ଶତକ ଲଗାଇବା ପରେ ଇତିହାସ ରଚିଲେ ମୟଙ୍କ ଅଗ୍ରୱାଲ! ଉପଲବ୍ଧି କଲେ ଏହି ଖାସ ପଦ

ସଦ୍ୟ ସମାପ୍ତ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଅନେକ ନୂତନ ଯୁବ ଖେଳାଳିଙ୍କ ଉନ୍ନତମାନର ପ୍ରଦର୍ଶନ ପରିଲକ୍ଷିତ ହୋଇଛି। ଭାରତ ଏହି ଦୁଇଟି ଟେଷ୍ଟ ମ୍ୟାଚର ସିରିଜକୁ ୧-୦ ରେ ଜିତି ନେଇଛି। ଏଥି ସହିତ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଥି ମଧ୍ୟରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ପରିବର୍ତ୍ତନ ହୋଇ ସେ ଶ୍ରେଷ୍ଠ ୧୫ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

Google

ଟିମ ଇଣ୍ଡିଆର ନ୍ୟୁଜିଲାଣ୍ଡ ସହ ଚାଲିଥିବା ଟେଷ୍ଟ ମ୍ୟାଚକୁ ଭାରତ ୧-୦ ଜିତି ୱାର୍ଲଡ଼ ଟେଷ୍ଟ ଚମ୍ପିୟାନସିପରେ ନିଜର ପଏଣ୍ଟକୁ ବୃଦ୍ଧି କରିବାରେ ସଫଳ ହୋଇଛି। ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଗ୍ରୀନ ଗାର୍ଡେନରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୪୫ ରନ କରିଥିଲା ଏବଂ ଦ୍ଵିତୀୟ ଇନିଂସରେ ୨୩୪ ରନରେ ୭ ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ କରିଥିଲା ଏବଂ ଦ୍ଵିତୀୟ ଇନିଂସରେ ୧୬୫ ରନରେ ପଞ୍ଚମ ଦିନର ସମାପ୍ତି ହୋଇଥିଲା। ଏଥିସହିତ ପ୍ରଥମ ଟେଷ୍ଟ ଡ୍ର ହୋଇଥିଲା। ମୟଙ୍କ ଏହି ମ୍ୟାଚରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲେ ମଧ୍ୟ ପରବର୍ତ୍ତୀ ଟେଷ୍ଟରେ ନିଜ ଚମକ ଦେଖାଇ ଦେଇଥିଲେ।

ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ଉତ୍ତମ ବ୍ୟାଟିଂ କରି ନିଜର ଉତ୍ତମ ବୋଲିଂର ପ୍ରଦର୍ଶନ କରିଥିଲା। ଏହି ମ୍ୟାଚରେ ମୟଙ୍କ ପ୍ରଥମ ଇନିଂସ ରେ ୩୧୧ ବଲରେ ୧୫୦ ରନ ଓ ଦ୍ବିତୀୟ ଇନିଂସରେ ୧୦୮ ବଲରେ ୬୨ ରନ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ୬୨ ଓ ଦ୍ଵିତୀୟ ଇନିଂସରେ ୧୬୭ ରନରେ ସୀମିତ ରହିଥିଲା। ଭାରତ ଏହି ମ୍ୟାଚକୁ ୩୭୨ ରନରେ ଜିତି ନେଇଥିଲା।

Google

ଉତ୍ତମ ଓ ଚମତ୍କାର ବ୍ୟାଟିଂ ପାଇଁ ମୟଙ୍କ ସ୍ଥାନ ଉପରକୁ ଉଠିଥିଲା। ସେ ୩୧ ତମ ସ୍ଥାନରୁ ଉଠି ୧୧ ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଶର୍ମା ପଞ୍ଚମ ଓ ବିରାଟ କୋହଲି ଷଷ୍ଠ ସ୍ଥାନରେ ଅଛନ୍ତି। ରିସବ ପନ୍ତ ୧୩ ତମ ସ୍ଥାନରେ ଅଛନ୍ତି। ଜୋ ରୁଟ ପୁର୍ବ ଭଳି ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ସଦ୍ୟ ସମାପ୍ତ ଟେଷ୍ଟ କ୍ରିକେଟ ପର୍ଯ୍ୟନ୍ତ ଏହି ତାଲିକା କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *