ହାର୍ଦିକ ପାଣ୍ଡ୍ୟାଙ୍କ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ଫର୍ମକୁ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ? କଣ ପୁଣି ମୁମ୍ବାଇ ପାଇଁ ଖେଳିବେ କ୍ରୁନାଲ?

ହାର୍ଦିକ ପାଣ୍ଡ୍ୟା ଖରାପ ଫିଟନେସ ପାଇଁ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ସେ ସମସ୍ତଙ୍କ ନଜରରେ ଅଛନ୍ତି। ତାଙ୍କୁ ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜରେ ଜାଗା ମିଳିନାହିଁ। ସେ ଏବେ ଏନସିଏରେ ଅଛନ୍ତି। ଏହା ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ବ୍ୟାଟିଙ୍ଗରେ ଅସଫଳ ରହିଛନ୍ତି। ଆଇପିଏଲ ୨୦୨୨ର କଥା କହିବା ତ ମୁମ୍ବାଇ ଇଣ୍ଡିଆନ୍ସ ଦୁହିଁଙ୍କୁ ରିଟେନ କରିନାହିଁ। ଏଥର ଦୁହିଁଙ୍କୁ ଅକ୍ସନକୁ ଆସି ପାରନ୍ତି।

Google

କ୍ରୁନାଲ ପାଣ୍ଡ୍ୟାଙ୍କ କଥା କହିବା ତ ସେ ବିଜୟ ହଜାରେ ଟ୍ରଫିରେ ଖାସ ପ୍ରଦର୍ଶନ କରିପାରିନାହାନ୍ତି। ବଦୌଡା ତରଫରୁ ଖେଳି ସେ ୪ ଟି ମ୍ୟାଚରେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିପାରିନାହାନ୍ତି। କ୍ରୁନାଲ କର୍ଣ୍ଣାଟକ ବିରୁଦ୍ଧରେ ମାତ୍ର ୨୪ ରନ କରିପାରିଥିଲେ। ଏହି ମ୍ୟାଚ ଟିମ ହାରିଥିଲା। ବୋଲିଙ୍ଗରେ ସେ ଭଲ କରିଥିଲେ ୧୦ ଓଭରରେ ୨୭ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିଲେ।

୩୯ ରନର ବଡ଼ ପାରି ଖେଳିଥିଲେ:କ୍ରୁନାଲ ପାଣ୍ଡ୍ୟାଙ୍କ କଥା କହିବା ତ ସେ ପ୍ରଥମ ମ୍ୟାଚରେ ପଶ୍ଚିମବଙ୍ଗ ବିରୁଦ୍ଧରେ ୩୯ ରନର ସବୁଠୁ ବଡ଼ ପାରି ଖେଳିଥିଲେ। ସେହି ମ୍ୟାଚରେ ସେ ୨ ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ। ଏହା ପର ମ୍ୟାଚରେ ମୁମ୍ବାଇ ବିରୁଦ୍ଧରେ ୭ ରନ କରିଥିଲେ ଓ ଗୋଟେ ୱିକେଟ ନେଇଥିଲେ। ପୁଦୁଚେରୀ ବିରୁଦ୍ଧରେରେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ସେ ୧୦ ରନ କରିଥିଲେ ଓ ଗୋଟେ ୱିକେଟ ଅକ୍ତିଆର କରିଥିଲେ। ମାନେ ୪ ଟି ମ୍ୟାଚରେ ୫ ଟି ୱିକେଟ ନେଇଛନ୍ତି ଓ ବ୍ୟାଟିଙ୍ଗରେ ଅସଫଳ ରହିଛନ୍ତି।

Google

ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ଅସଫଳ ରହିଥିଲେ:ଏହା ପୂର୍ବରୁ ଟି-୨୦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ସେ ଅସଫଳ ରହିଥିଲେ। ସେ ୫ ଟି ମ୍ୟାଚରେ ଗୋଟେ ଅର୍ଦ୍ଧଶତକ ସହ ୮୩ ରନ କରିଥିଲେ ଓ ତାଙ୍କ ଔସତ ୨୧ର ରହିଥିଲା। ସେ ୫୭ ରନର ସବୁଠୁ ବଡ଼ ପାରି ଖେଳିଥିଲେ। ସେ ୬ ଟି ୱିକେଟ ନେଇଥିଲେ। ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ ହେବାର ଚାନ୍ସ ଅଛି , କିଛି ରିପୋର୍ଟ ଅନୁସାରେ ପାଣ୍ଡ୍ୟା ଭାଇ ଘରୋଇ ଟିମ ଅହମ୍ମଦାବାଦ ତରଫରୁ ଖେଳିପାରନ୍ତି। ଆଇପିଏଲ ୨୦୨୨ରେ ଲଖନଉ ଓ ଅହମ୍ମଦାବାଦ ଦୁଇ ନୂଆ ଟିମ ଖେଳିବେ। ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *