ବିରାଟ କୋହଲି ଦକ୍ଷିଣ ଆଫ୍ରିକା ନୁହେଁ ବାଙ୍ଗାଲୋରରେ ଖେଳିବେ ନିଜର ୧୦୦ ତମ ଟେଷ୍ଟ , BCCI ସହ ମତଭେଦକୁ ନେଇ ଉଠିଲା ପ୍ରଶ୍ନ

ଭାରତୀୟ ଟିମର ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜୋହାନବର୍ଗରେ ହେଉଥିବା ଦ୍ୱିତୀୟ ଟେଷ୍ଟ ଖେଳୁନାହାନ୍ତି। ତାଙ୍କ ଜାଗାରେ ଅଧିନାୟକତ୍ୱ ସମ୍ଭାଳୁଛନ୍ତି କେ ଏଲ ରାହୁଲ। ପିଠିରେ ଆଘାତ କାରଣରୁ ସେ ଏହି ମ୍ୟାଚ ଖେଳୁନାହାନ୍ତି। ତାଙ୍କ ଜାଗାରେ ଚୂଡାନ୍ତ ଏକାଦଶରେ ହନୁମା ବିହାରୀଙ୍କୁ ଜାଗାମିଳିଛି। ଟସ୍ ଜିତିବା ପରେ ରାହୁଲ କହିଛନ୍ତି,”ଦୃଭାଗ୍ୟ ବଶତଃ ଅଧିନାୟକ କୋହଲି ପିଠିରେ ଆଘାତ କାରଣରୁ ଖେଳୁନାହାନ୍ତି। ତାଙ୍କ ଉପରେ ଫିଜିଓ ଟିମ ନଜର ରଖିଛି ଓ ଆଶା କରୁଛିକି ସେ ଜଲ୍ଦି ଠିକ ହୋଇ ତୃତୀୟ ଟେଷ୍ଟ ଖେଳିବେ”। ଏହା କୋହଲିଙ୍କର ୯୯ ତମ ଟେଷ୍ଟ ଥିଲା କିନ୍ତୁ ସେ ଏହି ମ୍ୟାଚ ଖେଳିପାରିନଥିବାରୁ ସେ ନିଜର ୯୯ ତମ ଟେଷ୍ଟ କେପଟାଉନରେ ଖେଳିବେ। ବିରାଟ ଦକ୍ଷିଣ ଆଫ୍ରିକାରେ ୧୦୦ ତମ ଟେଷ୍ଟ ନଖେଳିବାରୁ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ କଥା କୁହାଯାଉଛି। ଅନେକ ତାଙ୍କ ଅବସର କଥା କହୁଥିବା ବେଳେ ଆଉ କିଛି ବିସିସିଆଇ ସହିତ ତାଙ୍କ ମତଭେଦ କଥା କହୁଛନ୍ତି।

Google

ବିରାଟ କୋହଲି ୧୧ ଜାନୁଆରୀରୁ କେପଟାଉନରେ ହେବାକୁ ଥୁବା ଟେଷ୍ଟରେ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଥାନ୍ତେ କିନ୍ତୁ ଦ୍ୱିତୀୟ ଟେଷ୍ଟ ଖେଳିନଥିବାରୁ ଏହା ଏବେ ସମ୍ଭବ ନୁହେଁ। ଏବେ ସେ ନିଜର ୧୦୦ ତମ ଟେଷ୍ଟ ଭାରତରେ ହିଁ ଖେଳିବେ। ଦକ୍ଷିଣ ଆଫ୍ରିକା ପରେ ଭାରତର ଆଗାମୀ ଟେଷ୍ଟ ସିରିଜ ସ୍ବଦେଶରେ ୨୫ ଫେବୃୟାରୀରୁ ଶ୍ରୀଲଙ୍କା ସହ ହେବ। ତେଣୁ ତାଙ୍କର ୧୦୦ ତମ ଟେଷ୍ଟ ବେଙ୍ଗଲୋରରେ ହୋଇପାରେ ଯେଉଁ ଟିମ ପଟୁ ସେ ଆଇପିଏଲ ଖେଳିଥାନ୍ତି।

ରାହୁଲ ଦ୍ରାଭିଡ କହିଛନ୍ତି ୧୦୦ ତମ ମ୍ୟାଚ ପୂର୍ବରୁ ପ୍ରେସ କନ୍ଫରେନ୍ସରେ ଭେଟିବେ କୋହଲି:ରାହୁଲ ଦ୍ରାଭିଡଙ୍କୁ ଏହା ପଚରାଯିବାରୁକୁ ଏବେ ପର୍ଯ୍ୟନ୍ତ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ପ୍ରେସ କନ୍ଫରେନ୍ସକୁ କଣ ପାଇଁ ଆସିନାହାନ୍ତି। ରାହୁଲ ଦ୍ରାଭିଡ କହିଛନ୍ତି,”ଏହାର କୌଣସି ଖାସ କାରଣ ନାହିଁ ମତେ ଯାହା ଜଣାଅଛି ସେ ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ପୁର୍ବରୁ ପ୍ରେସ କନ୍ଫରେନ୍ସରେ ଭେଟ ହେବେ। ପୂର୍ଵ ୨୦ ଦିନରେ ବିରାଟ ଅସାଧାରଣ ରହିଛନ୍ତି। ତାଙ୍କୁ ନେଇ ଏତେ ଆଲୋଚନା ପରେ ମଧ୍ୟସେ ଯେଉଁଭଳି ଅଭ୍ୟାସ କରିଛନ୍ତି,ଟିମ ସହିତ ଯୋଡିହୋଇଛନ୍ତି ତାହା ବହୁତ ସୁନ୍ଦର ଅଟେ”।

Google

ବିରାଟ କୋହଲି ରାହୁଲ ଦ୍ରାଭିଡଙ୍କ ପ୍ରେସ କନ୍ଫରେନ୍ସ ପରେ କଲେ ଅଭ୍ୟାସ:ରାହୁଲ ଦ୍ରାଭିଡଙ୍କ ସହ ପ୍ରେସ କନ୍ଫରେନ୍ସ ପରେ ବିରାଟ କୋହଲି ଟିମର ଖେଳାଳିଙ୍କ ସହ ଅଭ୍ୟାସ କରିଛନ୍ତି। ବିରାଟ କୋହଲି ନିଜେ ନିଜର ଅଭ୍ୟାସର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। କିନ୍ତୁ ମ୍ୟାଚ ଆରମ୍ଭ ହେବାର ଘଣ୍ଟେ ପୂର୍ବରୁ ସେ ଗ୍ରାଉଣ୍ଡକୁ ଆସି ଇସାରା ଦେଇଥିଲେକି ସେ ଦ୍ୱିତୀୟ ଟେଷ୍ଟ ଖେଳିପାରିବେନି। ଏହା ମଧ୍ୟ ତାଙ୍କ ନଖେଳିବାକୁ ନେଇ ସୋସିଆଲ ମିଡ଼ିଆରେ ଅଲଗା ଅଲଗା କଥା କୁହାଯାଉଛି।

କହିରଖିବୁକି ସୀମିତ ଓଭର ଅଧିନାୟକ ପଦକୁ ନେଇ ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଦ୍ଵନ୍ଦ ହୋଇଥିଲା। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବା ପୂର୍ଵରୁ ପ୍ରେସ କନ୍ଫରେନ୍ସରେ ସୌରଭ ଗାଙ୍ଗୁଲିଙ୍କ ବୟାନକୁ ଅସ୍ବୀକାର କରି କହିଥିଲେ ତାଙ୍କୁ ଟି-୨୦ ଅଧିନାୟକ ପଦ ଛାଡିବାକୁ କେହି ମଧ୍ୟ ମନା କରିନଥିଲେ। ଏହା ପରେ କୋହଲି ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ ଓ ତାଙ୍କୁ ପରେ ଏକଦିବସିୟ ଅଧିନାୟକ ପଦରୁ ମଧ୍ୟ ବାହାର କରିଦିଆଯାଇଥିଲା। ଏହା ପରେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା ମଧ୍ୟ କହିଥିଲେ ସେ ମଧ୍ୟ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବାକୁ କହିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *