କ୍ରୁନାଲ ପାଣ୍ଡ୍ୟାଙ୍କୁ ନେଇ ଆସୁଛି ବଡ଼ ଖବର। ସେ ଆଗାମୀ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସ୍ ଦଳରେ ନ ରହି ପାରନ୍ତି। ତେବେ ଆମେ ଏହା ପ୍ରାୟ ଭଲ ଭାବରେ ଜାଣୁ କି ଏହି ବର୍ଷ ଆଇପିଏଲରେ ମେଗା ଅକ୍ସନ ହେବାକୁ ଯାଉଛି। ଯାହା ଫଳରେ ପ୍ରତ୍ୟେକ ଦଳର ଖେଳାଳି ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରଖିବା ସହିତ ବାକି ସମସ୍ତ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟା ପାଇଁ ଛାଡ଼ିବେ।

ତେବେ ଏହା ଫଳରେ କ୍ରୁନାଲ ପାଣ୍ଡ୍ୟା ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ନିଜର ଦଳରେ ନ ରଖିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ କ୍ରୁନାଲ ପାଣ୍ଡ୍ୟା ଓ ହାର୍ଦିକ ପାଣ୍ଡ୍ୟା ନୂତନ ଦଳ ଅହମ୍ମଦାବାଦ ସହିତ କଥା ହେଉଥିବା କଥା ଶୁଣିବାକୁ ମିଳୁଛି। ଏହା ସହିତ ଆଉ ଏକ କଥା ସାମ୍ନାକୁ ଆସୁଛି। ତେବେ ସୂଚନା ଅନୁସାରେ କ୍ରୁନାଲ ପାଣ୍ଡ୍ୟା ବରୋଦାର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି।ତେବେ ଏହା ସମସ୍ତଙ୍କୁ ଅଚାନକ ଭାବରେ ଆଶ୍ଚର୍ଯ୍ୟ କରି ଦେଇଥିଲା।
ତେବେ ଗତ ରଣଜି ଟ୍ରଫି ମ୍ୟାଚ ମାନଙ୍କରେ ତାଙ୍କର ପ୍ରଦର୍ଶନ ମଧ୍ୟ ଏତେ ଭଲ ନଥିଲା। ଯେଉଁ କାରଣରୁ ସେ ଏପରି ନିଷ୍ପତି ନେଇଥିବା କଥା ଅନୁମାନ କରାଯାଉଛି। ତେବେ ଅନ୍ୟ ପକ୍ଷରେ ବରୋଦା କ୍ରିକେଟ ସଂଘ କହିଛି କି କ୍ରୁନାଲ ପାଣ୍ଡ୍ୟା ଦଳର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେବେ ଆଗକୁ ମଧ୍ୟ ବିଜୟ ହଜାରେ ଟ୍ରଫି ମଧ୍ୟ ଆରମ୍ଭ ହେବାକୁ ଯାଉଛି।
Krunal Pandya steps down as Baroda captain -India News Cart https://t.co/HxUC6SOsf8
— India News Cart (@IndiaNewsCart1) November 27, 2021
ଏହି ସମୟରେ ବରୋଦା ଦଳ ପାଇଁ କେଦାର ଦେବଧର ତାଙ୍କ ଦଳର ଅଧିନାୟକ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।