IPL 2022 ରେ ଲକ୍ଷ୍ନୌ ଆଉ ଏକ ମ୍ୟାଚ ଜିତି ଯାଇଛି। ଦଳ ଦିଲ୍ଲୀକୁ ହରାଇ ଏହି ମ୍ୟାଚ ନିଜ ନାମରେ କରିଛି। ଆଗ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୫ ରନ କରିଥିଲା। ଜବାବରେ ଦିଲ୍ଲୀ ୧୮୯ ରନ ହିଁ କରିପାରିଲା।

ଆଗ ବ୍ୟାଟିଂ କରି ଲକ୍ଷ୍ନୌର କ୍ୟାପଟେନ ରାହୁଲ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ୫୧ ବଲରେ ୭୧ କରିଥିଲେ। ତାଙ୍କର ଏହି ପାରିରେ ୪ଟି ଚୌକା ଓ ୫ଟି ଛକା ଥିଲା। ଡି କକ ୧୩ ବଲରେ ୨୩ କରିଥିଲେ। ଦୀପକ ହୁଡ୍ଡା ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୩୪ ବଲରେ ୫୨ କରିଥିଲେ। ତାଙ୍କର ଏହି ପାରିରେ ୬ଟି ଚୌକା ଓ ଗୋଟିର ଛକା ଆସିଥିଲା।
ଦିଲ୍ଲୀ ପକ୍ଷରୁ ସ୍ଵ ୫ ଓ ୱାର୍ଣ୍ଣର ୩ କରି ଆଉଟ ହୋଇଯାଇଥିଲେ। ମିଚେଲ ମାର୍ସ ୨୦ ବଲରେ ୩୭ କରିଥିଲେ। ତାଙ୍କର ବ୍ୟାଟରୁ ୩ଟି ଚୌକା ଓ ୩ଟି ଛକା ଆସିଥିଲା। ଋଷଭ ପନ୍ତ ୩୦ ବଲରେ ୪୪ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ରୋଭମାନ ପାୱେଲ ୨୧ ବଲରେ ୩୫ କରିଥିଲେ। ଏହି ମ୍ୟାଚରେ ଲକ୍ଷ୍ନୌର ବୋଲର ସୁନ୍ଦର ବୋଲିଂ କରିଥିଲେ।
Sunday ko match jeetne waalon ko hum #SuperGiants kehte hain. ⁰#AbApniBaariHai?#IPL2022 ? #bhaukaalmachadenge #lsg #LucknowSuperGiants #T20 #TataIPL@mohsin07khan @QuinnyDekock69 @dushmantha05 pic.twitter.com/zlUBq3bvcT
— Lucknow Super Giants (@LucknowIPL) May 1, 2022
ଏହି ମ୍ୟାଚ ଜିତି ଲକ୍ଷ୍ନୌ ନମ୍ବର ୨ ରେ ପଏଂଟସ ଟେବୁଲରେ ପଂହଁଚିଯାଇଛି। ଏହି ମ୍ୟାଚ ଲକ୍ଷ୍ନୌ ୬ ରନରେ ଜିତିଥିଲା। ଦିଲ୍ଲୀ ନମ୍ବର ୬ ରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।