ବ୍ୟୁରୋ ରିପୋର୍ଟ: ଇଣ୍ଡିଆନ ପ୍ରିମୀୟର ଲିଗର ୧୬ତମ ସିଜିନ ଆଗାମୀ ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଚେନ୍ନାଇ ସୁପର କିଂଗ୍ସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର ଅଛି।
ପ୍ରଥମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ହେବାକୁ ଯାଉଛି। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପରିବର୍ତ୍ତନ ସମୟ ଦେଇ ଗତି କରୁଛି। ହାର୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ଦଳରୁ ଯିବା ପରେ କାୟରନ ପୋଲାର୍ଡ଼ ମଧ୍ୟ ଅବସର ନେଇ ଯାଇଛନ୍ତି। ତେବେ ଏହି ଖେଳାଳିଙ୍କ ସ୍ଥାନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କିଏ ପୂରଣ କରିବେ ସେ ନେଜ ପ୍ରଶ୍ନ ଉଠିଛି।
ହାର୍ଦିକ ପାଣ୍ଡ୍ୟା ୨୦୨୨ ଆଇପିଏଲ ସିଜିନ ଆରମ୍ଭରୁ ସେ ଦଳରୁ ଅଲଗା ହୋଇ ଯାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଦଳରୁ ଛାଡି ଦେବା ପରେ ସେ ଗୁଜରାଟ ଟାଇଟନ୍ସ ଦଳର ଅଧିନାୟକ ହୋଇଥିଲେ।
ଗୁଜରାଟ ଟାଇଟନ୍ସ ପ୍ରଥମ ସିଜିନରେ ହିଁ ଚମ୍ପିୟନ ହୋଇଥିଲା। ଏହାପରେ ପୋଲାର୍ଡ଼ ମଧ୍ୟ ଦଳରୁ ଅବସର ନେଇ ଯାଇଛନ୍ତି। ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂ ଦୁଇ ଜଣ ଖେଳାଳିଙ୍କ ନାଁ କହିଛନ୍ତି ଯେଉଁମାନେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫିନିସରଙ୍କ ସ୍ଥାନ ପୂରଣ କରି ପାରିବେ। ମୁମ୍ବାଇ ଦଳର କ୍ୟାପଟେନ ରୋହିତ ଶର୍ମା ଅଟନ୍ତି।
ଭାରତୀୟ ସ୍ପିନର ହରଭଜନ ସିଂ ଏ ସମ୍ପର୍କରେ କହିଛନ୍ତି ଯେ, ଟିମ ଡେଭିଡ ଏବଂ କ୍ୟାମେରନ ଗ୍ରୀନ ମୁମ୍ବାଇ ଦଳରେ ହାର୍ଦିକ ପାଣ୍ଡ୍ୟା ଏବଂ କାୟରନ ପୋଲାର୍ଡ଼ଙ୍କ ସ୍ଥାନ ପୂରଣ କରି ପାରିବେ। ଏହି ଦୁଇ ଖେଳାଳି ନିଜ କ୍ୟାରିୟରରେ ବହୁତ ସଫଳ ହୋଇ ଯାଇଛନ୍ତି। ଏହି ଦୁଇ ଖେଳାଳି ପାଣ୍ଡ୍ୟା ଏବଂ ପୋଲର୍ଡ଼ଙ୍କ ସ୍ଥାନ ନେଇ ମୁମ୍ବାଇ ଦଳକୁ ବିଜୟୀ କରାଇ ପାରିବେ।
ହରଭଜନ ସିଂ ଆଉ ମଧ୍ୟ କହିଛନ୍ତି ଯେ,’ ଏହି ଦୁଇ ଜଣ ଏପରି ଖେଳାଳି ଅଟନ୍ତି, ଯାହାଙ୍କ ପ୍ରଥମ ମ୍ୟାଚ ଭଲ ଗଲେ, ସେ ସମ୍ପୂର୍ଣ୍ଣ ସିଜିନରେ ଭଲ ଖେଳିବେ। ଗତ କିଛି ସମୟ ଧରି ମୁମ୍ବାଇ ତଳକ୍ରମରେ ରହିଛି।’ ଦଳର ପ୍ରଥମ ମୁକାବିଲା ଏପ୍ରିଲ ୨ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଅଛି।