ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଅସୁବିଧା କମିବାର ନା ନେଉନାହିଁ। ଅନେକ ଖେଳାଳି ଆଘାତର ସମ୍ମୁଖୀନ ହେଉଛନ୍ତି। ଏସିଆ କପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟରୁ ୟୁଏଇରେ ହେବାକୁଯାଉଛି। ପୂର୍ବରୁ ହିଁ ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆଘାତ କାରଣରୁ ଏସିଆ କପ ୨୦୨୨ରୁ ବାହାର ହୋଇଯାଇଛନ୍ତି।

ଏବେ ଆଉ ଜଣେ ଖେଳାଳିଙ୍କ ନେଇ ଖବର ଆସିଛି। ଇଂଲଣ୍ଡରେ ବାର୍ବୀକସାୟର ତରଫରୁ ଖେଳୁଥିବା ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଗ୍ରୋଇନ ଆଘାତ କାରଣରୁ କମ ସେ କମ ତିନି ସପ୍ତାହ ପର୍ଯ୍ୟନ୍ତ ଗ୍ରାଉଣ୍ଡରୁ ଦୂରରେ ରହିବେ। ସେ ଆଘାତ କାରଣରୁ ସୋମବାର ସନ୍ଧ୍ୟାରେ ଭାରତ ଫେରିଛନ୍ତି। ତାଙ୍କ ଛଡା ଉମେଶ ଯାଦବ, ଚେତେଶ୍ୱର ପୂଜାରା ଓ ଅନ୍ୟ କିଛି ଭାରତୀୟ ଖେଳାଳି ଅଲଗା ଅଲଗା ଟିମ ପଟୁ ଖେଳୁଛନ୍ତି।
କ୍ରୁନାଲ ପାଣ୍ଡ୍ୟା ୧୭ ଅଗଷ୍ଟକୁ ନଟିଙ୍ଘମସାୟର ବିରୁଦ୍ଧରେ ବାର୍ବୀକସାୟର ତରଫରୁ ଖେଳି ୩୭ ରନ କରି ଆଘାତ ହୋଇଯାଇଥିଲେ। ଏହା ପରେ ସେ ଵୋଲିଙ୍ଗ ପାଇଁ ଆସିନଥିଲେ।ମିଡ଼ିଲସେକ୍ସ ଏବଂ ଡରହମ ବିରୁଦ୍ଧରେ ମ୍ୟାଚରେ ମଧ୍ୟ ଖେଳିନଥିଲେ। ଡାକ୍ତର ତାଙ୍କୁ ତିନି ସପ୍ତାହ ଆରାମ କରିବାକୁ କହିଛନ୍ତି। ବାର୍ବୀକସାୟରର ଡ଼ାଇରେକ୍ଟର ଅଫ କ୍ରିକେଟ ପାଲ ଫାରବ୍ରେସ ଜାରି ଏକ ବୟାନରେ କହିଛନ୍ତି ଟୁର୍ଣ୍ଣାମେଣ୍ଟର ଥିବା ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ବାହାର ହେବା ଆମ ପାଇଁ ଦୁଃଖଦ ଖବର ଅଟେ। ସେ ଆମର ଶୁଭକାମନା ସହ କ୍ଳବ ଛାଡୁଛନ୍ତି। ସେ ଟିମ ପାଇଁ ରୋଲ ମଡ଼େଲ ଥିଲେ ଓ ଯୁବ ଖେଳାଳି ତାଙ୍କଠୁ ବହୁତ କିଛି ଶିଖିଥିବେ।
#KrunalPandya's Royal London One-Day Cup campaign for #Warwickshire ends early due to groin injury#royallondoncup https://t.co/JihpsA6PmD
— Zee News English (@ZeeNewsEnglish) August 23, 2022
ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ:
କ୍ରୁନାଲ ପାଣ୍ଡ୍ୟା ଏହି ବର୍ଷ ବାର୍ବୀକସାୟର ତରଫରୁ ୫ ଟି ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୩୪ ଔସତରେ ୧୩୪ ରନ କରିଛନ୍ତି। ସରେ ବିରୁଦ୍ଧରେ ସେ ୮୨ ବଲରେ ୭୪ ରନର ପାରି ଖେଳିଥିଲେ। ଏହା ଛଡା ବାମହାତୀ ଏହି ସ୍ପିନର ୨୫ ଔସତରେ ୯ ୱିକେଟ ମଧ୍ୟ ନେଇଛନ୍ତି। ସେ ସସେକ୍ସ ଓ ଲିଷ୍ଟସାୟର ବିରୁଦ୍ଧରେ ୩-୩ ୱିକେଟ ନେଇଛନ୍ତି। ଟିମ ଏବେ ରୟାଲ ଲଣ୍ଡନ କପରେ ଗ୍ରୁପ ଏ ରେ ୭ ଟି ମ୍ୟାଚରେ ୯ ଅଙ୍କ ସହିତ ୫ମ ସ୍ଥାନରେ ଅଛି। ତେବେ କ୍ରୁନାଲ ପାଣ୍ଡ୍ୟା IPL 2022 ରେ LSG ଟିମରେ ସାମିଲ ଥିଲା। ପାଣ୍ଡ୍ୟା ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ପୂର୍ବରୁ ମୁମ୍ବାଇ ଦଳରେ ଥିଲେ। ପାଣ୍ଡ୍ୟା ଜଣେ ଜବରଦସ୍ତ ଅଲରାଉଣ୍ଡର ଅଟନ୍ତି।

କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଏହି ସିଜନ ପାଇଁ ମହମ୍ମଦ ସିରାଜ ମଧ୍ୟ ବାର୍ବୀକସାୟର ତରଫରୁ ଚୁକ୍ତି କରିଛନ୍ତି। କୁନାଲ ଏଠାରେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ଫେରିବାର ଆଶା ରଖିଛନ୍ତି। ସେ ଶେଷ ଇଣ୍ଟରନେସନାଲ ମ୍ୟାଚ ପୂର୍ଵ ବର୍ଷ ଜୁଲାଇରେ ଖେଳିଥିଲେ। ସେ ଆଇପିଏଲ ୨୦୨୨ରେ ଲକ୍ଷନୌ ସୁପର ଜାଏଣ୍ଟସ ତରଫରୁ ଖେଳିଥିଲେ। ସେବେ ପର୍ଯ୍ୟନ୍ତ ସେ ଟିମ ଇଣ୍ଡିଆ ତରଫରୁ ୫ ଟି ଏକଦିବସିୟ ଓ ୧୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି।