ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟର ଜଣାଶୁଣା ବ୍ୟାଟ୍ସମାନ ବିରାଟ କୋହଲି ଜଣେ ଉଚ୍ଚକୋଟୀର ଖେଳାଳି। ସେ ନିଜର ପାରିଦର୍ଶିତା ବଳରେ ଅନେକ ମ୍ୟାଚ ଜିତାଇଛନ୍ତି। ତେବେ କିଛି ମ୍ୟାଚ ହେବ ତାଙ୍କ ଫର୍ମ ଆଗ ପରି ନାହିଁ।

ବିରାଟଙ୍କ ସପୋର୍ଟରେ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବ ବୋଲର ଅଖତାର। ଖୁବଶୀଘ୍ର ସେ ଫର୍ମକୁ ଫେରିବ ବୋଲି ଅଖତାର ଅନୁମାନ କରିଛନ୍ତି।
ଅଖତାର କହିଛନ୍ତି କୋହଲିଙ୍କୁ ସୋସିଆଲ ମିଡିଆ ଏବଂ ସମାଲୋଚକଙ୍କ ଠୁ ଦୂରରେ ରହିବାକୁ ହେବ। କୋହଲି ୭୦ ଶତକ ଲଗାଇଛନ୍ତି, ଏହା କୌଣସି କ୍ୟାଣ୍ଡି କ୍ରସ ଗେମ ନୁହେଁ। ଏତେ ଶତକ ମହାନ ଖେଳାଳି ହିଁ ଲଗାଇପାରିବେ। ସାଧାରଣ ଖେଳାଳି ଏତେ ଶତକ ଲଗାଇପାରିବ ନାହିଁ। କୋହଲି ଯେବେ ଫର୍ମକୁ ଫେରିବେ ସେ ଭିନ୍ନ କୋହଲି ଭାବରେ ଉଭା ହେବେ।

ସେ କହୁଛନ୍ତି କି, କୋହଲିଙ୍କୁ ନିଜ ନେତୃତ୍ୱ ଟାଇମର ଦିନକୁ ଭୁଲିବାକୁ ହେବ। ଏହାଠୁ ଆଗକୁ ଯାଇ କେବଳ ଜଣେ ବ୍ୟାଟର ଭାବେ ଖେଳ ଉପରେ ଧ୍ୟାନ ଦେବାକୁ ହେବ। ଏହାଦ୍ୱାରା କୋହଲି ଆହୁରି ଶକ୍ତିଶାଳୀ ହେବେ। ୩୦ ଶତକ ଆହୁରି କରିବାର ଅଛି।
ତେବର କୋହଲି ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଜବରଦସ୍ତ ବ୍ୟାଟିଂ କରିଥାନ୍ତି। ସେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମାନ ରାଙ୍କିଙ୍ଗସରେ ଅନେକ ଦିନ ରହିଥିଲେ। ତେବେ IPL ଇତିହାସରେ ସେ ଏବେ ଯାଏ ସବୁଠୁ ଅଧିକ ରନ କରିବା ଖେଳାଳି ଅଟନ୍ତି। ତେବେ ତାଙ୍କର ରେକର୍ଡ ଅଛି ବହୁତ, ହୁଏତ ସେ ଏବେ ଆଗ ପରି ଫର୍ମରେ ନାହାନ୍ତି ହେଲେ ପ୍ରାୟ ସବୁ କ୍ରିକେଟ ପ୍ରେମୀ ଜାଣନ୍ତି ସେ କେଉଁ ପରି ଖେଳାଳି ଏବଂ ଆଶା ଅଛି କି ସେ ଆଗ ଭଳି ଫର୍ମକୁ ଜଲଦି ଫେରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।