ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଶ୍ରୀଲଙ୍କା ଭିତରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରାୟ ସମର୍ଥକ ମାନଙ୍କୁ ବିରାଟ କୋହଲିଙ୍କର ୭୧ ତମ ଶତକର ଅପେକ୍ଷା ଥିଲା ମାତ୍ର କୋହଲି ନିରାଶ କଲେ ଯେତେବେଳେ ସେ ପ୍ରଥମ ପାଳିରେ ୨୩ ଏବଂ ଦ୍ୱିତୀୟ ପାଳିରେ ୧୩ ରନ କରି ଆଉଟ ହେଇଗଲେ। ତେବେ ଦୁଇଥର ଯାକ ତାଙ୍କୁ ସ୍ପିନ ବୋଲର ମାନେ ହିଁ ଆଉଟ କରିଦେଲେ। ପ୍ରଥମ ପାଳିରେ ତାଙ୍କୁ ଧନଞ୍ଜୟ ଡିସିଲଭା ଏଲବୀଡବ୍ଲୁ କଲେ ଏବଂ ଦ୍ୱିତୀୟ ପାଳିରେ ତାଙ୍କୁ ପ୍ରବୀଣ ଜୟବିକ୍ରମା ଏଲବିଡବ୍ଲୁ କଲେ। ତେବେ ତାଙ୍କର କଣ ଅସୁବିଧା ହେଇଛି? ସେ କଣ ପାଇଁ ଏତେ ଭଲ ଆରମ୍ଭ ସତ୍ତ୍ୱେ ବି ନିଜର ଇନିଂସକୁ ବଡ ଇନିଂସରେ କନଭର୍ଟ କରି ପାରୁନାହାନ୍ତି? ଏହା ବାବଦରେ ଭାରତର ପୂର୍ବ ଓପନିଙ୍ଗ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଏକ ଜବାବ ଦେଇଛନ୍ତି।

ୱାସିମ ଜାଫର ଇଏସପିଏନ କ୍ରିକଇନ୍ଫୋକୁ କହିଲେ କି “ବିରାଟ କୋହଲିଙ୍କର ଟେକନିକରେ କିଛି ବି ଖାମି ନାହିଁ ମାତ୍ର ସେ ରନ କରିପାରୁନାହାନ୍ତି ବୋଲି ତାଙ୍କର ଆତ୍ମବିଶ୍ବାସ ବହୁତ ତଳେ ଅଛି ଏବଂ ଏହା ତାଙ୍କ ବ୍ୟାଟିଂ ଭିତରେ ମଧ୍ୟ ନଜର ଆସୁଛି। ମାତ୍ର ଯଦି ସେ ଥରେ ମାତ୍ର ଶତକ କରି ଦେଉଛନ୍ତି ତାହେଲେ ସେ ପୁନର୍ବାର ଫର୍ମକୁ ଫେରି ଆସିବେ ଆଉ ଦୁନିଆ ପୁଣି ଥରେ ବିରାଟ କୋହଲିଙ୍କର ପୁରାତନ ଅବତାର ଦେଖିବ।”
ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ପୂର୍ବ ୨୮ମାସରୁ ଶତକ ମାରି ପାରିନାହାନ୍ତି। ଏହା ତାଙ୍କର ପ୍ରାୟ ଦୁଇ ବର୍ଷରୁ ଅଧିକ ହେଇଯାଇଛି। ସେ ପୂର୍ବ ଶତକ ୨୦୧୯ ନଭେମ୍ବର ମାସରେ ମାରିଥିଲେ। ସେ ବାଙ୍ଗଲାଦେଶ ବିପକ୍ଷରେ ୧୩୬ ରନର ଇନିଂସ ଖେଳିଥିଲେ। ଏମିତିରେ ତାଙ୍କ ସମର୍ଥକ ମାନଙ୍କୁ ବାଙ୍ଗାଲୋର ଠାରେ ଶତକର ଆଶା ଥିଲା ଯାହା କି ଧୂଳିସାତ ହେଇଗଲା। ସେ ମୋହାଲି ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ୪୫ ରନ କରି ଆଉଟ ହେଇ ଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।