କୋହଲିଙ୍କ ଫିଟନେସକୁ ନେଇ କିଛି ଏମିତି କହିଲେ ପୂଜାରା! କଣ ୩ୟ ଟେଷ୍ଟରୁ ବି ରହିବେ ବାହାର?

ସାଉଥ ଆଫ୍ରିକା ଗସ୍ତରେ ଯାଇଥିବା ଭାରତୀୟ ଦଳର ୩ଟି ଟେଷ୍ଟ ଖେଳିବାର ଅଛି। ପ୍ରଥମ ଟେଷ୍ଟ ମ୍ୟାଚକୁ ଜିତି ନେଇଥିବା ଭାରତୀୟ ଦଳ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଖରାପ ବ୍ୟାଟିଂର ସମ୍ମୁଖୀନ ହୋଇଛି। ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ନିଜର ହାର୍ମ ଷ୍ଟ୍ରିଙ୍ଗ ଇଂଜୁରୀ କାରଣରୁ ସାଉଥ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ ଖେଳି ପାରି ନଥିଲେ ଆଘାତ କାରଣରୁ ସେ ସାଉଥ ଆଫ୍ରିକାରେ ହେବାକୁ ଥିବା ପରବର୍ତ୍ତୀ ଏକ ଦିବାସିୟ ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ଏବଂ ବଛା ଯାଇଥିବା ODI ଦଳରେ ତାଙ୍କର ନାମ ନାହିଁ । କେ ଏଲ ରାହୁଲଙ୍କୁ ସେହି ସିରିଜ ପାଇଁ ଟିମର କ୍ୟାପଟେନ କରାଯାଇଛି। ଏଥିମଧ୍ୟରେ କହିରଖିବୁ ଦ୍ୱିତୀୟ ଟେଷ୍ଟରେ କୋହଲି ଖେଳୁନଥିବା ବେଳେ କେ ଏଲ ରାହୁଲ କ୍ୟାପଟେନ ଭୂମିକାରେ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ସୁନ୍ଦର ବ୍ୟାଟିଂ କରି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲେ।

Google

ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଚେତେଶ୍ୱର ପୂଜାରା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଛନ୍ତି। ସେ ଭାରତୀୟ ଖେଳାଳୀଙ୍କୁ ତାଙ୍କ ପ୍ରଦର୍ଶନ ନେଇ ପ୍ରଶଂସା କରିବା ସହିତ ସାଉଥ ଆଫ୍ରିକା ଖେଳାଳିଙ୍କ ଖେଳକୁ ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ। ସେ ସାଉଥ ଆଫ୍ରିକା ବ୍ୟାଟ୍ସମ୍ୟାନ ଏଲଗାରଙ୍କ ଖେଳକୁ ମଧ୍ୟ ପ୍ରଶଂସା କରିଥିଲେ।

ନିଜ ପ୍ରଦର୍ଶନକୁ ନେଇ ପୂଜାରା କହିଥିଲେ ଯେ ଟିମ ମ୍ୟାନେଜମେଣ୍ଟର ଅଜିଙ୍କ୍ୟ ରାହାଣେ ଏବଂ ତାଙ୍କ ଉପରେ ଯଥେଷ୍ଟ ଭରସା ରହିଥିଲା। ସେଥିପାଇଁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସକ୍ଷମ ହେଲେ। ପିଚ ର ଉତ୍ତମ ପ୍ରୟୋଗ କରି ତାଙ୍କ ମଧ୍ୟରେ ଏକ ମଜବୁତ ଭାଗିଦାରୀ ତିଆରି କରିଥିଲେ।, ଯାହାକି ଭାରତୀୟ ଦଳକୁ ୨୪୦ ରନର ଲକ୍ଷ୍ୟ ଦେବାକୁ ସକ୍ଷମ କରିଥିଲା। ଜବାବରେ ସାଉଥ ଆଫ୍ରିକା ଦଳ ମଧ୍ୟ ନିଜ ଲୟକୁ ଫେରିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ସାଉଥ ଆଫ୍ରିକା ଦଳ ଦୁଇଟି ୱିକେଟ ବିନିମୟରେ ୧୧୮ ରନ କରିଛି।

Google

ପୂଜାରା ବିରାଟ କୋହଲିଙ୍କ ଫିଟନେସ ସମସ୍ୟାକୁ ନେଇ ମଧ୍ୟ ନିଜର କିଛି ମତ ରଖିଥିଲେ। କୋହଲି ଏବଂ ଟିମ ଇଣ୍ଡିଆର ଫିଜିଓ ତାଙ୍କ ସମସ୍ୟା ଉପରେ କାର୍ଯ୍ୟ କରୁଛନ୍ତି। ତେଣୁ ଏହାର ସମ୍ପୁର୍ଣ୍ଣ ବିବରଣୀ କେବଳ ବିସିସିଆଇ ହିଁ ଦେଇପାରିବେ। ସେ ବହୁତ ଜଲ୍ଦି ଠିକ ହୋଇଯିବେ ବୋଲି ମଧ୍ୟ ପୂଜାରା କହିଥିଲେ। ଦୁଇଟି ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ କିପରି ଖେଳୁଛି ତାହା ଦେଖିବା ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *