ଚେନ୍ନାଇ ଛାଡିବେ ଧୋନି? କହିଲେ କେଉଁଠି ଚାହୁଁଛନ୍ତି ସେ ନିଜର ଶେଷ ମ୍ୟାଚ, ବଢ଼ିଲା ଅବସର ଉପରେ ସସପେନ୍ସ

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମେହେନ୍ଦ୍ର ସିଂହ ଧୋନି ୨୦୨୨ ରେ ଶେଷ ମ୍ୟାଚ ଖେଳିବେ କି ଆଗକୁ ଆଉ ଖେଳିବେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ସେ କେଉଁଠି ନିଜର ଶେଷ ମ୍ୟାଚ ଖେଳିବେ ତାହା କହିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁଠି ଧୋନିଙ୍କର ଶେଷ ମ୍ୟାଚ ହେବ। ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୧ ର ଟ୍ରଫି ଜିତିବାର ଉତ୍ସବ ନିଜ ସହର ଚେନ୍ନାଇରେ ପାଳନ କରିଥିଲେ। ସେହି ଆୟୋଜନରେ ଅଧିନାୟକ ଧୋନିଙ୍କ ଛଡା ଚେନ୍ନାଇର ମୁଖ୍ୟ ଏସ ଶ୍ରୀନିବାସ ମଧ୍ୟ ଉପସ୍ଥିତ ଥିଲେ।

Google

ଏହା ସହ ବିସିସିଆଇ ସଚିବ ଜୟ ସାହା ଓ ପୂର୍ଵ କ୍ରିକେଟର କପିଲ ଦେଶ ମଧ୍ୟ ସେହି ଆୟୋଜନରେ ଥିଲେ। ସେହି ସମୟରେ ଧୋନି ନିଜର ଶେଷ ମ୍ୟାଚ ଚେନ୍ନାଇରେ ହେବ ବୋଲି କହିଛନ୍ତି କିନ୍ତୁ ଏହି ସମୟରେ ସେ ନିଜ ସନ୍ୟାସକୁ ନେଇ କୌଣସି କଥା କହିନାହାନ୍ତି। ନିଜ ଶେଷ ମ୍ୟାଚକୁ ନେଇ ମାହି କହିଛନ୍ତି,”ଆଶା କରୁଛି କି ମୋର ଶେଷ ଟି-୨୦ ମ୍ୟାଚ ଚେନ୍ନାଇରେ ହିଁ ହେବ କିନ୍ତୁ ଶେଷ ମ୍ୟାଚ ଆଗାମୀ ବର୍ଷ ହେବ କି ଆଗାମୀ ୫ ବର୍ଷ ପରେ ଏହା ବିଷୟରେ ମତେ ଜଣାନାହିଁ”।

ଧୋନିଙ୍କ ଏହି ବୟାନ ଅଧିକ ସସପେନ୍ସ କରିଦେଇଛି। କାରଣ କଣ ସେ ଆଗାମୀ ୫ ବର୍ଷ ମଧ୍ୟ ଖେଳିପାରନ୍ତି କାରଣ ତାଙ୍କର ଫିଟନେସ ଲେବଲ ମଧ୍ୟ ବହୁତ ଭଲ ରହିଛି। ଏହା ଛଡା ତାଙ୍କ ଚତୁରତା ବୁଝିବା ବହୁତ ଅସମ୍ଭବ କର ତେଣୁ ତେବେ ମାହିଙ୍କୁ ଆଗାମୀ ସିଜନରେ ଖେଳିବା ଉପରେ ସେ କଣ ଭାବୁଛନ୍ତି ପଚରାଯାଇଥିଲା ତାଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଧୋନି କହିଛନ୍ତି,”ଆଇପିଏଲ ୨୦୨୨ ଆରମ୍ଭ ହେବାର ଏବେ ବହୁତ ସମୟ ବାକିଅଛି। ଆଇପିଏଲ ୨୦୨୨ ଏପ୍ରିଲରେ ହେବ ଓ ଏବେ ନଭେମ୍ବର ଚାଲିଛି”।ଧୋନିଙ୍କ ଏହି ବୟାନ ଏବେ ଫ୍ୟାନସଙ୍କୁ ଅସୁବିଧାରେ ପକାଇଦେଇଛି।

ତେଣୁ ଏବେ ଧୋନିଙ୍କ ଆଗାମୀ ପଦକ୍ଷେପ କଣ ହେବ ତାହା ଯାହାକୁ ଜଣାନାହିଁ। କହିରଖିବୁ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଚତ୍ରୁର୍ଥ ଥର ପାଇଁ ଚମ୍ପିୟାନ ହୋଇଥିଲା। ଆଗାମୀ ବର୍ଷ ୧୦ ଟି ଟିମ ଖେଳିବାକୁ ଯାଉଛି ତେଣୁ ଦେଖିବା ବାକି ରହିଲା କଣ ଆଗାମୀ ବର୍ଷ ଚେନ୍ନାଇରେ ତାଙ୍କର ଶେଷ ମ୍ୟାଚ ହେବ।

ହେଲେ ଏହି ବର୍ଷ ରିଟେନ କେଉଁ କେଉଁ ଖେଳାଳିଙ୍କୁ କରିବ ଚେନ୍ନାଇ? ଦଳ ପାଖରେ କେତେକ ମ୍ୟାଚ ୱିନର ଅଛନ୍ତି। ବୋଧ ହୁଏ ସାରଦୁଲ ଠାକୁର ଏବଂ ଦୀପକ ଚାହାର ରିଟେନ ନ ହୋଇ ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *