ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶୁକ୍ରବାରକୁ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଏହି ପାରିରେ ନିଜର ପୁରୁଣା ଫର୍ମର ଝଲକ ଦେଖାଇଛନ୍ତି। ସେ ଖେଳ ଶେଷ ପରେ କହିଛନ୍ତି ସେ ନିଜ ଶର୍ଟ ସିଲେକ୍ସନକୁ ନେଇ ଖୁସି ଥିଲେ। କୋହଲି ୪୧ ବଲରେ ୫୨ ରନର ପାରି ଖେଳିଥିଲେ ଯେଉଁଥିରେ ୭ ଟି ଚୌକା ଓ ଗୋଟେ ଛକା ସାମିଲ ଅଛି। ସେ ପୂର୍ଵ ଚାରିଟି ମ୍ୟାଚରେ ଅସଫଳ ରହିଥିଲେ।

କୋହଲି ଷ୍ଟାର ସ୍ପୋର୍ଟରେ କହିଛନ୍ତି,”ମୁଁ ସକରାତ୍ମକ ରହିବାର ଫଇସଲା କରିଥିଲି। କିନ୍ତୁ ଆମେ ରୋହିତ, ଇସାନ ଓ ସୂର୍ଯ୍ୟକୁମାରଙ୍କ ୱିକେଟ ହରାଇଦେଲୁ ଯାହା ପରେ ମୁଁ ଅଧିକ ସମୟ ପିଚରେ ରହିବାକୁ ଚାହୁଁଥିଲି। କିନ୍ତୁ ମୁଁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିଲିନି ଆଉଟ ହୋଇଗଲି। ମୁଁ ନିଜ ଇଛାରେ ଖୁସି ଥିଲି କି ମୁଁ ଶର୍ଟ ଖେଳିବାକୁ ଚାହୁଁଥିଲି।ଅନେକ ଥର ଯେବେ ଆପଣ ଡାଉତ୍ୱରେ ଖେଳିବାକୁ ଚାହିଁଥାନ୍ତି ନିଜକୁ ପଚାରିଥାନ୍ତି କି କଣ ଆପଣ ଆରମ୍ଭରୁ ବଡ଼ ଶର୍ଟ ଖେଳି ରିସ୍କ ନେବାକୁ ଚାହୁଁଛନ୍ତି। କିନ୍ତୁ ଆପଣ ଭୁଲ କରିବାକୁ ଚାହାଁନ୍ତିନି ଆପଣ ନିଜ ଶର୍ଟ ମଧ୍ୟ ଖେଳିବାକୁ ଚାହିଁଥାନ୍ତି। ଆପଣ ଏହି ସନ୍ତୁଳନ ବଜାଇ ରଖିବାକୁ ଚାହିଁଥାନ୍ତି। ମୁଁ ଆଜି ଖୁସି କି ଏହି ସନ୍ତୁଳନ ରଖିପାରିଛି”।
ପୂର୍ଵ ଭାରତୀୟ ଅଧିନାୟକ ଆଗକୁ କହିଛନ୍ତି,”ୱିକେଟରେ ବଲ ରହିକରି ଆସୁଥିଲା। ତେଣୁ ଯଦି ଆପଣ ସମ୍ଭାଳି କରି ବୋଲିଙ୍ଗ କରିବେ ଆମ ପାଖରେ ଖେଳ ବଞ୍ଚାଇବା ପାଇଁ ଭଲ ସ୍କୋର ଥିଲା। ରିଷଭ ପନ୍ତ ଓ ଭେଙ୍କଟେସ ଅୟର ମଧ୍ୟ ଶେଷ ଓଭର ମାନଙ୍କରେ ଭଲ ପ୍ରଦର୍ଶନ କରିଥିଲେ। ଦୁହେଁ ଆମକୁ ଅତିରିକ୍ତ ୧୦ ରନ ଦେଇଥିଲେ”।
🗣️🗣️Important to back yourself & trust your abilities @imVkohli talks about his mindset after his half-century.#TeamIndia | #INDvWI | @Paytm pic.twitter.com/PfIqS7vofM
— BCCI (@BCCI) February 18, 2022
କୋହଲି ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ମାର୍ଟିନ ଗପଟିଲଙ୍କ ରେକର୍ଡ ଭାଙ୍ଗିପାରିଲେ ନାହିଁ:
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ୫୨ ରନ କରିଥିଲେ କିନ୍ତୁ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିବାରୁ ୪ ରନ ପଛରେ ରହିଗଲେ। ଏହା କୋହଲିଙ୍କର ଟି-୨୦ ଇଣ୍ଟରନେସନାଲରେ ୩୦ ତମ ଅର୍ଦ୍ଧଶତକ ଅଟେ। ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ ଏବେ ମଧ୍ୟ ୧ ନମ୍ବରରେ ଅଛନ୍ତି। ସେ ୧୦୮ ପାରିରେ ୩୩ର ଔସତରେ ୩୨୯୯ ରନ କରିଛନ୍ତି। ଏଥିରେ ସେ ଦୁଇଟି ଶତକ ଓ ୨୦ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ଷ୍ଟାଇକରେଟ ୧୩୭ର ଅଟେ।
ଏହି ଲିଷ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୨୫୬ ରନ ସହ ତୃତୀୟ ନମ୍ବରରେ ଅଛନ୍ତି।ଏଥିରେ ସେ ୪ ଟି ଶତକ ଓ ୨୬ ଅର୍ଦ୍ଧଶତକ ମାରିଛନ୍ତି। କୋହଲି ଏହା ପୁର୍ବରୁ ତିନୋଟି ଏକଦିବସିୟ ଓ ଗୋଟେ ଟି-୨୦ରେ କୌଣସି ଖାସ ପ୍ରଦର୍ଶନ କରିପାରିନଥିଲେ। ତେଣୁ ତାଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିଲା। ସେ ସୁନ୍ଦର ଅର୍ଦ୍ଧଶତକ ମାରି ଆଲୋଚନାର ଜବାବ ଦେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।