ବ୍ୟୁରୋ ରିପୋର୍ଟ: ଲକ୍ଷନୌ ସୁପର ଜାଏଣ୍ଟସ ପୂର୍ଵ ସପ୍ତାହରେ ପଏଣ୍ଟସ୍ ଟେବୁଲରେ ପ୍ରଥମ ସ୍ଥାନରେ ଥିଲା। କିନ୍ତୁ ଏବେ ଲଗାତର ଦୁଇଟି ମ୍ୟାଚ ହାରିଯିବା ପରେ ଲକ୍ଷନଉ ତୃତୀୟ ସ୍ଥାନକୁ ଚାଲିଆସିଛି। ଗୋଟେ ଦିନ ପୂର୍ବରୁ ରାଜସ୍ଥାନ ଲକ୍ଷନୌକୁ ୨୪ ରନରେ ହରାଇଥିଲା ଯାହାର ପରିଣାମ ଏହା ରହିଲାକି ଲକ୍ଷନୌ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଆସିଛି। ଏହା ଲଗାତର ଚତ୍ରୁର୍ଥ ମ୍ୟାଚ ଥିଲା ଯେବେ ଲକ୍ଷନୌ ଲକ୍ଷ୍ୟର ପିଛା କରି ମ୍ୟାଚ ହାରିଛି। ଏହି ସମୟରେ ରନର ପିଛା କରିବା ଟିମର ସବୁଠୁ ବଡ଼ କମଜୋରି ରହିଛି।

ଲକ୍ଷନୌ ଲକ୍ଷ୍ୟ ପିଛା କରିଥିବା ଶେଷ ମ୍ୟାଚ ୭ ଏପ୍ରିଲକୁ ଜିତିଥିଲା ଯାହା ଆଇପିଏଲର ଦ୍ୱିତୀୟ ସପ୍ତାହ ଥିଲା। ଏବେ ଟିମ ଆଶା କରିବ ନିଜର ଏହି କମଜୋରିକୁ ଦୂର କରି ପ୍ଲେ ଅଫରେ ପହଁଚିବା ପାଇଁ। ଟିମ ଯେବେ ପ୍ଲେଅଫରେ ପହଁଚିବା ପାଖାପାଖି ହୋଇଛି ଏବେ ଟିମର ସବୁଠୁ ବଡ଼ କମଜୋରି ଲକ୍ଷ୍ୟର ପିଛା କରିବା ସାମ୍ନାକୁ ଆସିଛି।
ଲକ୍ଷ୍ୟର ପିଛା କରିବାକୁ ଯାଇ ଲକ୍ଷନଉ ଲଗାତର ଚତ୍ରୁର୍ଥ ମ୍ୟାଚ ହାରିଛି:
ରାଜସ୍ଥାନର ବଲ ଆରମ୍ଭ ପରେ ମଧ୍ୟ ଲକ୍ଷନୌ ରାଜସ୍ଥାନକୁ ୧୭୮ ରନରେ ଅଟକାଇଦେଇଥିଲା। ଏହାପରେ ମଧ୍ୟ ଲକ୍ଷନୌ ଲକ୍ଷ୍ୟର ପିଛା କରିବାକୁ ଯାଇ ପାୱାର ପ୍ଲେରେ ୩୪ ରନରେ ତିନୋଟି ୱିକେଟ ହରାଇଦେଇଥିଲା। ଏହା ଦ୍ଵାରା ମିଡ଼ିଲ ଅର୍ଡର ଓ ଲୋ ଅର୍ଡର ଉପରେ ପ୍ରେସର ପଡିଗଲା।

ବ୍ୟାଟିଙ୍ଗରେ ଆମକୁ ଅଧିକ ହୁସିଆରୀ ଦେଖାଇବା ପାଇଁ ହେବ:ରାହୁଲ
ରାଜସ୍ଥାନ ବିରୁଦ୍ଧରେ ପରାଜୟ ପରେ କେଏଲ ରାହୁଲ କହିଛନ୍ତି ଆମକୁ ବ୍ୟାଟିଙ୍ଗରେ ହୁସିଆରୀ ଦେଖାଇବାକୁ ହେବ। କାରଣ ଏହା ଲଗାତର ଚତ୍ରୁର୍ଥ ମ୍ୟାଚ ଥିଲା ଯେବେ ଆମେ ଲକ୍ଷ୍ୟର ପିଛା କରିବାକୁ ଯାଇ ହାରିଛୁ।
ଆମକୁ ଏକ ୟୁନିଟ ଭଳି ବ୍ୟାଟିଙ୍ଗ କରିବାକୁ ହେବ:
ଆଗକୁ ରାହୁଲ କହିଛନ୍ତି,”ଏହି ଲକ୍ଷ୍ୟ ହାସଲ କରିବା ଯୋଗ୍ୟ ଥିଲା କାରଣ ପିଚ ବ୍ୟାଟିଙ୍ଗ ପାଇଁ ଭଲ ଥିଲା କିନ୍ତୁ ଆମେ ୟୁନିଟ ଭଳି ଖେଳିପାରିନଥିଲୁ। ତେଣୁ ଆମକୁ ଲକ୍ଷ୍ୟର ପିଛା କରିବା ସମୟରେ ଏକଜୁଟ ହୋଇ ଅଲଗା ଅଲଗା ପ୍ରକାର ବ୍ୟାଟିଙ୍ଗ କରିବାକୁ ହେବ”।

ଲକ୍ଷ୍ୟର ପିଛା କରି ଲକ୍ଷନୌ ମାତ୍ର ଦୁଇଟି ମ୍ୟାଚ ଜିତିଛି:
ଲକ୍ଷନୌ ଏହି ସିଜନରେ ଏବେ ପର୍ଯ୍ୟନ୍ତ ୧୩ ଟି ମ୍ୟାଚରୁ ୮ ଟି ମ୍ୟାଚ ଜିତିଛି। ଏଥିରୁ ଟିମ ଲକ୍ଷ୍ୟର ପିଛା କରିବାକୁ ଯାଇ ୨ ଟି ମ୍ୟାଚ ଜିତିଛି ତାହା ପୁଣି ଆରମ୍ଭ ମ୍ୟାଚ ମାନଙ୍କରେ। ଆଇପିଏଲ ୨୦୨୨ର ଆରମ୍ଭ ୧୫ ମ୍ୟାଚରୁ ୧୦ ଟି ମ୍ୟାଚ ଦ୍ୱିତୀୟ ବ୍ୟାଟିଙ୍ଗ କରିଥିବା ଟିମ ଜିତିଥିବା ବେଳେ ଶେଷ ୧୫ ମ୍ୟାଚରେ ୧୧ ମ୍ୟାଚ ପ୍ରଥମେ ବ୍ୟାଟିଙ୍ଗ କରିଥିବା ଟିମ ଜିତିଛି।
ପାୱାର ପ୍ଲେରେ କେକେଆର ପରେ ସବୁଠୁ ଅଧିକ ୱିକେଟ ହରାଇଛି:
ଲକ୍ଷନୌର ସବୁଠୁ ବଡ଼ କମଜୋରି ଏହି ସିଜନରେ ରହିଛି କି ଲକ୍ଷନୌ ଏହି ସିଜନରେ ପାୱାର ପ୍ଲେରେ କେକେଆର ପରେ ସବୁଠୁ ଅଧିକ ୱିକେଟ ହରାଇଛି। ଯଦି ସମୟ ରହିଥିବା ସମୟରେ ଲକ୍ଷନୌ ଏହି କମଜୋରି ଉପରେ କାମ ନକରେ ତେବେ ଅସୁବିଧାର ସାମ୍ନା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।