୫ ଥରର IPL ଚମ୍ପିୟନ ଟିମ ମୁମ୍ବାଇ ନାମରେ ଲଜ୍ଜାଜନକ ରେକର୍ଡ! IPL 2022 ରେ ଲଗାତାର ୭ଟି ମ୍ୟାଚ ହାରିଲା ମୁମ୍ବାଇ!

ବ୍ୟୁରୋ ରିପୋର୍ଟ : ମହେନ୍ଦ୍ର ସିଂହ ଧୋନି ଫିନିସରର ଦାୟୀତ୍ୱ ଭଲ ସେ ପାଳନ କରି ଗୁରୁବାରକୁ ଆଇପିଏଲରେ ସିଏସକେକୁ ତିନି ୱିକେଟରେ ସୁନ୍ଦର ବିଜୟ ଦେଇଛନ୍ତି। ମୁମ୍ବାଇ ଟିମକୁ ଲଗାତର ସପ୍ତମ ପରାଜୟ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ତିଲକ ବର୍ମାଙ୍କ ୫୧ ରନର ନଟ ଆଉଟ ପାରି ଦ୍ଵାରା ଖରାପ ଆରମ୍ଭ କରି ମଧ୍ୟ ୭ ୱିକେଟରେ ୧୫୫ ରନ କରିଥିଲା। ଏହାର ଜବାବରେ ସିଏସକେ ୭ ୱିକେଟରେ ୧୫୬ ରନ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା। IPL 2022 ରେ ମୁମ୍ବାଇ ଲଗାତାର ୭ମ ମ୍ୟାଚ ହାରିଛି।

Google

ମ୍ୟାଚକୁ ମୁମ୍ବାଇ ନିଜ ଆଡକୁ ଆଣିଥିଲା କିନ୍ତୁ ଶେଷ ଓଭରରେ ଧୋନି ନିଜ ପୁରୁଣା କମାଲ ଦେଖାଇଦେଲେ। ମୁମ୍ବାଇ ପାଇଁ ଡେନିୟଲ ସାମ୍ସଭଲ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୩୦ ରନ ଦେଇ ଚାରିଟି ୱିକେଟ ନେଇଥିଲେ। କିନ୍ତୁ ଜୟଦେବ ଉନାଦକତ ( ୪୮ ରନ ଦେଇ ଦୁଇଟି ଉୱିକେ)ଙ୍କୁ ଅନ୍ତିମ ଓଭରରେ ଭାରି ମାଡ଼ ପଡିଗଲା। ଚେନ୍ନାଇକୁ ଜିତିବା ପାଇଁ ଶେଷତିନି ଓଭରରେ ୪୨ ରନର ଆବଶ୍ୟକତା ଥିଲା। ପ୍ରିଟୋରିୟସ୍ ୧୮ ତମ ଓଭରରେ ଗୋଟେ ଛକା ଓ ଧୋନି ଗୋଟେ ଚୌକା ମାରି ୧୪ ରନ କରିଥିଲେ। ଏହା ପରେ ୧୯ ତମ ଓଭରରେ ସିଏସକେ ୧୧ ରନ କରିଥିଲା।

ଶେଷ ଓଭରରେ ସିଏସକେକୁ ଜିତିବା ପାଇଁ ୧୭ ରନର ଆବଶ୍ୟକତା ଥିଲା। ଉନାଦକତ ପ୍ରଥମ ବଲରେ ପ୍ରିଟୋରିୟସ୍ (୨୨)ଙ୍କୁ ଆଉଟ କରିଦେଇଥିଲେ। ଦ୍ୱିତୀୟ ବଲରେ ବ୍ରାଭୋ ସିଙ୍ଗଲ ନେଇ ଧୋନିଙ୍କୁ ଷ୍ଟାଇକ ଦେଇଥିଲେ। ବଲରେ ଧୋନି ଛକା ମାରିଥିଲେ। ଚତ୍ରୁର୍ଥ ବଲରେ ଫାଇନ ଲେଗରେ ଚୌକା ମାରିଥିଲେ। ପଞ୍ଚମ ବଲରେ ଦୁଇରନ କରିଥିଲେ ଓ ଶେଷ ବଲରେ ସିଏସକେକୁ ୪ ରନର ଆବଶ୍ୟକତା ଥିଲା ଓ ଧୋନି ଶେଷ ବଲରେ ଆରାମରେ ଚୌକା ମାରି ଚେନ୍ନାଇକୁ ଜିତାଇ ଦେଇଥିଲେ।

Google

ଏବେ ପର୍ଯ୍ୟନ୍ତ ପଏଣ୍ଟସ୍ ଟେବୁଲ: ଗୁଜୁରାଟ ୧୦ ଅଙ୍କ ସହ ପ୍ରଥମ, ଆରସିବି ୧୦ ଅଙ୍କ ସହ ଦ୍ୱିତୀୟ, ରାଜସ୍ଥାନ, ଲକ୍ଷନଉ ଓ ହାଇଦ୍ରାବାଦ ୮-୮ ଅଙ୍କ ସହ ତୃତୀୟ, ଚତ୍ରୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ଦିଲ୍ଲୀ, କେକେଆର ଓ ପଞ୍ଜାଵ ୬-୬ ଅଙ୍କ ସହ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ଅଛନ୍ତି। ସିଏସକେ ୪ ଅଙ୍କ ସହ ନବମ ସ୍ଥାନରେ ଅଛନ୍ତି ଓ ମୁମ୍ବାଇ କୌଣସି ଅଙ୍କ ହାସଲ କରିନପାରି ଶେଷ ସ୍ଥାନରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *