IPL 2022 ରେ ଲଗାତାର ୮ଟି ମ୍ୟାଚ ହାରିବା ପରେ ଗୋଟିଏ ମ୍ୟାଚ ଜିତିଛି ମୁମ୍ବାଇ। ରାଜସ୍ଥାନ ବିପକ୍ଷରେ ଏହି ମ୍ୟାଚ ଜିତିଛି ମୁମ୍ବାଇ। ଆଗ ବ୍ୟାଟିଂ କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୮ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୬୧ ରନ କରିଛି।

ରାଜସ୍ଥାନ ପକ୍ଷରୁ ଓପ୍ନର ଜୋସ ବଟଲର ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୫୨ ବଲରେ ୬୭ ରନ କରିଥିଲେ। ଏଥିରେ ୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପାଡିକଲ ୧୫ କରି ଆଉଟ ହୋଇଥିଲେ। ସଂଜୁ ସାମସନ ୧୬ କରି ଆଉଟ ହୋଇଯାଇଥିଲେ। ଅଶ୍ୱିନୀ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୯ ବଲରେ ୨୧ କରିଥିଲେ। ତାଙ୍କର ଏହି ପାରିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।
ଅନ୍ୟ ପକ୍ଷରେ ମୁମ୍ବାଇ ସୂର୍ଯ୍ୟକୁମାର ଙ୍କ ଆକର୍ଷଣୀୟ ପାରିରେ ଏହି ମ୍ୟାଚ ଜିତିଥିଲା। ସୂର୍ଯ୍ୟ ୩୯ ବଲରେ ୫୧ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଇଶାନ ୧୮ ବଲରେ ୨୬ କରିଥିଲେ। ତିଲକ ବର୍ମା ବି ସୂର୍ଯ୍ୟଙ୍କ ସହ ସୁନ୍ଦର ପାର୍ଟନରସିପ କରିଥିଲେ। ସେ ୩୦ ବଲରେ ୩୫ କରିଆ ଆଉଟ ହୋଇଯାଇଥିଲେ। ଟିମ ଡାଭିଡ ୯ ବଲରେ ୨୦ କରିଥିଲେ। ଛକା ଲଗାଇ ମ୍ୟାଚ ଜିତାଇଥିଲେ ଡାନିଏଲ ସାମସ୍।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।