SA vs IND: ବିରାଟ କୋହଲି କହିଲେ ସାଉଥ ଆଫ୍ରିକା ବିପକ୍ଷରେ ହାରିବା କାରଣ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜର ଶେଷ ବା ନିର୍ଣ୍ଣାୟକ ମ୍ୟାଚରେ ଶୁକ୍ରବାରକୁ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ହାତରୁ ହାରିଛି। ଏହି ମ୍ୟାଚକୁ ଜିତିବା ସହ ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟ ସିରିଜକୁ ୨-୧ରେ ଜିତିଯାଇଛି। ଦକ୍ଷିଣ ଆଫ୍ରିକା ଭାରତକୁ ଇତିହାସ ରଚିବାକୁ ଦେଲାନାହିଁ। ବିରାଟ କୋହଲି ପରାଜୟର କାରଣ ଖରାପ ବ୍ୟାଟିଙ୍ଗକୁ କହିଛନ୍ତି। ତା ସହ ସେ ଏହା ମଧ୍ୟ କହିଛନ୍ତି କି ଖେଳାଳିଙ୍କ ଏକାଗ୍ରତାରେ ମଧ୍ୟ କମି ଆସିଛି।

Google

ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଲକ୍ଷ ମିଳିଥିଲା ଯାହାକୁ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ହାସଲ କରିନେଇଛି। ଏଥିରେ କିଗନ ପିଟରସନ ୮୨ ରନର ମହତ୍ତ୍ୱପୂର୍ଣ୍ଣ ପାରି ଯୋଗଦାନ ଦେଇଛନ୍ତି। ସେ ତୃତୀୟ ଦିନ ଅଧିନାୟକ ଡିନ ଏଲଗର(୩)ଙ୍କ ସହ ୭୮ ରନର ପାର୍ଟନରସିପ କରିଥିଲେ। କୋହଲି କହିଛନ୍ତି,”ମତେ ଲାଗୁଛିକି ଏହା ଆମ ସମସ୍ତଙ୍କ ପାଇଁ ଟେଷ୍ଟ କ୍ରିକେଟରେ ଏକ ସୁନ୍ଦର ମ୍ୟାଚ ଥିଲା। ଆମେ ପ୍ରଥମ ମ୍ୟାଚରେ ସୁନ୍ଦର ବିଜୟ ହାସଲ କରିଥିଲୁ। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ପ୍ରଦର୍ଶନ କରି ଜିତିଥିଲା ଓ ତୃତୀୟ ମ୍ୟାଚରେ ମଧ୍ୟ ସେହି ଲୟକୁ ଜାରି ରଖିଥିଲା। ଆମ ଖେଳାଳିଙ୍କୁ ପାଖରେ ଏକାଗ୍ରତାର କମି ଦେଖାଗଲା ଯାହା ଦକ୍ଷିଣ ଆଫ୍ରିକା ଆମଠୁ ଭଲ କରି ଦେଖାଇଲା”।

ଭାରତ ପାଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବାର ମୌକା ଥିଲା। ଭାରତ ସେଂଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ସୁନ୍ଦର ବିଜୟ ହାସଲ କରି ଭଲ ଆରମ୍ଭ କରିଥିଲା। କିନ୍ତୁ ଟିମ ଜୋହାନବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୭ ୱିକେଟରେ ହାରିଯାଇଥିଲା।  ଭାରତ କେବଳ ବର୍ଷ ୨୦୧୦-୧୧ ରେ ୧-୧ରେ ବରାବରୀ କରିଥିଲା। କୋହଲି କହିଛନ୍ତି,”ଆମ ପରାଜୟର କାରଣ ଥିଲା ବ୍ୟାଟିଙ୍ଗ”।

Google

ଭାରତୀୟ ଅଧିନାୟକ କହିଛନ୍ତି,”ଆବଶ୍ୟକ ସମୟରେ ଏକାଗ୍ରତାର କମି କାରଣରୁ ଆମକୁ ପରାଜୟ ମିଳିଲା। ବିରୋଧୀ ଟିମ ସେହି ସମୟରେ ସୁନ୍ଦର ପ୍ରଦର୍ଶନ ଦେଖାଇଲେ ଯାହା ଦ୍ୱାରା ଟେଷ୍ଟ ସିରିଜ ଜିତିଲେ। ଦକ୍ଷିଣ ଆଫ୍ରିକାର ବୋଲର ଆମ ଉପରେ ଅନେକ ସମୟ ପର୍ଯ୍ୟନ୍ତ ଚାପ ପକାଇ ରଖିଲେ ଯାହା ଦ୍ୱାରା ଆମେ ଭୁଲ କରିବୁ।ସେ ଏହି ପରିସ୍ଥିତିକୁ ଭଲ ଭାବରେ ଜାଣିଛନ୍ତି”।

ଭାରତୀୟ ଟିମର ଦ୍ୱିତୀୟ ପାରି ରିଷଭ ପନ୍ତଙ୍କ ଶତକ ପରେ ମଧ୍ୟ ୧୯୮ରେ ଅଟକିଗଲା। ଏହା ଦ୍ଵାରା ଦକ୍ଷିଣ ଆଫ୍ରିକାକୁ ଛୋଟ ଲକ୍ଷ ମିଳିଲା।କୋହଲି କହିଛନ୍ତି,”ବ୍ୟାଟିଙ୍ଗରେ ସୁଧାର କରିବାର ଆବଶ୍ୟକତା ରହିଛି। ସିରିଜରେ ଆମେ ଲଗାତର ଗୋଟେ ୱିକେଟ ଗଲାପରେ ଲଗାତର ୱିକେଟ ହରାଇଛୁ। ଏହା ଠିକ କଥା ନୁହେଁ ଓ ଏହା ଦ୍ଵାରା ମୁଁ ନିରାଶ ଅଟେ”।

Google

ସେ କହିଛନ୍ତି,”ଆମକୁ ଜଣାଅଛି ଏକ ଟିମ ଉପରେ ଆମେ କେତେ ଲମ୍ବା ଗ୍ରସ୍ତ ଅତିକ୍ରମ କରିଛୁ। ଲୋକ ଆଶା କରୁଥିଲେ କି ଆମେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିବୁ ଏହା ଆମ ପୂର୍ଵ ଖେଳର ସଫଳତା ଅଟେ। ଏଥର କିନ୍ତୁ ଆମେ ଏପରି କରିପାରିଲୁନି ଏହା ସତ୍ୟତା ଅଟେ। ଆମେ ଏହା ସ୍ୱୀକାର କରୁଛୁକି ଭଲ ପ୍ରଦର୍ଶନ ଦ୍ଵାରା ଫେରିବୁ।ଆମେ । ଏହାର ଶ୍ରେୟ ଦକ୍ଷିଣ ଆଫ୍ରିକା ଟିମକୁ ମଧ୍ୟ ଦେବାକୁ ଚାହିଁବୁ”।

କୋହଲି ଏହି ସିରିଜରେ ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ମତେ ଲାଗୁଛି କି ରାହୁଲ ଓପନର ବ୍ୟାଟ୍ସମ୍ୟାନ ହିସାବରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ବହୁତ ଭଲ ଅଟେ। ମୟଙ୍କ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଆମ ବୋଲର ଭଲ କରିଛନ୍ତି ଓ ରିଷଭଙ୍କର ଏହି ପାରି ଖାସ ଥିଲା ଓ ସେଂଚୁରିଆନ ବିଜୟ ମଧ୍ୟ ଖାସ ଥିଲା”।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *