ଅଣ୍ଡର ୧୯ ଫାଇନାଲ ପୂର୍ବରୁ ଭାରତୀୟ ଯୁବ ଟିମକୁ ମନ୍ତ୍ର ଦେଲେ ବିରାଟ କୋହଲି! ଦେଖନ୍ତୁ ଭାଇରଲ ହେଉଥିବା ଫଟୋ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ହରାଇ ୮ମ ଥର ଅଣ୍ଡର-୧୯ ବିଶ୍ୱକପରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ୫ ଫେବୃଆରୀ ଶନିବାର ଦିନ ଇଂଲଣ୍ଡ ସହ ହେବାର ଅଛି। ଏହି ବଡ଼ ମ୍ୟାଚ ପୂର୍ବରୁ ସିନିୟର ଟିମର ପୂର୍ଵ ଅଧିନାୟକ ବିରାଟ କୋହଲି ଯୁବ କ୍ରିକେଟରଙ୍କ ସହ ଭିଡ଼ିଓ କଲରେ କଥା ହୋଇଥିଲେ ଓ ତାଙ୍କୁ କିଛି ଟିପ୍ସ ଦେଇଥିଲେ। ବିରାଟ ନିଜ ଅଧିନାୟକତ୍ୱରେ ଭାରତକୁ ୨୦୦୮ ଅଣ୍ଡର-୧୯ ବିଶ୍ୱକପ ଜିତାଇଥିଲେ।

ଭାରତୀୟ ଅଣ୍ଡର-୧୯ ଟିମର ବର୍ତ୍ତମାନର ସଦସ୍ୟ କୌସଲ ତାମ୍ବେ ଓ ରାଜବଧନ ହୈଗରଗେକର ବିରାଟ କୋହଲିଙ୍କ ସହ କଥାବାର୍ତ୍ତାର ଭିଡ଼ିଓ ଇଂଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି। ହେଙ୍ଗରଗେକର ନିଜ ଇଂଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି,”ବିରାଟ କୋହଲି ଭାଇଙ୍କ ସହ କଥା ହେବା ବହୁତ ଭଲ ଥିଲା। ନିଜ ଜୀବନ ଓ କ୍ରିକେଟ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ କଥା ଶିଖିଲି ଯାହା ଆମକୁ ଆଗାମୀ ସମୟରେ ବହୁତ ସାହାଯ୍ୟ କରିବ ଆଗକୁ ବଢ଼ିବା ପାଇଁ”।

ସେହିପରି କୌସଲ ତାମ୍ବେ ବିରାଟ କୋହଲିଙ୍କୁ ସର୍ଵକାଳୀନ ମହାନତମ ଖେଳାଳି କହିଛନ୍ତି। ସେ ଲେଖିଛନ୍ତି,”ଫାଇନାଲ ପୁର୍ବରୁ ଗୋଟଙ୍କ ସହ କିଛି ମୂଲ୍ୟବାନ ସମୟ”। ଅଣ୍ଡର-୧୯ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ଏଣ୍ଟିଗାର ସର ବିବିୟନ ରିଚର୍ଡସ ଷ୍ଟାଡିୟମରେ ୫ ଫେବୃଆରୀକୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ୟସ ଢୁଲଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ବୁଧବାରକୁ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ୯୬ ରନରେ ହରାଇଥିଲା। ଭାରତୀୟ ଟିମ ୫ ଫେବୃଆରୀକୁ ୫ ମ ଥର ଚମ୍ପିୟାନ ହେବାକୁ ଲକ୍ଷ୍ୟ ରଖି ଓହ୍ଲାଇବ।

ଏଣ୍ଟିଗାର କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମି ଫାଇନାଲ ମ୍ୟାଚରେ ଭାରତୀୟ ଟିମ ଗୋଟେ ସମୟରେ ଦୁଇଟି ୱିକେଟ ଜଲ୍ଦି ଗଳିବା ପରେ ଅସୁବିଧାରେ ଦେଖାଯାଉଥିଲା। କିନ୍ତୁ ଅଧିନାୟକ ୟସ ଢୁଲ ଓ ଉପଅଧିନାୟକ ଶେଖ ରସିଦ ଡବଲ ସତକୀୟ ପାର୍ଟନରସିପ କରି ଟିମକୁ ସମ୍ଭାଳିଲେ। ୟସ ଢୁଲ ୧୧୦ ରନ କରିଥିବା ବେଳେ ଶେଖ ୯୪ ରନ କରିଥିଲେ। ଏହା ଦ୍ଵାରା ଭାରତୀୟ ଟିମ ୫ ୱିକେଟ ହରାଇ ୨୯୦ ରନ କରିଥିଲା। ଅଷ୍ଟ୍ରେଲିଆ ଟିମ ୧୯୪ ରନରେ ଅଲଆଉଟ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *