ମୁମ୍ବାଇ ଜିତିବା ପାଇଁ କରୁଛି ସଂଘର୍ଷ ଯେବେକି ୪ଥର ବିଜେତା CSK ଏଯାଏ ୨ଟି ମ୍ୟାଚ ଜିତିଛି! ୯ଟି IPL ଟ୍ରଫି ଥାଇ ବି ଏହି IPL ରେ ଫ୍ଲଫ! ଜାଣନ୍ତୁ କାରଣ!

ଆଇପିଏଲ ୨୦୨୨ରେ ପ୍ରାୟ ଅନେକ ମ୍ୟାଚ ସରିଗଲାଣି। ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚରୁ ହୋଇଥିଲା। ଏହି ଆଇପିଏଲ ସିଜନରେ ଅନେକ ରୋମାଞ୍ଚକ ଓ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ସବୁଠୁ ବଡ଼ ଆଶ୍ଚର୍ଯ୍ୟର ଘଟଣା ହେଉଛି ଆଇପିଏଲ ଇତିହାସର ସବୁଠୁ ସଫଳ ଦୁଇ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି।

Google

ଦୁହିଁଙ୍କ ପ୍ରଦର୍ଶନ କଥା କହିବାତ ଯେଉଁଠି ୪ ଥର ଆଇପିଏଲ ଚମ୍ପିୟାନ ହୋଇଥିବା ଚେନ୍ନାଇ ୭ ଟି ମ୍ୟାଚରୁ ମାତ୍ର ୨ ଟି ଜିତି ପଏଣ୍ଟ ଟେବୁଲରେ ୯ ସ୍ଥାନରେ ଅଛି। ସେହିପରି ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଯିଏକି ୫ ଥର ଚାମ୍ପିୟାନ ହୋଇଛି ସେହି ମୁମ୍ବାଇ ଆଇପିଏଲ ୨୦୨୨ରେ ନିଜର ଆରମ୍ଭ ୭ ମ୍ୟାଚ ହାରିଯାଇଛି ଓ ପଏଣ୍ଟସ୍ ଟେବୁଲରେ ଶେଷ ସ୍ଥାନରେ ଅଛି।

ତେବେ ଏହି ସିଜନରେ ଏପରି କଣ କମି ରହିଛି ଯାହା ଦ୍ୱାରା ଦୁଇ ଟିମ ଭଲ ପ୍ରଦର୍ଶନ କରିପାରୁନାହାଁନ୍ତି? ଆପଣଙ୍କୁ କହିରଖିବୁ ସିଏସକେ ଯିଏକି ଆଇପିଏଲ ଇତିହାସରେ ଚାରିଥର ଚାମ୍ପିୟାନ ହେବା ସହ ଅନେକ ଥର ଫାଇନାଲ ଖେଳିଛି। ସିଏସକେ ନିଜର ପୂର୍ଵ ଅନୁଭବୀ ଖେଳାଳିଙ୍କୁ ନେଇ ଖେଳିଥାଏ ଓ ବିଶ୍ୱାସ ରଖିଥାଏ। ଆଇପିଏଲ ୨୦୨୨ ମେଗା ଅକ୍ସନରେ ସିଏସକେ ନଜର ପୂର୍ଵ ମ୍ୟାଚ ବିଜୟୀ ଖେଳାଳିଙ୍କୁ କିଣିବାରେ ସଫଳ ହେଲା ନାହିଁ। ଫାଫ ଡୁ ପ୍ଲେସି ଯି ଏକି ପୂର୍ଵ ସିଜନରେ ଦ୍ୱିତୀୟ ସବୁଠୁ ଅଧିକ ରନ କରିଥିଲେ ସିଏସକେ ତାଙ୍କୁ ଆଉ ଟିମରେ ସାମିଲ କରିପାରିଲା ନାହିଁ।

Google

ଏହା ଛଡା ଦୁଇ ଅନୁଭବୀ ପ୍ରେସର ସାରଦୁଲ ଠାକୁର ଓ ଜୋସ ହେଜଲବୁଡ଼ଙ୍କୁ ମଧ୍ୟ ଟିମ ପୂର୍ଣ୍ଣ ସାମିଲ କରିପାରିଲା ନାହିଁ। ଏହା ସହ ଟିମ ୧୪ କୋଟିରେ କିଣିଥିବା ଅନୁଭବୀ ପ୍ରେସର ଦୀପକ ଚାହାର ଆଘାତ କାରଣରୁ ଆଇପିଏଲ ୨୦୨୨ରୁ ବାହାଯିବା ଦ୍ଵାରା ସିଏସକେର ବୋଲିଙ୍ଗ କମଜୋର ହୋଇଯାଇଛି। ପୂର୍ଵ ସିଜନର ଅରେଞ୍ଜ କ୍ୟାପ ପାଇଥିବା ଋତୁରାଜ ଗାୟକୱାଡ଼ ଏହି ସିଜନରେ ଭଲ ଫର୍ମରେ ନାହଁନ୍ତି ଏହା ମଧ୍ୟ ପରାଜୟର ମୁଖ୍ୟ କାରଣ।

Google

ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା ତ ଏହି ଟିମ ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ଅଟେ ଯିଏକି ୫ ଥର ଚାମ୍ପିୟାନ ହୋଇଛି। କିନ୍ତୁ ଏହି ସିଜନରେ ଟିମର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି।ଏହାର ମୁଖ୍ୟ କୁହାଯାଉଛି ଟିମ ଅକ୍ସନରେ ଅନେକ ପୂର୍ଵ ମ୍ୟାଚ ବିଜୟୀ ଖେଳାଳି ଯେପରି ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡି କକ ଓ ଟ୍ରେଣ୍ଟ ବୋଲଟଙ୍କୁ ଆଉ ଟିମରେ ସାମିଲ କରିପାରିନଥିଲା।

Google

ଏହାର କମି ଏହି ସିଜନରେ ଟିମରେ ଦେଖାଯାଉଛି। ଏହା ସହ ରୋହିତଙ୍କ ଖରାପ ଫର୍ମ ମଧ୍ୟ ଟିମର ପରାଜୟର ଆଉ ଏକ କାରଣ ଅଟେ। ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିପାରୁନାହାଁନ୍ତି। ଲେଗ ସ୍ପିନର ରାହୁଲ ଚାହରଙ୍କ କମି ମଧ୍ୟ ଟିମ ଅନୁଭବ କରୁଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *