ବ୍ୟୁରୋ ରିପୋର୍ଟ: ଲକ୍ଷନୌ ସୁପର ଜାଏଣ୍ଟର୍ସକୁ ଆଇପିଏଲ ଆରମ୍ଭ ପୂର୍ବରୁ ବୋଲର ମାର୍କ ଉଡ଼ଙ୍କ ରୂପରେ ବଡ଼ ଝଟକା ଲାଗିଛି। ଉଡ଼ କହଣି ଆଘାତ କାରଣରୁ ଆଇପିଏଲର ୧୫ ତମ ସିଜନରୁ ବାହାର ହୋଇଯାଇଛନ୍ତି। କେ ଏଲ ରାହୁଲଙ୍କ ଅଧିନାୟକତ୍ୱ ଲକ୍ଷନୌ ସୁପର ଜାଏଣ୍ଟସ ଇଂଲଣ୍ଡର ବୋଲର ମାର୍କ ଉଡ଼ଙ୍କୁ ଅକ୍ସନରେ ୭.୫ କୋଟିରେ ଟିମରେ ସାମିଲ କରିଥିଲା। ଟିମ ଏହି ଖେଳାଳିଙ୍କ ବଦଳରେ ଏବେ ପର୍ଯ୍ୟନ୍ତ ଟିମରେ କୌଣସି ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ କରିନାହିଁ।

ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି ତେଣୁ ଲକ୍ଷନୌ ଟିମ ଚାହିଁପାରେ ଜଲ୍ଦି ହିଁ କୌଣସି ବୋଲର ଖେଳାଳିଙ୍କୁ ନିଜ ସହ ଟିମରେ ଯୋଡିବାକୁ। ଟିମ ପାଖରେ ଏବେ ବିଦେଶୀ ବୋଲର ଶ୍ରୀଲଙ୍କାର ଦୁଷ୍ମଥା ଚମିରା ଓ ୱେଷ୍ଟଇଣ୍ଡିଜର ଯେସନ ହୋଲ୍ଡର ଅଛନ୍ତି। ଏହି ଦୁହେଁ ଉଡ଼ଙ୍କ ଜାଗା ନେଇପାରନ୍ତି।
ଶେଷ ଓଭର ସ୍ପେସାଲିଷ୍ଟ ଅଟନ୍ତି ଏଣ୍ଡରୟୁ ଟାଇ:
ଅଷ୍ଟ୍ରେଲିଆର ବୋଲର ଏଣ୍ଡରୟୁ ଟାଇ ସବୁଠୁ ପରିଚିତ। ସେ ମାର୍କ ବୁଡ଼ଙ୍କ ଜାଗାରେ ଭଲ ବିକଳ୍ପ ହୋଇପାରନ୍ତି। ଟାଇ ଆଇପିଏଲ ୨୦୨୨ ମେଗା ଅକ୍ସନରେ ନିଜର ବେଶ ପ୍ରାଇସ୍ ୧ କୋଟି ରଖିଥିଲେ କିନ୍ତୁ ଅକ୍ସନରେ ତାଙ୍କୁ କିଣିବାକୁ କୌଣସି ଟିମ ଦାମ ଲଗାଇନଥିଲେ। ଟାଇ ଆଇପିଏଲରେ ୨୭ ମ୍ୟାଚରେ ୪୦ ୱିକେଟ ନେଇଛନ୍ତି। ସେ ବର୍ଷ ୨୦୧୮ରେ ପଞ୍ଜାଵ ପଟୁ ଆଇପିଏଲରେ ଡେବ୍ୟୁ କରି ୧୪ ମ୍ୟାଚରେ ୨୪ ୱିକେଟ ଅକ୍ତିଆର କରିଥିଲେ।

ଆରସିବିର ଅଂଶ ରହିସାରିଛନ୍ତି କେନ ରିଚାର୍ଡସନ:
ଆରସିବିର ପୂର୍ଵ ଖେଳାଳି ରହିଥିବା ଅଷ୍ଟ୍ରେଲିଆର ପେସର କେନ ରିଚାର୍ଡସନ ମଧ୍ୟ ଏହି ଆଇପିଏଲ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ। ମାର୍କ ଉଡ଼ଙ୍କ ଜାଗାରେ ରିଚର୍ଡସନ ଭଲ ବିକଳ୍ପ ହୋଇପାରନ୍ତି। ରିଚାର୍ଡସନ ୧୫ ଆଇପିଏଲ ମ୍ୟାଚରେ ୧୯ ୱିକେଟ ନେଇସାରିଛନ୍ତି। ୩୧ ବର୍ଷୀୟ କେନ ରିଚାର୍ଡସନଙ୍କ ନମାରେ ମୋଟ ଟି-୨୦ ରେ ୧୪୨ ମ୍ୟାଚରେ ୧୮୦ ୱିକେଟ ଅକ୍ତିଆର କରିସାରିଛନ୍ତି।

ଟି-୨୦ ଲିଗରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ଖାନ:
ପାକିସ୍ତାନର ପେସର ଅଲ୍ଲୀ ଖାନ ଅନ୍ତରାଷ୍ଟ୍ରୀୟରେ ଅପରିଚିତ କିନ୍ତୁ ଆମେରିକା ତରଫରୁ ଖେଳୁଥିବା ଏହି ବୋଲର ଟାଇଙ୍କ ବିକଳ୍ପରେ ନିଜ ଜଲୱା ଦେଖାଇପାରିବେ। ଖାନ ବିଶ୍ୱସାରାର ଟି-୨୦ ଲିଗ ଖେଳିବା ସହ ଦୁଇଥର ଆଇପିଏଲ ବିଜେତା କେକେଆର ଟିମର ସ୍କ୍ୱାର୍ଡ ମଧ୍ୟ ରହିସାରିଛନ୍ତି।
କେକେଆର ତାଙ୍କୁ ୨୦୨୦ରେ ନିଜ ସହ ଯୋଡିଥିଲା। କିନ୍ତୁ ଆଘାତ କାରଣରୁସେ ବାହାର ହୋଇଯାଇଥିଲେ। ୩୧ ବର୍ଷୀୟ ଅଲ୍ଲୀ ଖାନ ଗୟାନ ଅମେଜନ ୱାରିଅର୍ସ,ତ୍ରିନିବାଗୋ ନାଇଟ ରାଇଡ଼ର୍ସ,କାବୁଲ ଜବାନନ,ଖୁଲନା ଟାଇଟନ୍ସ,କରାଚି ଓ ଇସ୍ଲାମାବାଦ ୟୁନାଇଟେଡ଼ ଟିମ ତରଫରୁ ଟି-୨୦ ଲିଗ ଖେଳିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।