ବ୍ୟୁରୋ ରିପୋର୍ଟ: ଚାରିମାସ ପୂର୍ବରୁ କୋହଲି ଭାରତୀୟ କ୍ରିକେଟର ଏକମାତ୍ର ବାଦସାହା ଥିଲେ। ଭାରତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ସେ ଅଧିନାୟକ ଥିଲେ କିନ୍ତୁ ସେ ନିଜେ ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ। ଏହା ପରେ ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଇଦିଆଗଲା ଓ ଶେଷରେ ପରିସ୍ଥିତି ଏପରି ହୋଇଗଲା କି କୋହଲିଙ୍କ ପାଖରେ ଟେଷ୍ଟର ଅଧିନାୟକ ପଦ ଛାଡିଦେଲେ।

ବିରାଟଙ୍କ ବିଷୟରେ ଏକ ସଫଳ ଅଧିନାୟକ ରିଟାର୍ଡ ହର୍ଟ ହୋଇଛି କହିଲେ ଭୁଲ ହେବ ନାହିଁ। ଏହାର କାରଣ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ହାରିବା ଅଟେ। ଏହାର ଫଇସଲା ୧୬ ସେପ୍ଟେମ୍ବରକୁ ତାଙ୍କ ଟ୍ୱିଟ ଦ୍ଵାରା ହୋଇଯାଇଥିଲେ ଯେବେ ସେ ଟି-୨୦ ଅଧିନାୟକ ପଦ ଛାଡିବା ପାଇଁ ଘୋଷଣା କରିଥିଲେ। କାରଣ ସେ କହିଥିଲେ ୨୦୨୩ ବିଶ୍ୱକପକୁ ନିଜର ରଖି ତା ଉପରେ ଧ୍ୟାନ ଦେବା।
କୋହଲିଙ୍କର ସେହି ଟ୍ୱିଟକୁ ପ୍ରାୟ ୪ ମାସ ବିତିଗଲାଣି ଓ ଏବେ କୋହଲିଙ୍କର ନାମ ପୂର୍ଵ ଅଧିନାୟକଙ୍କ ସୂଚରେ ଆସିଯାଇଛି। ଏହି ସମୟର ସବୁଠୁ ମହାନତମ ବ୍ୟାଟ୍ସମ୍ୟାନଙ୍କର ଚାରିମାସ ମଧ୍ୟରେ ଭବିଷ୍ୟତ ଏପରି ବଦଳିଯିବ ତାହା କେହି ଭାବିନଥିଲେ।

କ୍ରିକେଟ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଥିବ କି ଭାରତର ଆଗାମୀ ଟେଷ୍ଟ ଅଧିନାୟକ କିଏ ହେବ। ଏହି ଲିଷ୍ଟରେ ରୋହିତ ଶର୍ମାଙ୍କ ନାମ ସର୍ଵ ପ୍ରଥମେ ହେବ। ଦକ୍ଷିଣ ଆଫ୍ରିକା ସିରିଜରେ ରୋହିତ ଟେଷ୍ଟର ଉପଅଧିନାୟକ ଥିଲେ ଓ ତାଙ୍କର ଅଧିନାୟକ ହେବାର ସମ୍ଭାବନା ଅଧିକ। ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜରେ ସେ ଟେଷ୍ଟ ଅଧିନାୟକ ରୂପରେ କାର୍ଯ୍ୟଭାର ସମ୍ଭାଳିପାରନ୍ତି।
ଅଧିକ କାର୍ଯ୍ୟଭାରକୁ ଦେଖି ରୋହିତ ମଧ୍ୟ ବିଶ୍ରାମ ନେବେ ତ କେ ଏଲ ରାହୁଲ ଅଧିନାୟକ ହୋଇପାରନ୍ତି। ରାହୁଲ ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ବିସିସିଆଇ ଅଧିକାରୀଙ୍କ ସୂଚନା ଅନୁସାରେ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପୂର୍ବରୁ ବିସିସିଆଇ ସହ କଥା ହୋଇନଥିଲେ। ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ହୋଇଥିବା ପ୍ରେସ କନ୍ଫରେନ୍ସ ପରେ ଏହାର ଆଶା ମଧ୍ୟ କମ ହିଁ ଥିଲା।

ବିରାଟ ଏହି ବୟାନ ପୂର୍ବରୁ ବିସିସିଆଇକୁ କେବଳ ଏତିକି କହିଥିଲେକି ସେ ଥକିଯାଇଛନ୍ତି। କୋଚ ରାହୁଲ ଦ୍ରାଭିଡ଼ ଏବେ ଭବିଷ୍ୟତ ପାଇଁ ଦଳ ପ୍ରସ୍ତୁତ କରୁଛନ୍ତି। କୋହଲି ଅଧିନାୟକ ନଥିବାରୁ ଏବେ ବ୍ୟାଟ୍ସମ୍ୟାନ କୋହଲିଙ୍କ ଉପରେ ସମସ୍ତଙ୍କ ଧ୍ୟାନ ରହିବ। ବୋର୍ଡ ସଚିବ ଜୟ ସାହା କୋହଲିଙ୍କ ଏହି ନିସ୍ପତି ଦ୍ଵାରା ଯେଉଁ ଭଳି ପ୍ରତିକ୍ରିୟା ଦେଇଥିଲେ ଏହା ଦ୍ଵାରା ଜଣାପଡୁଛି ସେ ଏହାକୁ ସ୍ୱୀକାର କରିନେଇଛନ୍ତି।
ଦକ୍ଷିଣ ଆଫ୍ରିକା ସହ ତିନୋଟି ଟେଷ୍ଟ ମ୍ୟାଚର ସିରିଜରେ ମିଳିଥିବା ପରାଜୟ ଓ ବ୍ୟାଟିଙ୍ଗରେ କିଛି ଖାସ ପ୍ରଦର୍ଶନ କରିପାରିନଥିବାରୁ କୋହଲି ହତାଶ ହୋଇପଡିଥିଲେ। ତାଙ୍କ ସପୋର୍ଟ ଷ୍ଟାପ ରବି ଶାସ୍ତ୍ରୀ ମଧ୍ୟ ବଦଳିଯାଇଥିଲେ। କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ଲେଖାରେ ଯେଉଁ ବୟାନ ଦେଇଥିଲେ ସେଥିରେ ରବି ଶାସ୍ତ୍ରୀ ଓ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ଲେଖାଯାଇଥିଲା।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।