ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ରୋମାଞ୍ଚକ ଜାରି ଅଛି ଓ ଏବେ ପ୍ରତ୍ୟେକ ଟିମ ପ୍ଲେ ଅଫରେ ପହଁଚିବା ପାଇଁ ପୁରା ଚେଷ୍ଟା କରୁଛନ୍ତି। ଏଥର ଆଠ ସ୍ଥାନରେ ଦଶଟି ଟିମ ଖେଳୁଛନ୍ତି ଯାହା ଦ୍ୱାରା ଖେଳର ରୋଚକତା ବଢିଯାଇଛି। ଆଜି ୩୦ ଏପ୍ରିଲରୁ ଆଇପିଏଲ ୨୦୨୨ର ୪୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବାର ଅଛି।

ଏହି ମ୍ୟାଚ ଦୁଇ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ରାଜସ୍ଥାନ ଏହି ମ୍ୟାଚ ଜିତି ପ୍ଲେଅଫରେ ନିଜ ଜାଗା ପକା କରିବାକୁ ଚାହିଁବ। ସେହି ପରି ଲଗାତର ୮ ଟି ମ୍ୟାଚ ହାରିଥିବା ମୁମ୍ବାଇ ଏହି ମ୍ୟାଚ ଜିତି ନିଜ ସମ୍ମାନ ରକ୍ଷା କରିବାକୁ ଚାହିଁବ। ଦୁଇ ଟିମର ପ୍ରଦର୍ଶନ କଥା କହିବାତ ରାଜସ୍ଥାନ ଟିମ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରିଆସୁଛି। ଟିମ ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୮ ଟି ମ୍ୟାଚ ଖେଳିଛି ଯେଉଁଥିରୁ ୬ ଟି ମ୍ୟାଚ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ରାଜସ୍ଥାନର ବ୍ୟାଟ୍ସମ୍ୟାନ ଓ ବୋଲର ସବୁ ବିଭାଗରେ ଭଲ ପ୍ରଦର୍ଶନ ରହିଛି। କାରଣ ରାଜସ୍ଥାନଟିମ ପାଖରେ ହିଁ ଅରେଞ୍ଜ କ୍ୟାପ ଓ ପପଲ କ୍ୟାପ ଅଛି। ବଟଲର ସବୁଠୁ ଅଧିକ ରନ କରିଥିବା ବେଳେ ୟୁଜବେନ୍ଦ୍ର ଚାହଲ ସୁନ୍ଦର ବୋଲିଙ୍ଗ କରି ସବୁଠୁ ଅଧିକ ୱିକେଟ ନେଇଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ଟିମରେ କୌଣସି ପରିବର୍ତ୍ତନ ଦେଖିବାକୁ ନମିଳିପାରେ।
ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା ତ ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ଯିଏକି ୫ ଥର ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି ବର୍ଷ ଟିମର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ଟିମ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଖେଳିଛି ଓ ସବୁଯାକ ମ୍ୟାଚ ହାରିଛି। ଟିମ ଏବେ ଶୂନ୍ୟ ଅଙ୍କ ସହ ଶେଷ ସ୍ଥାନରେ ଅଛି। ଏହା ସହିତ ଟିମ ପ୍ଲେଫରୁ ହିଁ ବାହାର ହୋଇଯାଇଛି।ଟିମର ବ୍ୟାଟ୍ସମ୍ୟାନ ଓ ବୋଲର କେହି ଭଲ ପ୍ରଦର୍ଶନ କରିପାରୁନାହାଁନ୍ତି। ଏହି ମ୍ୟାଚରେ ମୁମ୍ବାଇ ଟିମରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନି।

ଏପରି ହୋଇପାରେ ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ରାଜସ୍ଥାନ: ଜୋସ ବାଟଲର, ଦେବଦତ ପଡିକଲ,ଦୟାଲ ମିଚେଲ, ସଞ୍ଜୁ ସାମସନ(ଅଧିନାୟକ), ସିମରାନ ହେଟମାୟର, ରିୟାନ ପରାଗ, ଆର ଅଶ୍ୱିନୀ, ଟ୍ରେଣ୍ଟ ବୋଲଟ, କୁଲଦୀପ ସେନ ,ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚାହଲ।
ମୁମ୍ବାଇ: ରୋହିତ ଶର୍ମା (ଅଧିନାୟକ), ଇସାନ କିସନ ଡିୱାଲ୍ଡ ବ୍ରେଭିସ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କାୟରନ ପୋଲାର୍ଡ଼, ରିତିକ ସୋକିନ, ଡେନିୟଲ ସାମସ, ଜୟଦେବ ଉନାଦକତ, ରାଇଲେ ମେରିଡିର୍ଥ, ଯଶପ୍ରୀତ ବୁମରା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।