ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟର ପୂର୍ଵ ଅଧିନାୟକ ବିରାଟ କୋହଲି ନଭେମ୍ବର ୨୦୧୯ ପରଠୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ମାରିନାହାଁନ୍ତି। ଏହା ତାଙ୍କୁ ଅସୁବିଧାରେ ପକାଇନି କାରଣ ସେ ଭାରତପାଇଁ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିବା ଜାରି ରଖିଥାନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ମୋହାଲିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ବିରାଟଙ୍କର ୧୦୦ ତମ ଟେଷ୍ଟ ଅଟେ। ଏହି ମ୍ୟାଚର ପ୍ରଥମ ପାରିରେ ବିରାଟ ୪୫ ରନ କରି ଆଉଟ ହୋଇଯାଇଛନ୍ତି।

ଏହି ମ୍ୟାଚରେ ଫ୍ୟାନ୍ସ କୋହଲିଙ୍କୁ ୭୧ ତମ ଅନ୍ତରାଷ୍ଟ୍ରୀୟ- ଶତକ ମାରିବାର ଦେଖିବାକୁ ଚାହୁଁଛନ୍ତି କିନ୍ତୁ ଏବେ ଅପେକ୍ଷା ବଢିଯାଇଛି। ଏହି ସମୟରେ ବିରାଟ କହିଛନ୍ତି,”ସେ ନିଜ ହୃଦୟ ଓ ମସ୍ତିଷ୍କରୁ ଭଲ ଖେଳୁଛନ୍ତି, ଯଦି ଫ୍ୟାନ୍ସ ସେ ଶତକ ନମାରିପାରିବା ଦ୍ୱାରା ଅଭିଯୋଗ କରିଛନ୍ତି ତେବେ ଏହା ତାଙ୍କର ଆଶା କାରଣରୁ ଅଟେ”।
ରନ ମେସିନ କୋହଲି ଆଗକୁ କହିଛନ୍ତି,”ଯେବେ ପର୍ଯ୍ୟନ୍ତ ମୁଁ ଭଲ ବ୍ୟାଟିଙ୍ଗ କରୁଛି ଭଲ ଖେଳୁଛି ସେବେ ପର୍ଯ୍ୟନ୍ତ ମତେ କୌଣସି ଚିନ୍ତା ନାହିଁ। ଲୋକ ବଡ଼ ରେକର୍ଡ ଦେଖିଥାନ୍ତି ଓ ବହୁତ କଥା କହିଥାନ୍ତି। ମୁଁ ଏହି ତଥ୍ୟକୁ ଜାଣିଛିକି ମୁଁ ଟିମର ବଡ଼ ପାର୍ଟନରସିପରେ ସାମିଲ ଅଛି। ମୁଁ ଦୃଷ୍ଟିକୋଣ ଏହି ସମୟରେ ସବୁଠୁ ଅଲଗା। ତେଣୁ ଯଦି ଲୋକଙ୍କୁ ମ୍ୟାଚ ପରେ ମ୍ୟାଚ ବଡ଼ ସ୍କୋରଦେଖିବାକୁ ମିଳୁନାହିଁ ତେବେ ଏହା ତାଙ୍କରଆଶା କାରଣରୁ ଅଟେ”।

୯୦ ରନର ପାର୍ଟନରସିପ କରି ଟିମକୁ ସମ୍ଭାଳିଲେ:
ବିରାଟ ଗତ ୨ ବର୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ମାରିପାରିନାହାଁନ୍ତି ସତ କିନ୍ତୁ ଲଗାତର ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଆସିଛି। ଯଦି ଆଜିର ମ୍ୟାଚକୁ ହିଁ ଦେଖିବା ତ ଟିମ ଇଣ୍ଡିଆ ରୋହିତ ଓ ମୟଙ୍କଙ୍କ ୱିକେଟ ଜଲ୍ଦି ହରାଇଦେଇଥିଲା। ବିରାଟ କୋହଲି ହନୁମା ବିହାରୀଙ୍କ ସହ ମିସି ୯୦ ରନର ପାର୍ଟନରସିପ କରି ଟିମକୁ ସମ୍ଭାଳିଥିଲେ।ନିଜ ୪୫ ରନର ପାରି ଦ୍ଵାରା ବିରାଟ ଟେଷ୍ଟ କ୍ରିକେଟରେ ୮ ହଜାର ରନ ପୁରା କଲେ।
ମତେ ରେକର୍ଡର ଚିନ୍ତା ନାହିଁ:
ପ୍ରଥମ ଦିନର ଖେଳ ଶେଷ ପରେ ବିରାଟ କୋହଲି କହିଛନ୍ତି,”ମୁଁ ଲଗାତର ଭଲ ପ୍ରଦର୍ଶନ କରୁଛି ତେଣୁ ମୋ ଠୁ ଅଧିକଆଶା ଅଛି। କିନ୍ତୁ ଆଜି ୯୦ ରନର ପାର୍ଟନରସିପ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣଥିଲା। ଆମର ୨ ୱିକେଟ ୮୦ ରନ ମଧ୍ୟରେ ଚାଲିଯାଇଥିଲା। ସେଥିପାଇଁ ଯେବେ ପର୍ଯ୍ୟନ୍ତ ଆପଣଙ୍କ ଧ୍ୟାନ ସଠିକ ଜିନିଷ ଉପରେ ଅଛି ମୁଁ ରେକର୍ଡ ଉପରେ ଧ୍ୟାନ ଦେଇନଥାଏ ଓ ଏଥିପାଇଁ ଚିନ୍ତିତ ହୋଇନଥାଏ।ଏହି କଥା ଯାହା ବାହାରେ ଚର୍ଚ୍ଚା ହୋଇଥାଏ ଓ ଆଗକୁ ମଧ୍ୟ ହେବ କିନ୍ତୁ ମୁଁ ବ୍ୟକ୍ତିଗତ ରୂପରେ ଏପରି ଭାବେ ନାହିଁ। ମୁଁ ଭଲ ପ୍ରଦର୍ଶନ କରୁଛି ଏହା ମୋ ପାଇଁ ମୁଖ୍ୟ କଥା ଅଟେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।