ପୁଣି ଥରେ କ୍ରିକେଟ ମୈଦାନକୁ ଫେରିବେ ମିତାଲି ରାଜ? ଜୋର ଧରିଲା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମିତାଲି ରାଜ ପୁଣିଥରେ ପଡ଼ିଆକୁ ଓହ୍ଲାଇପାରନ୍ତି। ତେବେ ଅବସର ନେଇଥିବା ମିତାଲି ICC ର 100 ପ୍ରତିଶତ କ୍ରିକେଟ ପଡ଼କାଷ୍ଟରେ ଏହିଭଳି ସଂକେତ ଦେଇଛନ୍ତି।

Google

ICC ର ଏହି କାର୍ଯ୍ୟକ୍ରମରେ ମିତାଲି ଇଶା ଗୁହା ଏବଂ ପ୍ରାନଙ୍କୀ ସହ ଭାଗ ନେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମିତାଲି ରାଜ କହିଛନ୍ତି କି ଯଦି ମହିଳା IPL ଟୁର୍ଣ୍ଣାମେଣ୍ଟର ଫାଷ୍ଟ ସିଜିନରେ ତାଙ୍କୁ ଚାନ୍ସ ମିଳେ ତେବେ ସେ ପୁଣି ଥରେ ଖେଳିବା ଉପରେ ବିଚାର କରିବେ।

ତେବେ କ୍ରିକେଟ ରୁ ଅବସର ନେଇସାରିଥିବା ମିତାଲି ଓମେନ୍ସ IPL ଇଛୁକ ପ୍ରଶ୍ନର ଉତ୍ତରରେ ସେହି ରାସ୍ତା ଖୋଲା ଅଛି ବୋଲି ସେ କହିଛନ୍ତି। ଏହା ଉପରେ କୌଣସି ଫାଇସଲା ନେଇନାହାନ୍ତି ବୋଲି ମିତାଲି କହିଛନ୍ତି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି। ଆହୁରି କେତେ ଦିନ ମହିଳା IPL ରହିଅଛି।

Google

ମିତାଲି ରାଜ ଜଣେ ଉଚ୍ଚକୋଟୀର କ୍ରିକେଟର ଅଟନ୍ତି। ସେ ୮୯ ଟି ଇଣ୍ଟରନେସନାଲ ଟି-୨୦ ମ୍ୟାଚ ରେ ୨୩୬୪ ରନ କରିଥିଲେ। ୨୩୨ ଟି ODI ରେ ସେ ୭୮୦୫ ରନ କରିଥିଲେ। ସେ ୬୯୯ ରନ ୧୨ ଟି ଟେଷ୍ଟରେ କରିଥିଲେ। ଯେଉଁଥିରେ ୪ଟି ଅର୍ଦ୍ଧ ଶତକ ଓ ଗୋଟିଏ ଶତକ ଅଛି ସାମିଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *