ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନୀ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ ଖାସ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦ୍ୱିତୀୟ ପାରିରେ ନ୍ୟୁଜିଲାଣ୍ଡର ଓପନର ବିଲ ୟଂଙ୍ଗଙ୍କୁ ଆଉଟ କରିବା କ୍ଷଣି ଏହି ବର୍ଷ ଟେଷ୍ଟ ଫର୍ମାଟରେ ୫୦ ୱିକେଟ ପୁରା କଲେ। ଖାସ କଥା ଏହାକି ଏହି ମାମଲାରେ ସେ ଭାରତୀୟ ପୂର୍ଵ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଦେଇଛନ୍ତି।

ଆର ଅଶ୍ୱିନୀ ଏବେ ଗୋଟେ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟରେ ୫୦ବା ତା ଠୁ ଅଧିକ ୱିକେଟ ଅଧିକ ବାର ନେବର ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟେଷ୍ଟରେ ଚତ୍ରୁର୍ଥ ଥର ପାଇଁ ଗୋଟେ କ୍ୟାଲେଣ୍ଡର ବର୍ଷରେ ୫୦ ବା ତା ଠୁ ଅଧିକ ୱିକେଟ ନେଇଛନ୍ତି।ସେ ଏପରି ବର୍ଷ ୨୦୧୫, ୨୦୧୬, ୨୦୧୭ ରେ କରିଥିଲେ। ଭାରତର ସବୁଠୁ ସଫଳ ଟେଷ୍ଟ ବୋଲର ଅନୀଲ କୁମ୍ବଲେ। ଏପରି ତିନିଥର କରିଥିଲେ। ସେ ବର୍ଷ ୧୯୯୬, ୨୦୦୪ ଓ ୨୦୦୬ରେ ଏପରି କରିଥିଲେ।
ଅଶ୍ୱିନୀ ୪ ଥର ଗୋଟେ ବର୍ଷରେ ୫୦ ଟେଷ୍ଟ ୱିକେଟ ନେଇଛନ୍ତି: ଅଫ ସ୍ପିନର ହରଭଜନ ସିଂହ ମଧ୍ୟ ଏପରି ତିନିଥର କରିଛନ୍ତି।ସେ ବର୍ଷ ୨୦୦୧, ୨୦୦୨ ରେ ଲଗାତର ଦୁଇ ବର୍ଷ ଟେଷ୍ଟରେ ଗୋଟେ ବର୍ଷରେ ୫୦ ରୁ ଅଧିକ ୱିକେଟ ନେଇଥିଲେ। ଏହା ପରେ ପୁଣି ବର୍ଷ ୨୦୦୮ରେ ସେ ଏହି କାରନାମା କରିଥିଲେ। ପୂର୍ଵ ଅଧିନାୟକ ଓ ମହାନ ଅଲରାଉଣ୍ଡର କପିଲ ଦେବ ବର୍ଷ ୧୯୭୯ ଓ ୧୯୮୩ ମାନେ ଦୁଇ ଥର ଏହି ଉପଲବ୍ଧି ହାସଲ କରିଛନ୍ତି।

ଏହା ଛଡା ଅଶ୍ୱିନୀ ଭାରତୀୟ ଲେଗ ସ୍ପିନର ଅନୀଲ କୁମ୍ବଲେଙ୍କର ୱାନଖଡେ ଟେଷ୍ଟରେ ସବୁଠୁ ଅଧିକ ୩୮ ୱିକେଟ ନେବାର ରେକର୍ଡ ଭାଙ୍ଗିଦେଇପାରନ୍ତି। ସେ ଏଥିରୁ ଆଉ ଗୋଟେ ୱିକେଟ ଦୂର ଅଛନ୍ତି। ନ୍ୟୁଜିଲାଣ୍ଡ ସହ ୱାନଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ଅଶ୍ୱିନୀ ୩ ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ଅଶ୍ୱିନୀଙ୍କର ୩୭ ୱିକେଟ ଏହି ଗ୍ରାଉଣ୍ଡରେ ହୋଇଯାଇଛି। ଏହି ଲିଷ୍ଟରେ କପିଲ ଦେବ ୨୮ ,ହରଭଜନ ୨୪ ୱିକେଟ ସହିତ ତୃତୀୟ ଓ ଚତ୍ରୁର୍ଥ ସ୍ଥାନରେ ଅଛନ୍ତି।
ଅଶ୍ୱିନୀ କାନପୁରରେ ହରଭଜନଙ୍କର ରେକର୍ଡ ଭାଙ୍ଗିଦେଇଥିଲେ: ଅଶ୍ୱିନୀ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ମୁମ୍ବାଇ ଟେଷ୍ଟର ପ୍ରଥମ ପାରିରେ ୪ ଓ ଦ୍ୱିତୀୟ ପାରିରେ ୩ ଟି ୱିକେଟ ନେଇଛନ୍ତି। ସେ ଏହା ପୁର୍ବରୁ କାନପୁର ଟେଷ୍ଟରେ ୬ ଟି ୱିକେଟ ନେଇଥିଲେ ଓ ଏହା ସହିତ ସେ ଟେଷ୍ଟରେ ହରଭଜନ ସିଂହଙ୍କ ୪୧୭ ୱିକେଟର ରେକର୍ଡ ଭାଙ୍ଗିଦେଇଥିଲେ। ଏବେ ଅନୀଲ କୁମ୍ବଲେ ୬୧୯ ଓ କପିଲ ଦେବ ୪୩୪ ପରେ ସେ ତୃତୀୟ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ବୋଲର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।