ବ୍ୟୁରୋ ରିପୋର୍ଟ: ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଆଇପିଏଲର ୧୫ ତମ ସିଜନ ପୂର୍ବରୁ ପଞ୍ଜାଵ କିଙ୍ଗସର ନୂତନ ଅଧିନାୟକ ହୋଇଛନ୍ତି। ଟିମ ରବିବାରକୁ ଏହା ଘୋଷଣା କରିଛନ୍ତି। ମୟଙ୍କ ଅଗ୍ରୱାଲ ଅଧିନାୟକ ହେବା ପ୍ରାୟ ନିଶ୍ଚିତ ଥିଲା। ଅକ୍ସନ ପୂର୍ବରୁ ପଞ୍ଜାଵ କିଙ୍ଗସ ଦୁଇଟି ଖେଳାଳିଙ୍କୁ ରିଟେନ କରିଥିଲା ଯେଉଁଥିରେ ମୟଙ୍କ ଅଗ୍ରୱାଲଙ୍କ ସହ ଅର୍ସଦୀପ ସିଂ ସାମିଲ ଥିଲେ।

ମୟଙ୍କ ଅଗ୍ରୱାଲ ଆଇପିଏଲ ୨୦୧୧ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଆଇପିଏଲରେ ଏବେ ପର୍ଯ୍ୟନ୍ତ ପାଖାପାଖି ୧୦୦ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ଗୋଟେ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ଅଛି। ଏଥିରେ ସେ ମୋଟ ୨୧୩୧ ରନ କରିଛନ୍ତି। ପୂର୍ଵ ଆଇପିଏଲ ସିଜନରେ ମୟଙ୍କ ଅଗ୍ରୱାଲସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲ ୨୦୨୧ରେ ୧୨ ମ୍ୟାଚରେ ୪୪୧ ରନ କରିଥିଲେ। ମୟଙ୍କ ଏହା ପୂର୍ବରୁ ଗୋଟେ ମ୍ୟାଚରେ ପଞ୍ଜାଵ କିଙ୍ଗସର ଅଧିନାୟକତ୍ୱ ସମ୍ଭାଳି ସାରିଛନ୍ତି। ତେବେ ପଞ୍ଜାଵ କିଙ୍ଗସ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ହାରିଯାଇଥିଲା।
କେ ଏଲ ରାହୁଲ ଅନ୍ୟ ଟିମର ଅଧିନାୟକ ହେବାପରେ ମୟଙ୍କ ଅଗ୍ରୱାଲଙ୍କୁ ଏହି ପଦ ଦିଆଯାଇଛି। ରାହୁଲ ଆଗାମୀ ସିଜନରେ ଲକ୍ଷନୌ ସୁପର ଜାଏଣ୍ଟର୍ସ ତରଫରୁ ଅଧିନାୟକତ୍ୱ କରିବେ। ମୟଙ୍କ ନିଜ କ୍ୟାରିଅରରେ ୧୯ ଟେଷ୍ଟ, ୫ ଟି ଏକଦିବସିୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ଡବଲ ଶତକ ମଧ୍ୟ ମାରିଛନ୍ତି ଓ ମୋଟ ୧୪୨୯ ରନ କରିଛନ୍ତି। ଏକଦିବସିୟରେ ଏବେ ପର୍ଯ୍ୟନ୍ତ କୌଣସି ଖାସ ପ୍ରଦର୍ଶନ କରିପାରିନାହାନ୍ତି ଓ ମୋଟ ୮୬ ରନ କରିଛନ୍ତି।
Opener #MayankAgarwal was on February 28 named the captain of #PunjabKings for the upcoming #IndianPremierLeague. He was one of the two players retained by Punjab Kings alongside young pacer #ArshdeepSingh ahead of the mega auction earlier thishttps://t.co/UvUrrHd5AC
— The Hindu – Sports (@TheHinduSports) February 28, 2022
ମୟଙ୍କ ଏହି ଦାୟୀତ୍ୱ ମିଳିବା ପରେ କହିଛନ୍ତି,”ଆଇପିଏଲରେ ୨୦୨୨ରେ ପଞ୍ଜାଵ କିଙ୍ଗସର ଅଧିନାୟକତ୍ୱ ସମ୍ଭାଳିବାକୁ ନେଇ ଗର୍ବ ଅନୁଭବ କରିଛନ୍ତି। ବହୁତ ଖୁସି ଅଛି ଓ ଏଥର ଟ୍ରଫି ଜିତାଇବା ପାଇଁ ପୁରା ଚେଷ୍ଟା କରିବି। ଆମେ ସବୁବେଳେ ଚମ୍ପିୟାନ ହେବା ଇଚ୍ଛାରେ ଓହ୍ଲାଇଥାଉ। ଏଥର ମୁଁ ପୁରା ଚେଷ୍ଟା କରିବି ଟିମକୁ ଟ୍ରଫି ଜିତାଇବା ପାଇଁ”।
ଟିମ ଇଣ୍ଡିଆର ପୂର୍ଵ ମହାନ ସ୍ପିନର ଅନୀଲ କୁମ୍ବଲେ ମୟଙ୍କଙ୍କର ପ୍ରଶଂସା କରି କହିଛନ୍ତି,”ମୟଙ୍କ ବହୁତ ପରିଶ୍ରମି ଓ ଟିମ ପ୍ଲେୟାର ଅଟନ୍ତି। ଜଣେ ଅଧିନାୟକ ହେବାପାଇଁ ଯାହା ଆବଶ୍ୟକ ତାହା ମୟଙ୍କଙ୍କ ପାଖରେ ଅଛି” ଅନୀଲ ଭରସା ଦେଖାଇଛନ୍ତି ଏଥର ମୟଙ୍କଙ୍କ ଅଧିନାୟକତ୍ୱରେ ଟିମ ଚମ୍ପିୟାନ ହେବ”।
🚨 Attention #SherSquad 🚨
Our 🆕© ➜ Mayank Agarwal
Send in your wishes for the new #CaptainPunjab 🎉#SaddaPunjab #PunjabKings #TATAIPL2022 @mayankcricket pic.twitter.com/hkxwzRyOVA
— Punjab Kings (@PunjabKingsIPL) February 28, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।