RCB ରୁ ବାହାରିବେ ବିଗ ଶୋ ମାକ୍ସୱେଲ! ଡିଭିଲିୟର୍ସଙ୍କ ପରେ ଏବେ ମାକ୍ସୱେଲ ଛାଡିବେ? ପଢନ୍ତୁ ପୁରା ଖବର..

ଆଇପିଏଲର ୧୫ ତମ ସିଜନ ପୂର୍ବରୁ ମେଗା ଅକ୍ସନ ହେବ ବୋଲି ଖବର ଭାଇରଲ ହେଉଛି। ଏହା ପୂର୍ବରୁ ସବୁ ଟିମଙ୍କୁ କିଛି ଖେଳାଳିଙ୍କୁ ରିଟେନ କରିବାର ଅନୁମତି ଅଛି। ଏହି ରଟେନ କରିବାର ତାରିଖ ବହୁତ ନିକଟ ଆସିଗଲାଣି। ସବୁ ଟିମକୁ ଏହାର ରିପୋର୍ଟ ୩୦ ନଭେମ୍ବର ମଧ୍ୟରେ ବିସିସିଆଇକୁ ଦେବାକୁ ହେବ। ଗୋଟେ ଟିମ ଅତି ବେଶୀରେ ୪ ଜଣ ଖେଳାଳିଙ୍କୁ ହିଁ ରିଟେନ କରିବ।

Google

ଆଇପିଏଲର ୨୦୨୨ ରିଟେନ ଖେଳାଳିଙ୍କ ଲିଷ୍ଟ ଆସିବା ପୂର୍ବରୁ ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସରେ ରହିବେ। ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସରେ ରହିବେ।ସେହିପରି କେଏଲ ରାହୁଲ ପଞ୍ଜାଵ କିଙ୍ଗସକୁ ଛାଡିଦେବେ ବୋଲି ଜଣାପଡିଛି। ଏହାକୁ ନେଇ ପୂର୍ବ କ୍ରିକେଟର ମାନେ ନିଜ ନିଜ ରାୟ ଦେଉଛନ୍ତି। ଆରସିବିର ଫଲୋଅର୍ସ ସଂଖ୍ୟା ଅଧିକ ତେଣୁ ଆରସିବିର ପ୍ରସଂସକ ଅପେକ୍ଷା କରିଛନ୍ତିକି ଟିମ କେଉଁ ଖେଳାଳିଙ୍କୁ ରିଟେନ କରିବ।

ଗ୍ଲେନ ମାକ୍ସୱେଲଙ୍କୁ ରିଟେନ କରିବାକୁ ଚାହୁଁନାହାନ୍ତି ଆକାଶ ଚୋପ୍ରା:

ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିସାରିଛନ୍ତି। ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇସାରିଛନ୍ତି ତେଣୁ ଆରସିବି କେଉଁ କେଉଁ ଖେଳାଳିଙ୍କୁ ରିଟେନ କରିବ ଏହାକୁ ନେଇ ପୂର୍ଵ କ୍ରିକେଟର ଆକାଶ ଚୋପଡା ନିଜ ରାୟ ଦେଇଛନ୍ତି। ନିଜ ୟୁଟୁବ ଚ୍ୟାନେଲରେ ଆକାଶ ଚୋପ୍ରା ସେହି ୪ ଜଣ ଖେଳାଳିଙ୍କ ନାମ କହିଛନ୍ତି ଯାହାଙ୍କୁ ଆରସିବି ରିଟେନ କରିପାରେ। ସେ ବିରାଟ କୋହଲିଙ୍କୁ ନିଶ୍ଚିନ୍ତ ରିଟେନ କହିଥିବା ବେଳେ ଗ୍ଲେନ ମାକ୍ସୱେଲଙ୍କୁ ବାହାରେ ରଖିବାକୁ କହିଛନ୍ତି।

