IPL 2022 ର ଆଜିର ମ୍ୟାଚ LSG ବନାମ MI ଭିତରେ ଖେଳାଯାଉଛି। ଆଗ ବ୍ୟାଟିଂ କରି LSG ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଛି। ଦଳ ପାଇଁ ସର୍ବାଧିକ ରନ କରିଛନ୍ତି କେ ଏଲ ରାହୁଲ। ସେ ୬୨ ବଲରେ ୧୦୩ ରନ କରି ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ୧୨ ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୬୬.୧୩ ଥିଲା।
କହିରଖିବୁ ମୁମ୍ବାଇ ବିପକ୍ଷରେ ରାହୁଲ ଏହି ସିଜିନ ଆଉ ଏକ ଶତକ ମାରିଛନ୍ତି। ସେ MI vs LSG ର ପ୍ରଥମ ମ୍ୟାଚରେ ବି ୧୦୦ ମାରିଥିଲେ ଏବଂ ଏହି ମ୍ୟାଚ LSG ଜିତିଥିଲା। ତେବେ ଆଜିର ମ୍ୟାଚରେ ରାହୁଲଙ୍କ ଆକର୍ଷଣୀୟ ପାରି ବଳରେ ଦଳ ୧୬୮ ରନ କରିଛି। ଅନ୍ୟ ବ୍ୟାଟ୍ସମାନଙ୍କ କଥା କହିବା ତ ମନୀଷ ପାଣ୍ଡେ ୨୨, ଡି କକ ୧୦, ଆୟୁଷ ବଦୋନି ୧୪, କ୍ରୁନାଲ ପାଣ୍ଡ୍ୟା ୧, ଦୀପକ ହୁଡ୍ଡା ୧୦ କରିଥିଲେ।
103* off 62 deliveries from the #LSG Skipper.
Take a bow, @klrahul11 #TATAIPL #LSGvMI pic.twitter.com/RkER4HAf6l
— IndianPremierLeague (@IPL) April 24, 2022
ମୁମ୍ବାଇ ପକ୍ଷରୁ ଡାନିଏଲ ସାମସ ୧ଟି ୱିକେଟ ଅକ୍ତିଆର କରିଥିଲେ ଯେବେକି ବୁମରା ଗୋଟିଏ, ମେରିଡିଥ ୨ଟି ଏବଂ ପୋଲାର୍ଡ଼ ୨ଟି ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।