ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ଭିତରେ ବାଙ୍ଗାଲୋରରେ ପିଙ୍କ ବଲ ଟେଷ୍ଟର ପ୍ରଥମ ଦିନ ଚାଲିଥିଲା। ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ଫଇସଲା କଲେ ଆଉ ମୟଙ୍କ ଅଗ୍ରୱାଲ ସହ ସେ ବ୍ୟାଟିଂ କରିବାକୁ ପିଚ ଭିତରକୁ ଓହ୍ଲାଇଲେ। ନିଜ ଘରେ ହିଁ ନିଜର ମ୍ୟାଚ ଖେଳୁଥିବା ମୟଙ୍କ ଅଗ୍ରୱାଲ ୪ ରନ କରି ହିଁ ପ୍ୟାଅଭିଲିଅନ ଫେରିଗଲେ। ତେବେ ସେ ଯେଭଳି ଭାଇ ଆଉଟ ହେଲେ ତାହା ଚର୍ଚ୍ଚା ଯୋଗ୍ୟ ଅଟେ ତେବେ ସେ ପ୍ରଥମେ ନୋ ବଲରେ ଏଲବିଡବ୍ଲୁ ହେବାରୁ ଅଟକି ଗଲେ। ମାତ୍ର ରନ ଆଉଟ ହେବାରୁ ବଂଚି ପାରିଲେ ନାହିଁ। ତେବେ ସେହି ବଲର ଡ୍ରାମା କଣ ହେଲା ତାହା ଜାଣନ୍ତୁ।
#IndvSL #PinkBallTest Ohhh!! Dear!!! So much happened off that 1 ball.. The first was the appeal for LBW.. Review taken… and then there was a RUN OUT… and a no ball as well.. IN THE END .. Mayank is RUNOUT… Cricket is as simple and as complex as it gets… pic.twitter.com/MQ5wzKKyVL
— Anurag Sinha (@anuragsinha1992) March 12, 2022
ଶ୍ରୀଲଙ୍କାର ଦ୍ରୁତ ବୋଲର ବିଶ୍ୱା ଫର୍ଣ୍ଣନଡୋ ଭାରତର ପ୍ରଥମ ପାଳିର ଦ୍ୱିତୀୟ ଓଭର ବୋଲିଂ କରୁଥିଲେ। ଚତୁର୍ଥ ବଲରେ ହିଁ ଡ୍ରାମା ଆରମ୍ଭ ହେଇଗଲା। ତେବେ ତାଙ୍କର ଏକ ବଲ ଯାଇ ସିଧା ମୟଙ୍କ ଅଗ୍ରୱାଲଙ୍କ ପ୍ୟାଡ଼ରେ ଲାଗିଲା। ସେତେବେଳେ ଅପିଲ ହେଲା ମାତ୍ର ଅମ୍ପାୟାର ସେହି ବଲକୁ ନୋ ବଲ ଦେଇ ତାଙ୍କ ଅପିଲକୁ ଖାରଜ କଲେ। ତାହାପରେ ସେହି ଜୀବନଦାନର ଫାଇଦା ଉଠେଇବାକୁ ଯାଇ ମୟଙ୍କ ଅଗ୍ରୱାଲ ରନ ନେବାକୁ ଗଲେ ମାତ୍ର ଅଧା ପିଚ ଯାଇ ଅଟକି ଗଲେ ଆଉ ଅଧିନାୟକ ରୋହିତ ଶର୍ମା ତାଙ୍କୁ ମନା କରିଦେଲେ କାରଣ ଜୟବିକ୍ରମ ବଲ ଯାଏ ପହଂଚି ଯାଇଥିଲେ। ରୋହିତ ରନ ନେବାକୁ ପଛକୁ ହଟିଗଲେ।
ବାସ ଏହା ଭିତରେ ହିଁ ଜୟବିକ୍ରମା ବଲ ୱିକେଟ କିପରଙ୍କ ଆଡକୁ ଫିଙ୍ଗିଲେ ଆଉ ସେ ଷ୍ଟମ୍ପ ବିଖାରି ଦେଇଥିଲେ। ତାଙ୍କ ୱିକେଟ କିପର ନିରୋଶାନ ଡିକୱେଲା ଡିଆରଏସର ଇଶାରା କଲେ।
ନୋ ବଲ ପାଇଁ ସେ ଏଲବିଡବ୍ଲୁ ହେବାରୁ ତ ବଂଚି ଯାଇଥିଲେ ମାତ୍ର ଅଧା ପିଚକୁ ଆସି ପୁନର୍ବାର ଫେରିବା ମୟଙ୍କଙ୍କ ପାଇଁ ଅସମ୍ଭବ ଥିଲା ଆଉ ଏତିକି ଭିତରେ ୱିକେଟ କିପରି ଷ୍ଟମ୍ପ ଉଡେଇ ସାରିଥିଲେ। ତେବେ ମୟଙ୍କଙ୍କୁ ପ୍ୟାଭିଲିଅନ ଫେରିବାକୁ ପଡିଲା ଆଉ ସେ ୪ ରନ ହିଁ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।