ ରନ ଥିଲା। ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ ଏହି ରେକର୍ଡ ୧୪୭ ମ୍ୟାଚରେ ୫୦୬୫ ରନ କରି କରିଥିଲେ। ବିରାଟ ୧୦୮ ମ୍ୟାଚରେ ଏହି ରେକର୍ଡ ଭାଙ୍ଗିଦେଇଛନ୍ତି। ମାନେ ବିରାଟ ସଚିନଙ୍କ ଠୁ ୩୯ କମ ମ୍ୟାଚ ଖେଳି ଏହି ରେକର୍ଡ଼ କରିଛନ୍ତି।
ବିରାଟ ବିରୋଧୀ ଟିମର ଘରେ କେତେ ରନ କରିଛନ୍ତି ଏହା ଜାଣିବା ପୂର୍ବରୁ କହିରଖିବୁ ଏହି ରନ ହେଉଛି ବିଦେଶରେ କରିଥିବା ରନ ନୁହେଁ ବରଂ ବିରୋଧୀ ଟିମର ଘରେ କରିଥିବା ରେକର୍ଡ। କହିରଖିବୁ ଯଦି ବିରାଟ କୋହଲି ଯଦି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦକ୍ଷିଣ ଆଫ୍ରିକାରେ ମ୍ୟାଚ ଖେଳିବେ ତେବେ ଏହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆୱେ ମ୍ୟାଚ ଅଟେ। ଯଦି ବିରାଟ ଦକ୍ଷିଣ ଆଫ୍ରିକା ସହ କୌଣସି ଅନ୍ୟ ବିଦେଶ ଗ୍ରାଉଣ୍ଡରେ ଖେଳିବେ ତେବେ ଏହା ନ୍ୟୁଟ୍ରଲ ମ୍ୟାଚ କୁହାଯାଇଥାଏ। ଯେବେ ଆମେ ବିଦେଶ ଗ୍ରାଉଣ୍ଡର୍ସ ମ୍ୟାଚ କଥା କହିଥାଉ ସେବେ ଆୱେ ଓ ନ୍ୟୁଟ୍ରଲ ଦୁଇଟା ଯାକକୁ ଯୋଡି ଦିଆଯାଇଥାଏ।
Most runs by an India batter in away ODIs:
Virat Kohli – 5108 runs in 104 innings
Sachin Tendulkar – 5065 runs in 146 innings
MS Dhoni – 4520 runs in 124 innings
Rahul Dravid – 3998 runs in 110 inningsModern Master 🤝Master Blaster#ViratKohli #SachinTendulkar #India #SAvIND pic.twitter.com/7NKQKltgWE
— Wisden India (@WisdenIndia) January 19, 2022
ବିଦେଶ ଗ୍ରାଉଣ୍ଡରେ ୧୧ ହଜାର ରନ କରିଛନ୍ତି ସଚିନ:
ବିରାଟ କୋହଲି ଅବେ ମ୍ୟାଚରେ ୫୧୦୮ ରନ କରିଛନ୍ତି। କିନ୍ତୁ ବିଦେଶରେ କରିଥିବା ରନ କଥା କହିବାତ ବିରାଟ ୭୨୨୬ ରନ କରିଛନ୍ତି। ସେହିପରି ଅବେ ମ୍ୟାଚରେ ୫୦୬୫ ରନ କରିଥିବା ସଚିନ ବିଦେଶରେ ମୋଟ ୧୧୪୫୦ ରନ କରିଛନ୍ତି, ଯାହା ଵିଶ୍ଵ ରେକର୍ଡ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।