Google

ବିରାଟ କୋହଲି ଚାହଲ ଆକାଶ ଚୋପ୍ରାଙ୍କର ପ୍ରଥମ ପସନ୍ଦ: ଆକାଶ ଚୋପ୍ରା କହିଛନ୍ତି ରିଟେନ ପାଇଁ ବିରାଟ କୋହଲି ଓ ୟୁଜବେନ୍ଦ୍ର ଚହଲ ମୋର ପ୍ରଥମ ପସନ୍ଦ ଅଟେ । ଏହା ସହ ଯଦି ମୋ ହାତରେ ଥାନ୍ତା ତେବେ ଆଉ ଦୁଇ ଖେଳାଳି ହିସାବରେ ମୁଁ ମହମ୍ମଦ ସିରାଜ ଓ ଦେବଦତ ପଡିକଲଙ୍କୁ ବାଛିଥାନ୍ତି। ସେ କହିଛନ୍ତି ଏହି ଚାରିପାଇଁ ଭାବିବା ଆବଶ୍ୟକ କିନ୍ତୁ ହର୍ଷଲ ମଧ୍ୟ ଭଲ ଅଟନ୍ତି ତେଣୁ ସିରାଜ ଓ ତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। ଆକାଶ କହିଛନ୍ତି ତାଙ୍କୁ ମାସ୍କୋଏଲଙ୍କ ଉପରେ ପୁରା ଭରସା ନାହିଁ ତେଣୁ ସେ ତାଙ୍କ ରିଟନ ନକରିବା ପାଇଁ କହିଛନ୍ତି। ମାକ୍ସୱେଲ ୧୪.୨୫ କୋଟିର ବଡ଼ ରାଶିରେ ଆରସିବି ଟିମରେ ଯୋଡି ହୋଇଥିଲେ। ସେ ଆରସିବି ପାଇଁ ଷ୍ଟାର ସାବ୍ୟସ୍ତ ହୋଇଥିଲେ। ସେ ଆଇପିଏଲ ୨୦୨୧ରେ ୧୫ ମ୍ୟାଚରେ ୫୧୩ ରନ କରିଥିଲେ।

ଆକାଶ ଚୋପ୍ରା କହିଛନ୍ତି କଣ ପାଇଁ ମାକ୍ସୱେଲଙ୍କୁ ରିଟେନ କରିବା ଉଚିତ ନୁହେଁ:

ସେ କହିଛନ୍ତି,”ଯଦି ଆପଣ ଭାବୁଥିବେ ମୁଁ ମାକ୍ସୱେଲଙ୍କୁ କଣ ପାଇଁ ରିଟେନ ପାଇ କହିନାହିଁ ତେବେ ଏହାର କାରଣ ହେଉଛି ତାଙ୍କ ଉପରେ ମୋର ପୁରା ବିଶ୍ୱାସ ନାହିଁ। ସେ ଭଲ ଖେଳୁଛନ୍ତି କିନ୍ତୁ ସେ ଆଗକୁ ଏହାକୁ ଜାରି ରଖିବେ କି ନାହିଁ କିଏ ଜାଣେ। ତେଣୁ ମୌକା ନେବା ଆବଶ୍ୟକ ନୁହେଁ”। ମାକ୍ସୱେଲ ଏବେ ପର୍ଯ୍ୟନ୍ତ ୯ ଟି ଆଇପିଏଲ ସିଜନ ଖେଳିଛନ୍ତି କିନ୍ତୁ ମାତ୍ର ୨ ଟି ସିଜନରେ ୪୦୦ ରୁ ଅଧିକ ରନ କରିଛନ୍ତି। ସେଥିପାଇଁ କୁହାଯାଉଛିକି ସେ ଲଗାତର ରନ ପାଇ ସଂଘର୍ଷ କରୁଛନ୍ତି।

Google

ବିରାଟ କୋହଲିଙ୍କୁ ଟିମ ରିଟେନ କରିବ ଏହା ସହ ଚହଲ ରିଟେନ ପାଇ ପ୍ରଥମ ଦାବିଦାର ହେବେ।କାରଣ ସେ ବର୍ଷ ୨୦୧୪ରୁ ସ୍ପିନ ସମ୍ଭାଳି ଆସୁଛନ୍ତି। ତାଙ୍କୁ ଆଇପିଏଲ ୨୦୧୮ ନିଲାମୀରେ ରିଟେନ ରଖାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *