ବିରାଟ କୋହଲି ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସହିତ ଏକଦିବସିୟ ଅଧିନାୟକ ପଦ ପରିବର୍ତ୍ତନର କଥା ପ୍ରାୟ ଆପଣ ଜାଣିଥିବେ। ବିରାଟ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଲଗା ଅଲଗା ବୟାନ ପରେ ଭାରତୀୟ କ୍ରିକେଟରେ ଚାଲୁଥିବା ଏହି କଥା ପୁରା କ୍ରିକେଟ ଜଗତରେ ସାମ୍ନାକୁ ଆସିଛି। କ୍ରିକେଟ ଜଗତ ମଧ୍ୟ ଏହାକୁ ନେଇ ଆଲୋଚନା କରୁଥାଇପାରେ। ଯେଉଁଠି ଗୋଟେ ପଟେ ବିରାଟ କୋହଲିଙ୍କ ଏହି ବୟାନକୁ ନେଇ ଆଲୋଚନା କରାଯାଉଛି ଅନ୍ୟ ପଟେ ଦକ୍ଷିଣ ଆଫ୍ରିକାର କ୍ରିକେଟର ତବରେଜ ସମସି ଏହାକୁ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି।

ଦକ୍ଷିଣ ଆଫ୍ରିକାର ସ୍ପିନର ତବରେଜ ସମସି ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଜିଏକି କୋହଲିଙ୍କ ପ୍ରେସ କନ୍ଫରେନ୍ସରେ ପୁରା ପ୍ରଭାବିତ ହୋଇଛନ୍ତି। ଯେଉଁଥିରେ କୋହଲି ସୌରଭ ଗାଙ୍ଗୁଲିଙ୍କ ବୟାନକୁ ଅସ୍ବୀକାର କରିଥିଲେ। ସୋସିଆଲ ମିଡ଼ିଆରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କୋହଲିଙ୍କୁ ସମର୍ଥନ କରିଛନ୍ତି। ସମସି ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ।
ଯେପରି ସୋସିଆଲ ମିଡ଼ିଆରେ କୋହଲି ଓ ବିସିସିଆଇ ମଧ୍ୟରେ ରୀତି ଯୁଦ୍ଧ ପାଇଁ କଳହ ଚାଲିଛି । ତବରେଜ ସମସି ଜଣେ ପ୍ରସଂସକଙ୍କ ଟ୍ୱିଟର ଉତ୍ତର ଦେଇ କହିଛନ୍ତି,”ବିରାଟ କୋହଲିଙ୍କ ପାଇଁ ସୁରକ୍ଷିତ ବିକଳ୍ପ ଗାଙ୍ଗୁଲିଙ୍କ ସହ ସମୀକରଣ ହେବା ଉଚିତ। ଏହା ସତ ଅଟେ କି କୋହଲି ଗ୍ରାଉଣ୍ଡ ବାହାରେ ଓ ଭିତରେ ସେହିପରି ବ୍ୟକ୍ତି ନୁହଁନ୍ତି”।

ବିସିସିଆଇ ୮ ଡିସେମ୍ବରକୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିବା ସମୟରେ ରୋହିତ ଶର୍ମାଙ୍କୁ ଏକଦିବସିୟର ନୂତନ ଅଧିନାୟକ ଘୋଷଣା କରିଥିଲା। ଏହାର ଏକ ଦିନ ପରେ ସୌରଭ ଗାଙ୍ଗୁଲି କହିଥିଲେକି ସେ ବିରାଟ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ କିନ୍ତୁ କୋହଲି ଛାଡିଥିଲେ। ଏହା ପରେ ଚୟନକର୍ତା ସୀମିତ ଓଭର ପାଇଁ ଦୁଇଟି ଅଧିନାୟକ ରଖିବା ପାଇଁ ଚାହିଁଲେନି।
ଏହା ପରେ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଏକ ପ୍ରେସ କନ୍ଫରେନ୍ସରେ କୋହଲି କହିଛନ୍ତି ସୌରଭ ଗାଙ୍ଗୁଲି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ ତାଙ୍କୁ କେବେବି କହିନାହାନ୍ତି ଓ ସେ ଟି-୨୦ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ସହିତ ତାଙ୍କର କୌଣସି ସଂପର୍କ ହୋଇନି। ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ତାଙ୍କ ପାଖୁ ଏହି ଖବର ଆସିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।