ଧୋନିଙ୍କ ଟେଷ୍ଟ କ୍ରିକେଟରୁ ହଠାତ ଅବସର ନେବାର ବଡ଼ ଖୁଲାସା କଲେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ

ଭାରତୀୟ ଟିମର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଅଳ୍ପ ଦିନ ତଳେ ଟିମ ଇଣ୍ଡିଆ ସହ ନିଜ କାର୍ଯ୍ୟକାଳ ପୁରା କରିଛନ୍ତି। ଏହି ପୂର୍ଵ ହେର୍ଡ କୋଚ ତୃତୀୟ ଥର ପାଇଁ ଆଉ କୋଚ ହେବାକୁ ଚାହିଁଲେନି ଓ ସେ ଏବେ ଟିଭି ଚ୍ୟାନେଲରେ କ୍ରିକେଟ ଏକ୍ସପଟ ଭୂମିକାରେ ଦେଖାଯାଇପାରନ୍ତି। ସେ ଷ୍ଟାର ସ୍ପୋର୍ଟସକୁ ଏକ ଇଣ୍ଟରଭିଉ ଦେଇଛନ୍ତି ଯେଉଁଥିରେ ସେ ନିଜ କାର୍ଯ୍ୟକାଳ ସମୟରେ ଟିମ ଇଣ୍ଡିଆର କିଛି ଆଶ୍ଚର୍ଯ୍ୟ ସମୟର ନିଜ ରାୟ ଉପସ୍ଥାପନ କରିଛନ୍ତି।

Google

ଏହିପରି ଏକ ଫଇସଲା ଥିଲା ବର୍ଷ ୨୦୧୪ରେ ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି ଅଚାନକ ଟେଷ୍ଟ କ୍ରିକେଟରୁ ଅବସର ନେବା। ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆରେ ବକ୍ସିଙ୍ଗ ଡେ ଟେଷ୍ଟ ଟେଷ୍ଟରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରବି ଶାସ୍ତ୍ରୀ କହିଛନ୍ତି ସେ ଓ ଟିମର ବାକି ଖେଳାଳି ଧୋନିଙ୍କ ଏହି ଫଇସଲା ଦ୍ଵାରା ଆଶ୍ଚର୍ଯ୍ୟ ଥିଲେ। ଶାସ୍ତ୍ରୀ କହିଛନ୍ତି ଆମେ ମେଲବର୍ଣ ଟେଷ୍ଟ ଡ୍ର କରିଥିଲି ଯାହା ପରେ ଧୋନି ଡ୍ରେସିଙ୍ଗ ରୁମକୁ ଆସିଲେ ଓ ସମସ୍ତଙ୍କ ସମ୍ମୁଖରେ କହିଲେକି ଟେଷ୍ଟ କ୍ରିକେଟରୁ ତାଙ୍କ ସମୟ ପୁରା ହେଇଯାଇଛି।

ଶାସ୍ତ୍ରୀ କହିଛନ୍ତି,”ଧୋନିଙ୍କ ଏହି ଫଇସଲା ଶୁଣିବା ପରେ ସବୁ ଖେଳାଳି ନିଜ ଆଡକୁ ଚାହୁଁଥିଲେ କିନ୍ତୁ ଧୋନି ଏହିପରି ହିଁ ଶାନ୍ତ ଖେଳାଳି ଅଟନ୍ତି। ସେ ନିଜର ଏହି ଫଇସଲା ଦ୍ଵାରା ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲେ”। ଶାସ୍ତ୍ରୀ ସେହି ସମୟରେ ଟିମର ଡ଼ାଇରେକ୍ଟର ଥିଲେ କିନ୍ତୁ ସେହି ସମୟରେ ଧୋନିଙ୍କ କୌଣସି ସାଥି ଖେଳାଳିଙ୍କୁ ଏହା ଜଣାନଥିଲାକି ଧୋନି ଟେଷ୍ଟରୁ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଧୋନି ଅତି ସାଧାରଣ ଭାବେ ଆସି ଏହା ଘୋଷଣା କରିଦେଲେ।

Google

୫୯ ବର୍ଷୀୟ ରବି ଶାସ୍ତ୍ରୀ ସେହି ସମୟକୁ ମନେ ପକାଇ କହିଛନ୍ତି,”ଏହା ବହୁତ ଆଶ୍ଚର୍ଯ୍ୟ କଲା ଭଳି ଫଇସଲା ଥିଲା ଯାହା ମେଲବର୍ଣରେ ସେ ନେଇଥିଲେ। ସେ କହିଥିଲେ ଟେଷ୍ଟରୁ ମୋର ସମୟ ଶେଷ। ସେ ମୋ ପାଖୁ ଆସି କହିଲେ ରବି ଭାଇ ମତେ ସବୁ ପିଲାଙ୍କୁ କିଛି କହିବାର ଅଛି। ମତେ ଲାଗୁଥିଲା ଆମେ ଯେଉଁଭଳି ମ୍ୟାଚ ଡ୍ର କରାଇଲୁ ସେହି ବିଷୟରେ କହିବେ। କିନ୍ତୁ ସେ ଆସିଲେ ଓ କହିଲେ ଟେଷ୍ଟ କ୍ରିକେଟରୁ ମୋ ସମୟ ଶେଷ ହୋଇଯାଇଛି।ଟିମର ସବୁ ଖେଳାଳି ଆଶ୍ଚର୍ଯ୍ୟ ଥିଲେ କିନ୍ତୁ ସେ ଧୋନି ଥିଲେ”।

ଶାସ୍ତ୍ରୀ କହିଛନ୍ତିକି ,”ଧୋନି ଜାଣିଥିଲେକି ଆଗାମୀ ଅଧିନାୟକ କିଏ ହେବ। ସେ କେବଳ ସଠିକ ସମୟର ଅପେକ୍ଷା କରିଥିଲେ। ଧୋନି ସୀମିତ ଓଭର କ୍ରିକେଟରେ ନିଜ କ୍ୟାରିଅର ଲମ୍ବା କରିବା ପାଇଁ ଏହି ନିର୍ଣ୍ଣୟ ନେଇଥିଲେ। ତାଙ୍କ ଶରୀର ତାଙ୍କୁ ସଙ୍କେତ ଦେଇଦେଇଥିଲାକି କୌଣସି ଏକ ଫର୍ମାଟରୁ ଛାଡିବା ଦରକାର”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *