ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କାର ପୂର୍ଵତମ ପେସର ଲସିଥ ମାଲିଙ୍ଗା କ୍ରିକେଟ ଜଗତରେ ପରିଚିତ। ସେ ଜଣେ ଏପରି ଘାତକ ବୋଲର ଅଟନ୍ତି ଯିଏକି ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାନ୍ତି। ତାଙ୍କର ଅଲଗା ପ୍ରକାର ବୋଲିଙ୍ଗ ଆକ୍ସନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେ ନିଜ ବୋଲିଙ୍ଗ ସମୟରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଅନେକ ବର୍ଷ ଧରି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳିଛନ୍ତି ଓ ମୁମ୍ବାଇକୁ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।
ମାଲିଙ୍ଗା ଆଇପିଏଲରୁ ଅବସର ନେଇଯାଇଛନ୍ତି କିନ୍ତୁ ସେ ପୁଣି ଆଇପିଏଲରେ ଦେଖାଯିବାର ଚାନ୍ସ ଅଛି। କହିରଖିବୁ ଏଥର ସେ ଖେଳାଳି ରୂପରେ ନୁହେଁ କିଛି ନୂତନ ଦାଇତ୍ୱରେ ନଜର ଆସିବେ। କହିରଖିବୁ ରାଜସ୍ଥାନ ରୟାଲ୍ସ ମାଲିଙ୍ଗାଙ୍କୁ ପେସ ବୋଲିଙ୍ଗ କୋଚ ରୂପରେ ନିଯୁକ୍ତି କରିଛନ୍ତି ଏହାର ସୂଚନା ରାଜସ୍ଥାନ ରୟାଲ୍ସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଦିଆଯାଇଛି। ରାଜସ୍ଥାନ ରୟାଲ୍ସ କଥା କହିବାତ ଏହି ଟିମ ଆଇପିଏଲର ପ୍ରଥମ ସିଜନରେ ସେନ ବନଙ୍କ ଅଧିନାୟକତ୍ୱରେ ଚମ୍ପିୟାନ ହୋଇଥିଲା। ଏହା ପରଠୁ ରାଜସ୍ଥାନ ଆଉ ଆଇପିଏଲ ଚମ୍ପିୟାନ ହୋଇପାରି। କିନ୍ତୁ ମାଲିଙ୍ଗା ଟିମର ବୋଲିଙ୍ଗ କୋଚ ଦାୟୀତ୍ୱରେ ଆସିବା ଦ୍ଵାରା ଖେଳାଳିଙ୍କ ମନୋବଳ ପ୍ରାୟ ନିଶ୍ଚିତ ବଢିବ।
*𝐤𝐢𝐬𝐬𝐞𝐬 𝐭𝐡𝐞 𝐛𝐚𝐥𝐥*
Lasith Malinga. IPL. Pink. 💗#RoyalsFamily | #TATAIPL2022 | @ninety9sl pic.twitter.com/p6lS3PtlI3
— Rajasthan Royals (@rajasthanroyals) March 11, 2022
ଆପଣଙ୍କୁ କହିରଖିବୁ ଏହା ପୂର୍ବରୁ ୩୮ ବର୍ଷୀୟ ମାଲିଙ୍ଗାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗ୍ରସ୍ତରେ ଶ୍ରୀଲଙ୍କା ଟିମର ବୋଲିଙ୍ଗ କୋଚ ଦାଇତ୍ୱ ଦିଆଯାଇଥିଲା। ମାଲିଙ୍ଗାଙ୍କ କ୍ୟାରିଅର କଥା ଆଲୋଚନା କରିବା ତ ସେ ଟେଷ୍ଟରେ ୩୦ ମ୍ୟାଚରେ ୧୦୧, ଏକଦିବସିୟରେ ୨୨୬ ମ୍ୟାଚରେ ୩୩୮ ,ଟି-୨୦ ଇଣ୍ଟରନେସନାଲରେ ୮୪ ମ୍ୟାଚରେ ୧୦୭ ଓ ଆଇପିଏଲରେ ୧୨୨ ମ୍ୟାଚରେ ୧୭୦ ୱିକେଟ ନେଇଛନ୍ତି। କହିରଖିବୁ ସେ ୧୬ ସେପ୍ଟେମ୍ବର ୨୦୨୧ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।