IPL 2022: କୁଲଦୀପ ଯାଦବଙ୍କ ଆକର୍ଷଣୀୟ ବୋଲିଂରେ ଘାଇଲା କୋଲକତା! କଲେ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ!

ବ୍ୟୁରୋ ରିପୋର୍ଟ: କୁଲଦୀପ ଯାଦବ ପୂର୍ଵ ଆଇପିଏଲ ସିଜନରେ କେକେଆର ଟିମରେ ଥିଲେ କିନ୍ତୁ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାକୁ ମିଳିଲାନି। ପରେ ସେ ଆଘାତ କାରଣରୁ ସେହି ସିଜନରୁ ବାହାର ହୋଇଯାଇଥିଲେ। ଆଇପିଏଲ ୨୦୨୨ରେ ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଆଇପିଏଲ ୨୦୨୨ରେ ସେ ୪ ଟି ମ୍ୟାଚରେ ୧୦ ଟି ୱିକେଟ ନେଇସାରିଛନ୍ତି ଓ ଦୁଇ ଥର ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ହୋଇଛନ୍ତି। ଆଇପିଏଲ ୨୦୨୨ରେ ସେ ଦିଲ୍ଲୀ କ୍ୟାପିଟଲ୍ସ ସହ ଖେଳି କେକେଆର ବିରୁଦ୍ଧରେ ୩୫ ରନ ଦେଇ ଚାରିଟି ୱିକେଟ ନେଇଛନ୍ତି। ଏହା ଦ୍ଵାରା ଦିଲ୍ଲୀ ଟିମ ଏହି ସିଜନର ଦ୍ୱିତୀୟ ବିଜୟ ହାସଲ କରିଲା। ପରାଜୟ ସହ କେକେଆର ଟିମ ନମ୍ବର ୧ ସ୍ଥାନରୁ ଖସିଯାଇଛି।

Google

ବାମହାତୀ ସ୍ପିନର କୁଲଦୀପ ଯାଦବ କେକେଆରର ଅଧିନାୟକ ଶ୍ରେୟସ ଅୟରଙ୍କ ସହ ଚାରିଟି ୱିକେଟ ନେଇଛନ୍ତି। ଅଧିନାୟକ ଅୟର ୩୩ ବଲରେ ୫୪ ରନର ପାରି ଖେଳିଥିଲେ। କୁଲଦୀପ ଯାଦବ ନିଜେ ବୋଲିଙ୍ଗ କରି ଉମେଶ ଯାଦବଙ୍କ କ୍ୟାଚ ଧରିଥିଲେ। ଏହି ଭିଡ଼ିଓରୁ ଏହା ସଫା ସଫା ଜଣାପଡୁଛି ସେ ନିଜ ପୁରୁଣା ଟିମ ବିରୁଦ୍ଧରେ ପ୍ରଦର୍ଶନ ପାଇଁ ବ୍ୟାକୁଳ ଥିଲେ। ଅନେକ ପ୍ରସଂସକ ତ ଏହାକୁ ପ୍ରତିଶୋଧ ନେବା କଥା କହୁଛନ୍ତି। କୁଲଦୀପ ବିଜୟ ପରେ କହିଥିଲେ,”ମୁଁ ଦିଲ୍ଲୀ କ୍ୟାପିଟଲ୍ସର ପରିସ୍ଥିତିର ଲୁକ ଉଥାଉଛି ଓ ମତେ ଟିମରୁ ପୁରା ସମର୍ଥନ ମିଳୁଛି। ରିଷଭ ଷ୍ଟମ୍ପପଛରୁ ମଧ୍ୟ ମୋର ପୁରା ସମର୍ଥନ କରୁଛନ୍ତି”।

ପାଖାପାଖି ଗୋଟେ ବର୍ଷରୁ କରୁଛନ୍ତି କାମ:

ଦିଲ୍ଲୀର ଅଧିନାୟକ ଋଷଭ କହିଛନ୍ତି ସେ କୁଲଦୀପ ଯାଦବଙ୍କୁ ପୁରା ମୌକା ଦେବାକୁ ଚେଷ୍ଟା କରିଛନ୍ତି ଯାହା ଦ୍ୱାରା ସେ ନିଜ ଲୟ ଯେପରି ହାସଲ କରିପାରିବେ। ସେ କହିଛନ୍ତି,”କୁଲଦୀପ ଗୋଟେ ବର୍ଷରୁ ନିଜ ଖେଳ ଉପରେ କାମ କରୁଥିଲେ କିନ୍ତୁ ତାଙ୍କୁ ପର୍ଯ୍ୟାପ୍ତ ମୌକା ମିଳୁନଥିଲା। ଆମେ ତାଙ୍କର ଭରପୁର ସମର୍ଥନ କରିବାକୁ ଚେଷ୍ଟା କରିଛୁ ଓ ସେ ଭଲ ପ୍ରଦର୍ଶନ କରିଛନ୍ତି”। ଏହା ପୂର୍ବରୁ କୁଲଦୀପ ଯାଦବ ମୁମ୍ବାଇ ବିରୁଦ୍ଧରେ ୧୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ ଓ ବେଷ୍ଟ ପ୍ଲେୟାର ହୋଇଥିଲେ।

Google

ଦିଲ୍ଲୀ କ୍ୟାପିଟାଲ୍ସର ଏହା ଚାରିଟି ମ୍ୟାଚରେ ଦ୍ୱିତୀୟ ବିଜୟ ଅଟେ। ଟିମ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲା ଓ ନିଜର ପ୍ରଥମ ହିଁ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। କିନ୍ତୁ ଏହା ପରେ ଟିମର ଲୟ ବିଗିଡିଗଲା। ଏହା ପରେ ଟିମ ଗୁଜୁରାଟ ଟାଇଟନ୍ସ ଓ ଲକ୍ଷନୌ ସୁପର ଜାଏଣ୍ଟସ ହାତରେ ହାରିଗଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *