IPL 2022 ରେ ଏକ ମ୍ୟାଚ ଯାହାକି KKR ସହିତ LSG ର ଖେଳାଯାଉଥିଲା। ଏହି ମ୍ୟାଚରେ LSG ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୭୬ ରନ କରିଥିଲା। ଜବାବରେ କୋଲକତା ୧୦୧ ରନରେ ଅଲଆଉଟ ହୋଇଯାଇଥିଲା।
WHAT A WIN this for the @LucknowIPL. They win by 75 runs and now sit atop the #TATAIPL Points Table.
Scorecard – https://t.co/54QZZOwt2m #LSGvKKR #TATAIPL pic.twitter.com/NYbP1S2xIt
— IndianPremierLeague (@IPL) May 7, 2022
ଲକ୍ଷନୌ ପକ୍ଷରୁ ସୁନ୍ଦର ବ୍ୟାଟିଂ କରିଥିଲେ କ୍ୱିଣ୍ଟନ ଡି କକ। ସେ ସୁନ୍ଦର ଅର୍ଦ୍ଧଶତକ ଲଗାଇଥିଲେ। ୨୯ ବଲରେ ସେ ୫୦ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୪ଟି ଚୌକା ଓ ୩ଟି ଛକା। କେ ଏଲ ରାହୁଲ ରନ ଆଉଟ ହୋଇଯାଇଥିଲେ।
ଦିପକ ହୁଡ୍ଡା ଏବଂ କ୍ରୁନାଲ ପାଣ୍ଡ୍ୟା ପାରି ସମ୍ଭାଳିଥିଲେ। ଦୀପକ ୨୭ ବଲରେ ୪୧ କରିଥିଲେ। ସେ ୨ଟି ଛକା ଓ ୪ଟି ଚୌକା ଲଗାଇଥିଲେ। କ୍ରୁନାଲ ପାଣ୍ଡ୍ୟା ୨୫ ରନ କରିଥିଲେ। ଶେଷ ଆଡେ ସୁନ୍ଦର ବ୍ୟାଟିଂ କରିଥିଲେ ମାର୍କସ ଷ୍ଟୋଇନିକ୍ସ ଏବଂ ଯେସନ ହୋଲଡ଼ର। ଷ୍ଟୋଇନିକ୍ସ ୧୪ ବଲରେ ୨୮ କରିଥିବା ବେଳେ ହୋଲଡ଼ର ୪ ବଲରେ ୧୩ କରିଥିଲେ।
That's a fine 50-run partnership between QDK and Deepak Hooda.
Live – https://t.co/54QZZOwt2m #LSGvKKR #TATAIPL pic.twitter.com/qP0YtAkrZi
— IndianPremierLeague (@IPL) May 7, 2022
KKR ର ଆରମ୍ଭ ଭଲ ରାହିନଥିଲା। ବିନା ରନ କରି ପ୍ରଥମ ଓଭରରେ ଆଉଟ ହୋଇଯାଇଥିଲେ ବାବା ଇନ୍ଦ୍ରଜିତ। ଫିଞ୍ଚ ମଧ୍ୟ ୧୪ କରି ଆଉଟ ହୋଇଯାଇଥିଲେ। ଶ୍ରେୟସ ଅୟର ୬, ନୀତିଶ ରାଣା ୨, ରୀଙ୍କୁ ସିଂ ୬, ସୁନୀଲ ନାରିନ ୨୨ କରି ଆଉଟ ହୋଇଯାଇଥିଲେ।
ଆନ୍ଦ୍ର ରସେଲ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୯ ବଲରେ ୪୫ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା ଓ ୫ଟି ଛକା।

ଏହି ବିଜୟ ସହ ଲକ୍ଷନୌ ସୁପର ଜାଏଂଟସ ପଏଂଟସ ଟେବୁଲରେ ନମ୍ବର ୧ ସ୍ଥାନରେ ପଂହଁଚିଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।