ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜର ପୂର୍ଵ ଖେଳାଳି କାୟରନ ପୋଲାଡ଼ଙ୍କର ଆଜି ଜନ୍ମ ଦିନ ଅଟେ। ସେ ସୀମିତ ଓଭର କ୍ରିକେଟରେ ୱେଷ୍ଟଇଣ୍ଡିଜର ଅଧିନାୟକ ମଧ୍ୟ ହୋଇଛନ୍ତି। ସେ ଅଳ୍ପ ଦିନ ତଳେ କ୍ରିକେଟର ସବୁ ଇଣ୍ଟରନେସନାଲ ଫର୍ମାଟରୁ ଅବସର ନେଇଛନ୍ତି। ସେ ଏହି ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳୁଛନ୍ତି। ଆଇପିଏଲ ୨୦୨୨ ତାଙ୍କ ପାଇଁ ଭଲ ରହିନାହିଁ କାରଣ ଏହି ସିଜନରେ ସେ ମୁମ୍ବାଇର ଅସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଲଗାତର ସଂଘର୍ଷ କରୁଛନ୍ତି। ଆଜି କିନ୍ତୁ ସିଏସକେ ବିରୁଦ୍ଧରେ ମ୍ୟାଚରେ ମୁମ୍ବାଇ ଜିତିପାରେ। ଏହାର ଖାସ କାରଣ ଅଛି।

ଆଇପିଏଲ ୨୦୨୨ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ପୋଲାଡ଼ଙ୍କ ପାଇଁ ଭଲ ରହିନାହିଁ। ସେ ଆଇପିଏଲ ୨୦୨୨ରେ ୧୧ ଟି ମ୍ୟାଚରେ ୧୪୪ ରନ ହିଁ କରିଛନ୍ତି। ଏହି ସିଜନରେ ସେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିପାରିନାହାଁନ୍ତି ଓ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୫ ରହିଛି। ତାଙ୍କର ଅସଫଳର ପ୍ରଭାବ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପଡ଼ିଲା ଓ ଟିମ ପ୍ରଥମେ ଆଇପିଏଲ ୨୦୨୨ର ପ୍ଲେ ଅଫରୁ ବାହାରିଗଲା। ଆଜି ୧୨ ମଇ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖାସ କାରଣ ଆଜି ୧୨ମଇ ପୋଲାଡ଼ଙ୍କ ଜନ୍ମଦିନ ଓ ଏହି ଦିନ ମୁଁ ମୁମ୍ବାଇ ମ୍ୟାଚ ହାରିନାହିଁ।
ପୋଲାଡ଼ଙ୍କ ଜନ୍ମଦିନରେ ମୁମ୍ବାଇ ଇଣ୍ଡିଆନ୍ସ:
କାୟରନ ପୋଲାଡ଼ଆଇପିଏଲ ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡିହୋଇଥିଲେ ଓ ସେବେଠୁ ସେ ଟିମସହ ଅଛନ୍ତି। ପୋଲାଡ଼ ଟିମରେ ସାମିଲ ହେବା ପରଠୁ ମୁମ୍ବାଇ ୧୨ ମଇକୁ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛି ଓ ସବୁଯାକ ମ୍ୟାଚ ଜିତିଛି। ତେଣୁ ପୋଲାଡ଼ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୨ ମଇର ଦିନ ଶୁଭ ଅଟେ। ତାଙ୍କ ଜନ୍ମ ଦିନରେ ମୁମ୍ବାଇ ଚତ୍ରୁର୍ଥ ଥର ମ୍ୟାଚ ଖେଳିବାର ଅଛି।

୧୨ ମଇ ୨୦୧୨କୁ ପୋଲାଡ଼ଙ୍କ ଜନ୍ମଦିନ ଦିନ ମୁମ୍ବାଇ ପ୍ରଥମ ଥର ମ୍ୟାଚ ଖେଳିଲା। ଏହି ମ୍ୟାଚ ମୁମ୍ବାଇ କେକେଆର ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚରେ ମୁମ୍ବାଇ ଭଲ ପ୍ରଦର୍ଶନ କରି କେକେଆରକୁ ୨୭ ରନରେ ହରାଇଥିଲା। ସେହି ମ୍ୟାଚରେ ପୋଲାଡ଼ଙ୍କୁ ବ୍ୟାଟିଙ୍ଗ କରିବାର ମୌକା ମିଳିନଥିଲା।
୧୨ ମଇ ୨୦୧୪କୁ ମୁମ୍ବାଇ ଦ୍ୱିତୀୟ ଥର ପୋଲାଡ଼ଙ୍କ ଜନ୍ମ ଦିନରେ ମ୍ୟାଚ ଖେଳିଥିଲା। ଏଥର ମୁମ୍ବାଇ ହାଇଦ୍ରାବାଦ ସହ ମ୍ୟାଚ ଖେଳିଥିଲା। ଏହି ମ୍ୟାଚରେ ମଧ୍ୟ ମୁମ୍ବାଇ ଭଲ ପ୍ରଦର୍ଶନ କରି ହାଇଦ୍ରାବାଦକୁ ୭ ୱିକେଟରେ ହରାଇଥିଲା। ଏହି ମ୍ୟାଚରେ ପୋଲାଡ଼ ୭ ବଲରେ ୬ ରନ କରିଥିଲେ।

ପୋଲାଡ଼ଙ୍କ ଜନ୍ମ ଦିନରେ ମୁମ୍ବାଇ ଜିତିଥିଲା ଟ୍ରଫି:
୧୨ ମଇ ୨୦୧୯ ମୁମ୍ବାଇ ଇଣ୍ଡିଆନ୍ସ ଓ କାୟରନ ପୋଲାଡ଼ଙ୍କ ପାଇଁ ଖାସ ଅଟେ। କାରଣସେହିଦିନ ପୋଲାଡ଼ଙ୍କ ଜନ୍ମଦିନରେ ମୁମ୍ବାଇ ଆଇପିଏଲ ଟ୍ରଫି ଜିତିଥିଲା। ସେବେ ମୁମ୍ବାଇ ଫାଇନାଲ ମ୍ୟାଚ ସିଏସକେ ସହ ଖେଳୁଥିଲା।ବପାରିର ଶେଷ ବଲରେ ମୁମ୍ବାଇ ବିଜୟ ହାସଲ କରି ଚତ୍ରୁର୍ଥ ଥର ଆଇପିଏଲ ଟ୍ରଫି ଜିତିଥିଲା। ଫାଇନାଲ ବଲରେ ଲସିଥ ମାଲିଙ୍ଗା ସାରଦୁଲ ଠାକୁରଙ୍କୁ ଆଉଟ କରି ମୁମ୍ବାଇକୁ ବିଜୟ ଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।