ଚଳିତ ଆଇପିଏଲ ସିଜିନର ୫୧ତମ ମ୍ୟାଚ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ବାର୍ବନ ଷ୍ଟାଡିୟମରେ ଖେଳା ଯାଇଥିଲା ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ। ଏହି ମ୍ୟାଚକୁ ମୁମ୍ବାଇ ଇଂଡିଆନ୍ସ ୫ ରନରେ ଜିତି ନେଇଛି। ଟସ ଜିତି ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ମୁମ୍ବାଇ ଇଂଡିଆନ୍ସର ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନଙ୍କ ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଉଭୟ ପାୱାର ପ୍ଲେ ମଧ୍ୟରେ ୬୨ ରନର ଭଲ ପାର୍ଟନରସିପ ତିଆରି କରିଥିଲେ।

ଏହାପରେ ଦଳ ୭୪ ରନ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ନିଜର ପ୍ରଥମ ୱିକେଟ ହରାଇ ଥିଲା। ସେ ମାତ୍ର ୨୮ ବଲରୁ ଦ୍ରୁତ ଗତିରେ ୪୩ ରନ ସଂଗ୍ରହ କରି ରସିଦ ଖାନଙ୍କ ବଲରେ ଲେଗ ବିଫୋର ଉଉଇକେଟ ହୋଇଥିଲେ। ଏଥିରେ ତାଙ୍କର ୫ ଟି ଚୌକା ଏବଂ ଦୁଇଟି ଛକା ସାମିଲ ରହିଥିଲା। ଏହାପରେ ଦଳକୁ ଆଗକୁ ନେଇଥିଲେ ସୂର୍ଯ୍ୟ କୁମାର ୟାଦବ ଏବଂ ଇଶାନ କିଶାନ। ଦଳ ନିଜର ଦ୍ଵିତୀୟ ଉଇକେଟ ସୂର୍ଯ୍ୟ କୁମାର ୟାଦବଙ୍କ ରୂପରେ ହରାଇଥିଲା। ସେ ମାତ୍ର ୧୧ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଏହାପରେ ଦଳ ୧୨ ଓଭର ଚାଲିଥିବା ବେଳେ ୧୧୧ ରନରେ ତୃତୀୟ ୱିକେଟ ଇଶାନ କିଶାନଙ୍କ ରୂପରେ ଏବଂ ୧୫ ଓଭରରେ ୧୧୯ ରନରେ ପୋଲର୍ଡ଼ଙ୍କ ରୂପରେ ଚତୁର୍ଥ ୱିକେଟ ହରାଇଥିଲା।
ଇଶାନ କିଶାନ ୨୯ ବଲରୁ ଦ୍ରୁତ ୪୫ ରନ ସଂଗ୍ରହ କରିଥିବା ବେଳେ କାଏରନ ପୋଲର୍ଡ଼ ୧୪ ବଲରୁ ମାତ୍ର ୪ ରନ ସଂଗ୍ରହ କରି ନିରାଶାଜନକ ପ୍ରଦର୍ଶନ କରିଥିଲେ। ଇଶାନ କିଶାନଙ୍କ ଏହି ଦ୍ରୁତ ସ୍କୋରରେ ୫ ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଏହାପରେ ଟିମ ଡେଭିଡଙ୍କ ୨୧ ବଲରୁ ୪୪ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏଥିରେ ତାଙ୍କର ୪ ଟି ବଡ଼ ବଡ଼ ଛକା ମଧ୍ୟ ସାମିଲ ଥିଲା। ଯାହାଫଳରେ ଦଳୀୟ ସ୍କୋର ନିର୍ଧାରିତ ୨୦ ଓଭରରେ ୧୭୭ ରନରେ ପଂହଚିଥିଲା। ଗୁଜୁରାଟ ପକ୍ଷରୁ ରସିଦ ଖାନ ଦୁଇଟି ୱିକେଟ ନେଇଥିବା ବେଳେ ଆଲଝାରି ଜୋସେଫ, ପ୍ରଦୀପ ସାଙ୍ଗୱାନ ଏବଂ ଲକୀ ଫରଗୁସନ ମାତ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏହାର ଜବାବରେ ଗୁଜୁରାଟ ଟାଇଟନ୍ସ ଦଳ ଶୃଙ୍ଖଳିତ ଦ୍ରୁତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଫଳରେ ମାତ୍ର ୯ ଓଭରରେ ଗୁଜୁରାଟ ଟାଇଟନ୍ସ ୮୮ ରନର ବିଶାଳ ସ୍କୋର ସଂଗ୍ରହ କରି ନେଇଥିଲେ। ଏହାପରେ ଦଳ ୧୦୬ ରନରେ ଶୁଭମନ ଗିଲଙ୍କ ରୂପରେ ନିଜର ପ୍ରଥମ ୱିକେଟ ଏବଂ ୧୧୧ ରନରେ ଋଦ୍ଧିମାନ ସାହାଙ୍କ ରୂପରେ ନିଜର ଦ୍ଵିତୀୟ ଉଇକେଟ ହରାଇଥିଲା। ଶୁଭମନ ଗିଲ ୩୬ ବଲରେ ୫୨ ରନ ସଂଗ୍ରହ କରି ପାରିଥିବା ବେଳେ ଋଦ୍ଧିମାନ ସାହା ୪୦ ବଲରୁ ୫୫ ରନର ଦ୍ରୁତ ରନ ସଂଗ୍ରହ କରିଥିଲେ। ଏହାପରେ ହାର୍ଦିକ ପାଣ୍ଡ୍ୟା ୧୪ ବଲରୁ ମାତ୍ର ୨୪ ରନ କରି ନିଜ ଉଇକେଟ ହରାଇ ଥିବା ବେଳେ ସାଇ ସୁଦର୍ଶନ ମାତ୍ର ୧୪ ରନରେ ହିଟ ୱିକେଟ ହୋଇ ନିଜ ୱିକେଟ ହରାଇଥିଲେ।
𝐖𝐡𝐚𝐭. 𝐀. 𝐖𝐢𝐧. 🔥#OneFamily #DilKholKe #MumbaiIndians #GTvMI @ImRo45 @ishankishan51 @timdavid8 pic.twitter.com/PM9wh2gdVw
— Mumbai Indians (@mipaltan) May 6, 2022
ଏହାପରେ ମୁମ୍ବାଇ ଇଂଡିଆନ୍ସ ବୋଲର ଯଶପ୍ରୀତ ଅଧିକ ରନ ବ୍ୟୟ କରିଥିଲେ ମଧ୍ୟ ଅନ୍ତିମ ଓଭରରେ ମାତ୍ର ୯ ରନର ଆବଶ୍ୟକତା ରହିଥିଲା। ମାତ୍ର ରାହୁଲ ତେବାତିଆଙ୍କ ରନ ଆଉଟ ଦଳକୁ ଅସୁବିଧାରେ ପକାଇ ଦେଇଥିଲା। ଅନ୍ତିମ ଦୁଇଟି ବଲରେ ୬ ରନ ଦରକାର ହେଉଥିବା ବେଳେ ଡେଭିଡ ମିଲର ଡାନିଏଲ ସାମସଙ୍କ ସ୍ଲୋ ବଲକୁ ଖେଳିପାରୁ ନଥିଲେ।
ଯାହାଦ୍ୱାରା ଏହି ରୋମାଞ୍ଚକର ମ୍ୟାଚକୁ ମୁମ୍ବାଇ ଇଂଡିଆନ୍ସ ୫ ରନରେ ଜିତି ନେଇଥିଲା। ଦଳ ପକ୍ଷରୁ ମୁରୁଗାନ ଅଶ୍ୱିନୀ ଦୁଇଟି ଏବଂ କାଇରନ ପୋଲର୍ଡ଼ ଗୋଟିଏ ୱିକେଟ ନେଇଥିଲେ। ଏଠି ସହିତ ଗୁଜରାଟ ଟାଇଟନ୍ସ ୧୧ ଟି ମ୍ୟାଚରୁ ୧୬ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ମୁମ୍ବାଇ ଇଂଡିଆନ୍ସ ୧୦ ଟି ମ୍ୟାଚରୁ ମାତ୍ର ୪ ଟି ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି।
A night to remember. An over to remember. A game to remember. 🙌💙#OneFamily #DilKholKe #MumbaiIndians #GTvMI #DanielSams pic.twitter.com/XhnBTdJhXh
— Mumbai Indians (@mipaltan) May 6, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।