ମୁମ୍ବାଇ ବୋଲରଙ୍କ ବଲକୁ ନିସ୍ତୁକ ପ୍ରହାର କଲେ ଧୱନ! ହାସଲ କଲେ ଏହି ବଡ଼ କୀର୍ତ୍ତିମାନ!

ବ୍ୟୁରୋ ରିପୋର୍ଟ: ଶିଖର ଧୱନ ଆଇପିଏଲରେ ନୂଆ ବିଶ୍ୱରେକର୍ଡ କରିଛନ୍ତି। ସେ ୮୦୦ ବାଉଣ୍ଡରି ମାରିଥିବା ଟି-୨୦ ଲିଗର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ବିରାଟ କୋହଲିଙ୍କ ଠୁ ନେଇ ରୋହିତ ଶର୍ମାଙ୍କପର୍ଯ୍ୟନ୍ତଏପରି କରିପାରିନାହାଁନ୍ତି। ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଧାୱନ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ୫୦ ବଲରର ୭୦ ରନ କରିଥିଲେ। ସେହି ମ୍ୟାଚରେ ସେ ୫ ଟି ଚୌକା ଓ ୩ ଟି ଛକା ମାରିଥିଲେ। ମ୍ୟାଚରେ ପଞ୍ଜାଵ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୯୮ ରନ କରିଥିଲେ। ଧାୱନଙ୍କ ଛଡା ଅଧିନାୟକ ମୟଙ୍କ ଅଗ୍ରୱାଲ ମଧ୍ୟ ୫୨ ରନର ପାରି ଖେଳିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୯୭ ରନର ପାର୍ଟନରସିପ କରିଥିଲେ। ଜିତେସ ଶର୍ମା ମଧ୍ୟ ୩୦ ରନ କରିଥିଲେ। ଏହି ମ୍ୟାଚ ପୂର୍ବରୁ ପଞ୍ଜାଵ ୪ ଟି ମ୍ୟାଚରୁ ଦୁଇଟି ମ୍ୟାଚ ଜିତିଥିଲା। ମୁମ୍ବାଇକୁ ଏବେ ପର୍ଯ୍ୟନ୍ତ ପ୍ରଥମ ବିଜୟର ଅପେକ୍ଷା ଅଟେ। ମୁମ୍ବାଇ ଆରମ୍ଭ ଚାରିଟି ମ୍ୟାଚ ହାରିଯାଇଛି।

Google

ଶିଖର ଧୱନଙ୍କର ଏହା ଆଇପିଏଲରେ ୪୫ ତମ ଅର୍ଦ୍ଧଶତକ ଅଟେ। ଏହି ମ୍ୟାଚ ପୂର୍ବରୁ ସେ ୬୬୮ ଟି ଚୌକା ଓ ୧୨୭ଟି ଛକା ମାରିଥିଲେ ମାନେ ୭୯୫ ଟି ବାଉଣ୍ଡରି ମାରିଥିଲେ। ମୁମ୍ବାଇ ବିରୁଦ୍ଧରେ ସେ ୮ ଟି ବାଉଣ୍ଡରି ମାରି ନିଜ ନାମରେ ୮୦୦ ବାଉଣ୍ଡରିର ରେକର୍ଡ କରିଲେ ଆଇପିଏଲରେ। ବିରାଟ କୋହଲି ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୭୬୬ ବାଉଣ୍ଡରି ଲଗାଇଛନ୍ତି। ପୂର୍ଵ ମହାନ ଖେଳାଳି କ୍ରିସ ଗେଲ ୭୬୧ ବାଉଣ୍ଡରି ସହିତ ତୃତୀୟ ନମ୍ବରରେ ଅଛନ୍ତି।ଧାୱନ ଆଇପିଏଲରେ ଦୁଇଟି ଶତକ ମଧ୍ୟ ମାରିଛନ୍ତି।

ସବୁଠୁ ଅଧିକ ରନ କରିଥିବା ଖେଳାଳି:

ଶିଖର ଧୱନ ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ମଧ୍ୟ ହୋଇଯାଇଛନ୍ତି। ସେ ୨୭ ପାରିରେ ୪୦ର ଔସତରେ ୮୭୧ ରନ କରିଛନ୍ତି। ମୁମ୍ବାଇ ବିରୁଦ୍ଧରେ ସେ ୬ ଅର୍ଦ୍ଧଶତକ ମାରିଛନ୍ତି। ମୁମ୍ବାଇ ବିରୁଦ୍ଧରେତାଙ୍କ ଷ୍ଟାଇକରେଟ ୧୨୮ ର ରହିଛି।ତାଙ୍କ ଛଡା କୌଣସି ଅନ୍ୟ ଖେଳାଳି ୮୫୦ ରନ ପର୍ଯ୍ୟନ୍ତ ପହଁଚିପାରିନାହାଁନ୍ତି। ପୂର୍ଵ ମହାନ ସୁରେଶ ରାଇନା ମୁମ୍ବାଇ ବିରୁଦ୍ଧରେ ୮୨୪ ରନ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ଦୁହିଁଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୮୦୦ ରନ ପର୍ଯ୍ୟନ୍ତ ପହଁଚିପାରି ନାହାଁନ୍ତି।

 

ଶିଖର ଧାୱନ ଏହି ମ୍ୟାଚ ପୂର୍ବରୁ ଆଇପିଏଲରେ ୧୯୬ ମ୍ୟାଚରେ ୩୫ର ଔସତରେ ୫୯୧୧ ରନ କରିଥିଲେ। ଏଥିରେ ସେ ୨ ଟି ଶତକ ଓ ୪୪ ଅର୍ଦ୍ଧଶତକ ମାରିଛନ୍ତି। ଆଇପିଏଲରେ ତାଙ୍କର ଷ୍ଟାଇକ ରେଟ ୧୨୭ର ରହିଛି। ପୂର୍ଵ ଆଇପିଏଲ ସିଜନରେ ସେ ଦିଲ୍ଲୀ କ୍ୟାପିଟଲ୍ସ ଟିମ ପଟୁ ଖେଳି ୫୮୭ ରନ କରିଥିଲେ। ଏହି ସିଜନରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *