ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଶନିବାରକୁ ଏଜବେଷ୍ଟନରେ ଇଂଲଣ୍ଡ ସହ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ୪୯ ରନରେ ବିଜୟ ହାସଲ କରି ସିରିଜ ୨-୦ରେ ହାତେଇଛି। ଭାରତର ଏହି ବିଜୟ ପରର ଭାରତର ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଭାରତୀୟ ଡ୍ରେସିଙ୍ଗ ରୁମରେ ପହଁଚିଥିଲେ। ଏହାର କିଛି ଫଟୋ ବିସିସିଆଇ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

ବିସିସିଆଇ ମହେନ୍ଦ୍ର ସିଂହ ଧୋନିଙ୍କ ଡ୍ରେସିଙ୍ଗ ରୁମର ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ପୁରୁଣା ରୂପରେ ଦେଖାଯାଉଛନ୍ତି। ଏହାକୁ ଦେଖି ଏପରି ଲାଗୁଚି ସେ ଅବସର ନେଇସାରିଛନ୍ତି ସତ କିନ୍ତୁ ଭାରତୀୟ ଟିମରେ ତାଙ୍କ ସ୍ଥାନ ପୂର୍ଵ ପରି ଅଛି।
ଧୋନି ଡ୍ରେସିଙ୍ଗ ରୁମରେ ଭାରତୀୟ ଖେଳାଳିଙ୍କ ସହ ଅନେକ ଦିନ ପର୍ଯ୍ୟନ୍ତ କଥା ହେଇଛନ୍ତି।ବିସିସିଆଇ ଯେଉଁ ଫଟୋ ସେୟାର କରିଛି ସେଥିରେ ୱିକେଟକିପର ଇସାନ କିସନ ତାଙ୍କ କଥା ବହୁତ ଧ୍ୟାନରେ ଶୁଣୁଛନ୍ତି। ବିସିସିଆଇ କ୍ୟାପ୍ସନରେ ମଧ୍ୟ ଲେଖିଛି,”ସମସ୍ତେ ସର୍ଵଦା ଶୁଣିଥାନ୍ତି ତେବେ ମହେନ୍ଦ୍ର ସିଂହ ଧୋନି କିଛି କହିଥାନ୍ତି”।
ଧୋନିଙ୍କ ଏହି ଫଟୋ ଦେଖି ଏପରି ଲାଗୁଛି ଯେପରି ସେ ଏଜବେଷ୍ଟନରେ ଭାରତର ଏହି ବିଜୟର ସାକ୍ଷୀ ଅଟନ୍ତି। ସେ ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ ଇ ବିଜୟ ପରେ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ଡ୍ରେସିଙ୍ଗ ରୁମ ଯାଇଥିଲେ।
Always all ears when the great @msdhoni talks! 👍 👍#TeamIndia | #ENGvIND pic.twitter.com/YKQS8taVcH
— BCCI (@BCCI) July 9, 2022
ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ଭାରତ ତରଫତୁ ଓପନିଙ୍ଗ କରିଥିବା ରିଷଭ ପନ୍ତ ମଧ୍ୟ ଏହି ଖୁସିକୁ ଦୀଗୁଣ କରିଛନ୍ତି। ଗୋଟେ ପଟେ ଭାରତ ସିରିଜ ଜିତିଲା ଅନ୍ୟ ପଟେ ପନ୍ତ ଧୋନିଙ୍କୁ ଭେଟି ପାରିଲେ। ପନ୍ତ ଧୋନିଙ୍କ ସହ ନିଜ ଫଟୋ ଟ୍ୱିଟରରେ ସେୟାର କରି ଲେଖିଛନ୍ତି,”ଡବଲ ବିଜୟ,ଆଗାମୀ ମ୍ୟାଚର ଅପେକ୍ଷା ଅଛି”। ଧୋନିଙ୍କୁ ପନ୍ତ ନିଜ ଆଦର୍ଶ ମାନିଥାନ୍ତି।
ଏହା ପୂର୍ବରୁ ଧୋନି ନିଜ ସାଙ୍ଗଙ୍କ ସହ ବିଲବଣ୍ଡନ ଟେନିସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ ମ୍ୟାଚ ଦେଖୁଥିବା ନଜର ଆସିବେ। ଧୋନି ଗ୍ରେ ବ୍ଲେଜର ଓ ବ୍ଲେକ ସେଡର୍ସ ପିନ୍ଧିଥିଲେ। ତାଙ୍କର ଏହି ଫଟୋ ବିଲବେଣ୍ଡନ ଅଧିକାରୀକ ଟ୍ୱିଟର ଆକାଉଣ୍ଟ ଓ ତାଙ୍କ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ସେୟାର କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।