IPL 2022 ରେ ଲକ୍ଷ୍ନୌ ଏବଂ ମୁମ୍ବାଇ ବିପକ୍ଷ ମ୍ୟାଚରେ ଜିତିଯାଇଛି ଲକ୍ଷ୍ନୌ। ଏହି ମ୍ୟାଚ ଜିତି ଲକ୍ଷ୍ନୌ ପଏଂଟସ ଟେବୁଲରେ ନମ୍ବର ୪ରେ ପଂହଁଚିଯାଇଛି। ତେବେ ଅନ୍ୟ ପକ୍ଷରେ IPL 2022 ରେ ଲଗାତାର ୮ମ ପରାଜୟ ପାଇଛି ମୁମ୍ବାଇ। ଏହି ଅଷ୍ଟମ ପରାଜୟ ପାଇବା ପରେ ପ୍ଲେ ଅଫକୁ ଆଉ ଏହି ଆଇପିଏଲରେ ଯାଇ ପାରିବ ନାହିଁ ୫ ଥରର IPL ଟ୍ରଫି ବିଜେତା ମୁମ୍ବାଇ।
Leading from the front, Captain @klrahul11 is adjudged the Player of the Match for his outstanding knock of 103*#TATAIPL #LSGvMI pic.twitter.com/gmDFYXl0bb
— IndianPremierLeague (@IPL) April 24, 2022
ଆଗ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଧାରିତ ୨୦ ଓଭରରେ ୧୬୮ ରନ କରିପାରିଥିଲା। ଲକ୍ଷ୍ନୌ ପକ୍ଷରୁ କ୍ୟାପଟେନ କେ ଏଲ ରାହୁଲ ଏକ ଶତକୀୟ ପାରି ଖେଳିଥିଲେ। ସେ ୬୨ ବଲରେ ୧୦୩ ରନ କରିଥିଲେ (୧୨ ଟି ଚୌକା, ୪ଟି ଛକା)।
ମୁମ୍ବାଇ ଏହି ଟାର୍ଗେଟର ପିଛା କରିବାକୁ ଆସି ଭଲ ଆରମ୍ଭ କରିଥିଲା। ରୋହିତ ୩୯, ଇଶାନ ୮, ବ୍ରେଭିସ ୩, ସୂର୍ଯ୍ୟକୁମାର ଯାଦବ ୭, ତିଲକ ବର୍ମା ୩୮, ପୋଲାର୍ଡ଼ ୧୯ ରନ ବନାଇଥିଲେ। ହେଲେ ମୁମ୍ବାଇ ଏହି ମ୍ୟାଚ ୩୬ ରନରେ ହାରିଯାଇଥିଲା।
Thank you for your #SuperGiant roars. What an amazing performance! ⁰#AbApniBaariHai?#IPL2022 ? #bhaukaalmachadenge #lsg #LucknowSuperGiants #T20 #TataIPL #Lucknow #UttarPradesh #LSG2022 pic.twitter.com/mZ6mOZlYsp
— Lucknow Super Giants (@LucknowIPL) April 24, 2022
ଲକ୍ଷ୍ନୌ ପକ୍ଷରୁ ପାଣ୍ଡେ ୨୨, ବଦୋନି ୧୪, ହୁଡ୍ଡା ୧୦ କରିଥଲେ। ବୋଲିଂ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୧୯ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ମୋହସିନ, ହୋଲଡ଼ର, ବିସ୍ନୋଇ, ବଦୋନି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଲକ୍ଷ୍ନୌ TOP-4 ରେ ଜାଗା ବନାଇଥିବା ବେଳେ ମୁମ୍ବାଇ ପାଇଁ ଚିନ୍ତାର ବିଷୟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।