LSG vs MI: ମୁମ୍ବାଇକୁ ମିଳିଲା ଲଗାତର ୬ମ ପରାଜୟ! ରାହୁଲଙ୍କ ଶତକ ବଳରେ ଜିତିଲା ଲକ୍ଷନୌ!

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତର ୬ ନମ୍ବର ପରାଜୟ ମିଳିଲା। ଲକ୍ଷନୌ ସହ ବ୍ରେବୋନ ଷ୍ଟାଡିୟମରେ ଖେଳୁଥିବା ମ୍ୟାଚରେ ମୁମ୍ବାଇ ୧୮ ରନରେ ହାରିଗଲା। ଏହି ମ୍ୟାଚରେ ଲକ୍ଷନୌ ପ୍ରଥମେ ବ୍ୟାଟିଙ୍ଗ କରି କେ ଏଲ ରାହୁଲଙ୍କ ଶତକ ଦ୍ଵାରା ମୁମ୍ବାଇ ସାମ୍ନାରେ ୨୦୦ ରନର ଲକ୍ଷ୍ୟ ରଖିଥିଲେ। ଲକ୍ଷର ପିଛା କରି ମୁମ୍ବାଇ ଟିମ ୨୦ ଓଭରରେ ୯ ୱିକେଟ ହରାଇ ୧୮୧ ରନ ହିଁ କରିପାରିଲା। ଏପରି ଆଇପିଏଲ ଇତିହାସରେ ପ୍ରଥମ ଥର ହୋଇଛି ଯେବେ ମୁମ୍ବାଇ ଟିମ ଲଗାତର ୬ ମ୍ୟାଚ ହାରିଯାଇଛି। ମୁମ୍ବାଇ ଟିମ ୫ ଥର ଆଇପିଏଲ ଟ୍ରଫି ଜିତିଯାଇଛି।

Google
ମୁମ୍ବାଇର ଫିଲଡ଼ର ୧୦ ଥର ଛାଡିଲେ କ୍ୟାଚ:

ଏହି ମ୍ୟାଚରେ ଖରାପ ପ୍ରଦର୍ଶନ ସହ ମୁମ୍ବାଇର ଫିଲଡ଼ର ୧୦ ଥର କ୍ୟାଚ ମଧ୍ୟ ଛାଡିଥିଲେ। ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଲକ୍ଷନୌ ଟିମର ଓପନର କ୍ୱିଣ୍ଟନ ଡି କକ ଓ କେ ଏଲ ରାହୁଲ ଟିମକୁ ଆକ୍ରାମକ ଆରମ୍ଭ ଦେଇଥିଲେ। ଡି କକ ମୁମ୍ବାଇ ପାଇଁ ଡେବ୍ୟୁ ମ୍ୟାଚ ଖେଳୁଥିବା ଫେବିଏନ ଏଲାନଙ୍କ ସ୍ୱାଗତ ଛକା ମାରି କରିଥିଲେ କିନ୍ତୁ ଆଗାମୀ ବଲରେ ଆଉଟ ହୋଇଗଲେ। ଏହା ପରେ ମନିସ ପାଣ୍ଡେ ପାରିର ଆରମ୍ଭ ଚୌକା ମାରିଥିଲେ।

କେ ଏଲ ରାହୁଲ ଶତକ ମାରିଲେ:

କେଏଲ ରାହୁଲ ଜୟଦେବ ଉନାଦକତ ଓ ମୁରଗନ ଅଶ୍ୱିନୀଙ୍କ ବଲରେ ଛକା ମାରି ରନ ଗତି ବଢ଼ାଇଥିଲେ। ଯାହା ଦ୍ୱାରା ଟିମର ସ୍କୋର ୧୨ ଓଭରରେ ଶତକ ପାର ହୋଇଥିଲା। ମନୀସ ପାଣ୍ଡେ ୧୩ ତମ ଓଭରରେ ଟାଇମଲ ମିଲ୍ସଙ୍କୁ ଦୁଇଟି ଚୌକା ମାରିଥିଲେ। ପାଣ୍ଡେ ଅଧିକ ବିପଦ ହେବା ପୂର୍ବରୁ ମୁରଗାନ ଅଶ୍ୱିନୀ ତାଙ୍କୁ ବୋଲ୍ଡ କରିଦେଲେ।ମାର୍କସ ଷ୍ଟୋଇନିକ୍ସ (୧୦) ଓହ୍ଲାଇବା ଖଣି ପ୍ରଥମ ବଲରେ ଛକା ମାରିଥିଲେ। ଏହା ପରେ ରାହୁଲ ଏଲାନଙ୍କ ଓଭରରେ ଦୁଇଟି ଛକା ଓ ଗୋଟେ ଚୌକା ମାରି ଟିମର ସ୍କୋର ୧୫ ଓଭରରେ ୧୫୦ ପାର କରିଥିଲେ। ବୁମରା ଭଲ ବୋଲିଙ୍ଗ କରିଥିଲେ ଓ ୪ ଓଭରରେ ମାତ୍ର ୨୪ ରନ ଦେଇଥିଲେ।

Google
ନିଜର ୧୦୦ ତମ ମ୍ୟାଚରେ ଶତକ ମାରି ଏହାକୁ ସ୍ମରଣୀୟ କଲେ ରାହୁଲ:

ଏହା ପରେ ଜୟଦେବ ଉନାଦକତ ଷ୍ଟୋଇନିକ୍ସ(୧୦) ଓ ଦୀପକ ହୁଡା (୧୫) ଙ୍କୁ ୧୮ ଓ ୨୦ ଓଭରରେ ଆଉଟ କରିଥିଲେ। ରାହୁଲ କିନ୍ତୁ ଅଟକିବା ନାମ ନେଉନଥିଲେ ଓ ୧୯ ଓଭରରେ ମିଲ୍ସଙ୍କ ବିରୁଦ୍ଧରେ ଚୌକା ମାରି ହୁଡାଙ୍କୁ ଷ୍ଟାଇକ ଦେଇଥିଲେ। ପୁଣି ରାହୁଲ ଚୌକା ମାରି ୫୬ ବଲରେ ଏହି ସିଜନର ଦ୍ୱିତୀୟ ଶତକ ପୁରା କରିଥିଲେ। ଏହି ଓଭରରେ ୨୨ ରନ ମାରିଥିଲା ଓ ମିଲ୍ସ ୪ ଓଭରରେ ୫୪ ରନ ଦେଇଥିଲେ। ଉନାଦକତ ୨୦ ତମ ଓଭରରେ ମାତ୍ର ୪ ରନ ଦେଇ ଲକ୍ଷନଉକୁ ୨୦୦ ରନରୁ ଅଟକାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *