କୋହଲି ସ୍ପେଶାଲ: ୧୦୦ ତମ ଟେଷ୍ଟରେ ମହାନ ବ୍ୟାଟ୍ସମାନ କୋହଲିଙ୍କୁ ମିଳିଲା ନୂଆ ଉପଲବ୍ଧି, ମିଳିଲା ଗାର୍ଡ ଅଫ ଅନର, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଭାରତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟର କୌଣସି ଫର୍ମାଟର ଅଧିନାୟକ ନାହାଁନ୍ତି।  ସବୁ ଫର୍ମାଟର ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା ଓ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ସୁନ୍ଦର ପ୍ରଦର୍ଶନ କରୁଛି। କୋହଲି କ୍ରିକେଟ ଜଗତର ମହାନ ଖେଳାଳି ମାନଙ୍କ ଭିତରୁ ଜଣେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ ଚାଲିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୦ରେ ସିରିଜ କ୍ଲିନ ସୁଇପ କରିଛି।

ବିରାଟ କୋହଲିଙ୍କୁ ସେହି ସିରିଜରେ ବିଶ୍ରାମ ଦିଆଯାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ୪ ମାର୍ଚ୍ଚରୁ ଆରମ୍ଭ ହୋଇଛି। ଏହି ମ୍ୟାଚ ବିରାଟ କୋହଲିଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ଅଟେ। ସେ ଭାରତ ତରଫରୁ ୧୦୦ ଟେଷ୍ଟ ମ୍ୟାଚ ଖେଳିଥିବା ୧୨ ତମ ଖେଳାଳି ଅଟନ୍ତି।ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୮ ୱିକେଟ ହରାଇ ୫୭୪ ରନରେ ପାରି ଘୋଷଣା କରିଛି। ଏହି ମ୍ୟାଚରେ ବିରାଟ ୪୫ ରନ କରି ଆଉଟ ହୋଇଥିଲେ ଏହା ସହ ସେ ଟେଷ୍ଟର କ୍ୟାରିଅରରେ ୮ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

କହିରଖିବୁ ଭାରତର ପ୍ରଥମ ପାରି ସରିବା ପରେ ଯେବେ ଗ୍ରାଉଣ୍ଡକୁ ଫିଲଡିଙ୍ଗ ପାଇଁ କୋହଲି ଗଲେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ସବୁ ଖେଳାଳିଙ୍କ ମଧ୍ୟରେ ସମ୍ମାନ ସହ ସେ ଯାଇଥିଲେ। ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ତାଙ୍କୁ ଅଭିନନ୍ଦନ ଜଣାଇ ଏକ ସ୍ପେଶାଲ ଟୋପି ମଧ୍ୟ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁନ୍ଦର ୧୭୫ ରନର ନଟ ଆଉଟ ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *