ଟେନିସ ବଲ କିପରି ତିଆରି ହୋଇଥାଏ? ଦେଖନ୍ତୁ ଭାଇରଲ ଭିଡିଓ

ବ୍ୟୁରୋ ରିପୋର୍ଟ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣମୃର୍ତି ଗୁରୁବାରକୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ। ସେ ନିଜ ଫେସବୁକ ପେଜରେ ଏକ ଭିଡ଼ିଓ ସେୟାର କରିଥିଲେ ଯାହାକୁ ଏବେ ପର୍ଯ୍ୟନ୍ତ ୨୦ ହଜାର ଥରେ ଦେଖାଯାଇସାରିଲାଣି। ୯ ମିନିଟ ୩୧ ସେକେଣ୍ଡର ଏହି ଭିଡ଼ିଓରେ ଦେଖାଯାଉଛି କି ଟେନିସ ବଲ କିପରି ତିଆରି ହୋଇଥାଏ।

ବେଦା ଯେଉଁ ଭିଡ଼ିଓ ସେୟାର କରିଥିଲେ ସେଥିରେ ଦେଖା ଯାଉଛି ବଲ ତିଆରି କରିବା ପାଇଁ କିପରି ପ୍ରଥମେ ରବରକୁ କାଟି କୁଟି ପ୍ରସ୍ତୁତ କରାଯାଇଥାଏ। ଏହା ପରେ ଅଲଗା ଅଲଗା କାରିଗରଙ୍କ ଦ୍ଵାରା ବଲ ପ୍ରସ୍ତୁତ କରାଯାଇଥାଏ। ଏହା ପରେ ଏହାକୁ ସିଲେଇ ମଧ୍ୟ କରାଯାଇଥାଏ। ଏହା ପରେ କପଡା ଗୁଡା ଯାଇଥାଏ, ଏହା ପରେ ବହୁତ ପରିଶ୍ରମ ପରେ ସମ୍ପୂର୍ଣ ବଲ ପ୍ରସ୍ତୁତ କରାଯାଇଥାଏ।

https://fb.watch/dfs09YzYN9/

ଅଲରାଉଣ୍ଡର ବେଦା କ୍ରିଷ୍ଣମୃର୍ତି ନିଜ କ୍ୟାରିଅରରେ ୪୮ ଏକଦିବସିୟ ଓ ୭୬ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଶେଷଥର ଭାରତ ପାଇଁ ବର୍ଷ ୨୦୨୦ରେ ଟି-୨୦ ମ୍ୟାଚ ଖେଳିଥିଲେ। ତାଙ୍କ ନାମରେ ଏକଦିବସିୟରେ ୮ ଅର୍ଦ୍ଧଶତକ ଓ ୮୨୯ ରନ ଅଛି। ସେହିପରି ଟି-୨୦ରେ ଦୁଇଟି ଅର୍ଦ୍ଧଶତକ ସହ ୮୭୫ ରନ ଅଛି। ଏକଦିବସିୟରେ ସେ ତିନୋଟି ୱିକେଟ ମଧ୍ୟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *