LSG vs KKR: ଆଜିର ମ୍ୟାଚରେ ରସେଲ କରିପାରନ୍ତି ବଡ଼ ରେକର୍ଡ! ମ୍ୟାଚ ଜିତିବା ପାଇଁ ରସେଲଙ୍କ ପାରି ଆବଶ୍ୟକ

ବ୍ୟୁରୋ ରିପୋର୍ଟ: କେକେଆର ଆଇପିଏଲ ୨୦୨୨ରେ ଆଜି କିଛି ସମୟ ପରେ ନିଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାକୁ ଓହ୍ଲାଇଛି। ଆଇପିଏଲ ୨୦୨୨ର ୬୬ ତମ ମ୍ୟାଚରେ କେକେଆର ଓ ଲକ୍ଷନୌ ସୁପର ଜାଏଣ୍ଟସ ଆମ୍ନା ସାମ୍ନା ହେବେ। ଯଦି କେକେଆର ଏହି ମ୍ୟାଚ ହାରିଯିବ ତେବେ ପ୍ଲେ ଅଫରୁ ବାହାରିଯିବ। IPL 2022 ରେ ଲକ୍ଷନୌ ସୁନ୍ଦର ଫର୍ମରେ ଅଛି। ଦଳର କ୍ୟାପଟେନ କେ ଏଲ ରାହୁଲ ଅଟନ୍ତି।

Google

କେକେଆରକୁ ପୁଣି ଥରେ ଆନ୍ଦ୍ର ରସେଲଙ୍କ ଠୁ ଭଲ ପ୍ରଦର୍ଶନର ଆଶା ରହିବ। ପୂର୍ଵ ମ୍ୟାଚରେ ରସଲ ହାଇଦ୍ରାବାଦ ବିରୁଦ୍ଧରେ ୪୯ ରନର ନଟଆଉଟ ପାରି ଖେଳିବାସହ ତିନୋଟି ୱିକେଟ ନେଇଥିଲେ। ସେ ଚତ୍ରୁର୍ଥ ଥର ୪୦ ରୁ ଅଧିକ ରନ କରିବା ସହ ତିନୋଟି ୱିକେଟ ନେଇଛନ୍ତି।

ଏହି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡରଙ୍କ ଗଣତି ବଡ଼ ଖେଳାଳିଙ୍କ ସହ ହୋଇଥାଏ। ସେ ଏବେ ପର୍ଯ୍ୟନ୍ତ କେକେଆର ପାଇଁ ୯୦ ମ୍ୟାଚର ୭୦ ପାରିରେ ୩୨ର ଔସତରେ ୧୯୭୨ ରନ କରିଛନ୍ତି। ମାନେ ସେ ୨୦୦୦ ରନରୁ ୨୮ ରନ ଦୂରରେ ଅଛନ୍ତି। କେକେଆର ପାଇଁ ଏବେ ପର୍ଯ୍ୟନ୍ତ ଦୁଇ ଜଣ ହିଁ ବ୍ୟାଟ୍ସମ୍ୟାନ ଦୁଇ ହଜାର ରନ କରିଛନ୍ତି।

Google

କେକେଆରର ପୂର୍ବ ଅଧିନାୟକ ଗୌତମ ଗମ୍ଭୀର କେକେଆର ପାଇଁ ସବୁଠୁ ଅଧିକ ୩୦୩୫ ରନ କରିଛନ୍ତି। ସେ ୧୦୮ ମ୍ୟାଚରେ ୨୭ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଏହା ସହ ରବିନ ଉଥାପା ୮୬ ମ୍ୟାଚର ୮୪ ପାରିରେ ୨୪୩୯ ରନ କରିଛନ୍ତି କେକେଆର ପାଇଁ। ଏଥିରେ ତାଙ୍କର ୧୬ ଅର୍ଦ୍ଧଶତକ ସାମିଲ ଅଛି।

ଗୌତମ ଗମ୍ଭୀର କେକେଆର ପାଇଁ ୪୬ ଯେବେକି ଉଥାପା ୮୫ ଛକା ମାରିଛନ୍ତି। କିନ୍ତୁ ରସେଲ ୧୭୨ ଛକା ସହ ଟପରେ ଅଛନ୍ତି। ମାନେ ସେ ଗମ୍ଭୀରଙ୍କ ଠୁ ଚାରିଗୁଣ ଅଧିକ ଛକା ମାରିଛନ୍ତି। ରସେଲ କେକେଆର ପାଇଁ ୮୮ ୱିକେଟ ମଧ୍ୟ ନେଇଛନ୍ତି ଓ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କେକେଆର ପାଇଁ ସବୁଠୁ ଅଧିକ ୱିକେଟ ନେବା ମାମଲାରେ।

Google

ରସେଲଙ୍କର ମୋଟ ଟି-୨୦ ରେକର୍ଡ ବହୁତ ଭଲ ଅଟେ। ସେ ଏବେ ପର୍ଯ୍ୟନ୍ତ ୪୧୧ ଟି-୨୦ ମ୍ୟାଚରେ ୨୭ ଔସତରେ ୬୯୦୪ ରନ କରିଛନ୍ତି। ଏଥିରେ ସେ ଦୁଇଟି ଶତକ ଓ ୨୬ ଅର୍ଦ୍ଧଶତକ ମାରିଛନ୍ତି।ଏହି ସମୟରେ ତାଙ୍କର ଷ୍ଟାଇକ ରେଟ ୧୭୦ ରହିଛି। ଏହା ସହ ସେ ୨୫ ଔସତରେ ୩୭୧ ୱିକେଟ ନେଇଛନ୍ତି। ୯ ଥର ଚାରି ଓ ଥରେ ପାଞ୍ଚ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *