ମୟଙ୍କ ଅଗ୍ରୱାଲ ସେୟାର କଲେ ସ୍ପେଶାଲ ଫଟୋ, କେଭିନ ପିଟରସନ ଦେଲେ ଏମିତି ମଜାଦାର କମେଣ୍ଟ, ଦେଖନ୍ତୁ ଟ୍ୱିଟ

ମୟଙ୍କ ଅଗ୍ରୱାଲ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ପ୍ରଥମ ପାରିରେ ୧୫୦ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ୬୨ ରନ କରିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବଛାଯାଇଥିଲା। ଏହା ସହିତ ସଚିନ , କୋହଲି ଓ କେଭିନ ପିଟରସନଙ୍କ ସହ ମୟଙ୍କ ଅଗ୍ରୱାଲଙ୍କ ନାମ ମଧ୍ୟ ୱାନଖଡେ ଷ୍ଟାଡିୟମରେ ଓନର୍ସ ବୋର୍ଡରେ ଲେଖାଯାଇଛି। ଏହାର ଏକ ଫଟୋ ମୟଙ୍କ ଅଗ୍ରୱାଲ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ତାଙ୍କର ଏହି ଫଟୋ ଉପରେ ଇଂଲଣ୍ଡର ପୂର୍ଵ ଖେଳାଳି କେଭିନ ପିଟରସନ ମଜେଦାର କମେଣ୍ଟ କରିଛନ୍ତି।

Google

ୱାନଖଡେ ଷ୍ଟାଡିୟମରେ ଓନର୍ସ ବୋର୍ଡରେ ନିଜ ନାମର ଫଟୋ ସେୟାର କରି ମୟଙ୍କ ଅଗ୍ରୱାଲ ଲେଖିଛନ୍ତି,”ଏହା କେବଳ ଏକ ନାମ ଲେଖା ନୁହେଁ ବରଂ ଏହା କଠିନ ପରିଶ୍ରମ ଯାହା କୌଣସି ଜିନିଷରୁ ଆଗକୁ ଆସିଥାଏ। ଟେଷ୍ଟ କ୍ରିକେଟ ଖେଳିବା ଓ ଟିମର ବିଜୟରେ ଯୋଗଦାନ ଦେବା ସେହି ବ୍ୟକ୍ତି ପାଇଁ ସବୁକିଛି ଅଟେ, ଯିଏକି ଖେଳକୁ ପୂଜାକରି ବଡ଼ ହୋଇଛି। ଏହା ସମ୍ମାନର କଥା ଅଟେକି ଏତେ ବଡ଼ ବଡ଼ ଖେଳାଳିଙ୍କ ସହ ୱାନଖଡେ ଷ୍ଟାଡିୟମରେ ନାମ ଲେଖାଯିବା”।

ମୟଙ୍କ ଅଗ୍ରୱାଲ ୱାନଖଡେ ଷ୍ଟାଡିୟମର ଯେଉଁ ଓନର୍ସ ବୋର୍ଡର ଫଟୋ ସେୟାର କରିଛନ୍ତି ସେଥିରେ ଇଂଲଣ୍ଡର ପୂର୍ଵ ଅଧିନାୟକ କେଭିନ ପିଟରସଙ୍କର ମଧ୍ୟ ନାମ ଅଛି। ପିଟରସନ ଇଂଲଣ୍ଡର ୨୦୧୨ ରେ ଭାରତ ଗ୍ରସ୍ତ ସିରିଜରେ ୱାନଖଡେ ଷ୍ଟାଡିୟମରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ୧୮୬ ରନର ମାରାଥନ ପାରି ଖେଳିଥିଲେ। ତାଙ୍କର ସେହି ପାରି ଦ୍ଵାରା ଇଂଲଣ୍ଡ ସେହି ଟେଷ୍ଟ ମ୍ୟାଚକୁ ୧୦ ୱିକେଟରେ ଜିତିଥିଲା ଓ ସିରିଜକୁ ୨-୧ରେ ଜିତିଥିଲା। ଏହା ଘରୋଇ ଟେଷ୍ଟ ସିରିଜରେ ଭାରତର ଶେଷ ପରାଜୟ ଥିଲା ଏହା ପରେ ଭାରତ କୌଣସି ଘରୋଇ ଟେଷ୍ଟ ସିରିଜ ହାରିନାହିଁ।

Google

ପିଟରସନ ମୟଙ୍କଙ୍କୁ ମାଗିଲେ ସାହାଯ୍ୟ: ମୟଙ୍କ ଅଗ୍ରୱାଲ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଏକ ଭୁଲ ଧରି କେବିନ ପିଟରସନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖାସ ନିବେଦନ କରିଛନ୍ତି। ତାଙ୍କର କହିବା ଅନୁସାରେ ବୋର୍ଡରେ KP Pietersen ଜାଗାରେ KP Peterson ଲଖିବାକୁ କହିବା ପାଇଁ ମୟଙ୍କଙ୍କୁ ଅନୁରୋଧ କରିଛନ୍ତି।

ମୟଙ୍କ ମୁମ୍ବାଇ ଟେଷ୍ଟରେ ୧୫୦ ରନ କରିଥିଲେ: ମୟଙ୍କ ଅଗ୍ରୱାଲଙ୍କ ସୁନ୍ଦର ବ୍ୟାଟିଙ୍ଗ କାରଣରୁ ଭାରତ ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ବଡ଼ ଅନ୍ତରରେ ହରାଇପାରଥିଲା। ଭାରତ ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇ ସିରିଜକୁ ୧-୦ରେ ହରାଇଥିଲା। କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *