ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ସବୁକିଛି ରୋମାଞ୍ଚକର ହୋଇଛି। ବଡ଼ ଟିମ ବିଜୟ ପାଇଁ ଅପେକ୍ଷା କରିଛନ୍ତି। ନୂଆ ଟିମ କିନ୍ତୁ ଜିତିଚାଲିଛନ୍ତି। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହିଁ ଧରନ୍ତୁ ଏହି ଟିମ ୧୪ ଟି ଆଇପିଏଲ ଟ୍ରଫିରୁ ୫ ଟି ଜିତିଛି କିନ୍ତୁ ଏହି ସିଜନରେ ଲଗାତର ପ୍ରଥମ ୬ ଟି ଯାକ ମ୍ୟାଚ ହାରିଯାଇଛି। ୨୦୦୭ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଟିମର କୋଚ ରହିଥିବା ଲାଲଚନ୍ଦ ରାଜପୁତ ମୁମ୍ବାଇ ଇଣ୍ଡିଆନ୍ସର ତିନୋଟି କମଜୋରି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ରୋହିତ ଶର୍ମାଙ୍କ ଖରାପ ଫର୍ମ ଏହି କମଜୋରିକୁ ଆହୁରି ବଢ଼ାଇଦେଉଛି।

ଆଇପିଏଲ ୨୦୨୨ରେ ଶନିବାରକୁ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷନୌ ସୁପର ଜାଏଣ୍ଟସ ସହ ଖେଳିକି ହାରିଯାଇଛି। ମ୍ୟାଚ ପୂର୍ବରୁ ଏହା ପୂର୍ବରୁ ଲାଲଚନ୍ଦ ରାଜପୁତ କହିଛନ୍ତି ପୂର୍ଵ ବର୍ଷ ମୁମ୍ବାଇ ସହ ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲଟଙ୍କ ଭଳି ପ୍ରମୁଖ ଖେଳାଳି ଥିଲେ ଯିଏକି ଏଥର ନାହାଁନ୍ତି। ଏହି କମଜୋରି ଦୂର ପାଇଁ ସମୟ ଲାଗିବ। ସେ ଏହା ମଧ୍ୟ କହିଛନ୍ତି ଅଧିନାୟକ ରୋହିତ ଶର୍ମା ଆଶା ମୁତାବକ ରନ କରିପାରୁ ନାହାଁନ୍ତି ଯାହା ଦ୍ୱାରା ଅସୁବିଧା ବଢିଯାଇଛି।
ବୁମରାଙ୍କ ଉପରେ ବଢିଗଲା ପ୍ରେସର:
ପୂର୍ଵ କ୍ରିକେଟର କହିଛନ୍ତି ଟ୍ରେଣ୍ଟ ବୋଲଟ ଯିବା ପରେ ଯଶପ୍ରୀତ ବୁମରାଙ୍କ ଉପରେ ପ୍ରେସର ବଢିଯାଇଛି। ଏବେ ବିରୋଧୀ ଟିମଙ୍କୁ ଜଣାପଡିଛି କି ମୁମ୍ବାଇ ପାଖରେ ଜଣେ ଷ୍ଟାଇକ ବୋଲର ଅଛି ତେଣୁ ସେ ବୁମରାଙ୍କୁ ସମ୍ଭାଳିକି ଖେଳୁଛନ୍ତି ଓ ତାଙ୍କୁ ୱିକେଟ ଦେଉନାହାନ୍ତି। ବୁମରାଙ୍କୁ ଏହା ମଧ୍ୟ ଜଣାଅଛି କି ସେ ଆରମ୍ଭରୁ ମୁମ୍ବାଇକୁ ୱିକେଟ ନଦେବା ଦ୍ଵାରା ଟିମ ଉପରେ ପ୍ରେସର ବଢିଯିବ। ଏହି କାରଣରୁ ବୁମରା ମଧ୍ୟ ପ୍ରେସରରେ ଅଛନ୍ତି।

ଭଲ ସ୍ପିନରଙ୍କ କମି:
ଲାଲଚନ୍ଦ ରାଜପୁତ ଏହା ମଧ୍ୟ କହିଛନ୍ତି ମୁମ୍ବାଇ ପାଖରେ ଭଲ ସ୍ପିନରଙ୍କର ମଧ୍ୟ କମି ଅଛି। ସେ ଏହା ମଧ୍ୟ କହିଛନ୍ତି ପୂର୍ଵ ବର୍ଷ ମୁମ୍ବାଇ ପାଖରେ ରାହୁଲ ଚାହର ଥିଲେ ଯିଏକି ଆବଶ୍ୟକ ସମୟରେ ୱିକେଟ ବାହାର କରି ଦେଉଥିଲେ। ଏବେ ତାଙ୍କ କମି ମଧ୍ୟ ମୁମ୍ବାଇ ଅନୁଭବ କରୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।