ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟରେ ପୂର୍ଵ କିଛି ସମୟରୁ କିଛି ଯୁବ ଖେଳାଳି ବହୁତ ପ୍ରଭାବିତ କରିଛନ୍ତି। ଏଥି ମଧ୍ୟରୁ ଜଣେ ହେଉଛନ୍ତି ମହାରାଷ୍ଟ୍ର ତରଫରୁ ଖେଳୁଥିବା ଋତୁରାଜ ଗାୟକବାଡ଼। ସେ ଜଣେ ବଡ ଖେଳାଳି ହୋଇନଥିଲେ ମଧ୍ୟ ସେ ବଡ଼ ବଡ଼ ପାରି ପାଇଁ ଜଣାଯାଇଥାନ୍ତି। ପୂର୍ଵ ଗୋଟେ ବର୍ଷରେ ସେ ଘରୋଇ ମ୍ୟାଚରେ ଶତକ ଜଡିଛନ୍ତି। ଏହି କାରଣ ଅଟେକି ତାଙ୍କୁ ଟିମ ଇଣ୍ଡିଆରେ ଜାଗା ମିଳିବା ସହ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ହୋଇଯାଇଛନ୍ତି। ଆଜି ଋତୁରାଜଙ୍କର ଜନ୍ମ ଦିନ ଅଟେ ଓ ଏହା ତାଙ୍କର ୨୫ ତମ ଜନ୍ମଦିନ ଅଟେ। ସେ ୩୧ ଜାନୁଆରୀ ୧୯୯୭କୁ ପୁନେରେ ଜନ୍ମ ହୋଇଥିଲେ।

ଋତୁରାଜଙ୍କ ପାଇଁ ପୂର୍ଵ ଏକ ବର୍ଷ ବହୁତ ଭଲ ରହିଛି। ତାଙ୍କୁ ପୂର୍ଵ ବର୍ଷ ଶ୍ରୀଲଙ୍କା ବିରୁଦ୍ଧରେ ଇଣ୍ଟରନେସନାଲ କ୍ରିକେଟରେ ଡେଭ୍ୟୁ କରିବାର ମୌକା ମିଳିଥିଲା। ଏହା ପରେ ସେ ଆଇପିଏଲ ୨୦୨୧ ଓ ବିଜୟ ହଜାରେ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଯେଉଁଠି ପାଇଁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ତିନୋଟି ଯାକ ଏକଦିବସିୟରେ ଚୂଡାନ୍ତ ଏକାଦଶରେ ମୌକା ମିଳିନଥିଲା। ତାଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ମଧ୍ୟ ଟିମ ଇଣ୍ଡିଆରେ ଜାଗା ମିଳିଛି ଓ ଆଶା କରାଯାଉଛି ଏଥର ତାଙ୍କୁ ଏକଦିବସିୟରେ ଡେବ୍ୟୁର ମୌକା ମିଳିବ।
୬ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ:
ଋତୁରାଜ ୬ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୦୩ରେ ପୁନେରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମ୍ୟାଚ ହୋଇଥିଲା ଓ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମାକକୁଲମ ସୁନ୍ଦର ତୀଵ୍ର ଅର୍ଦ୍ଧଶତକ ମାରିଥିଲେ। ସେବେ ଋତୁରାଜ ଓ ତାଙ୍କ ବାପା ଗ୍ରାଉଣ୍ଡରେ ବସି ସେହି ମ୍ୟାଚ ଦେଖିଥିଲେ ଓ ତାଙ୍କ ବାପାଙ୍କ ମନରେ ବିଚାର ଆସିଥିଲା କି ପୁଅକୁ ବ୍ୟାଟ୍ସମ୍ୟାନ କରିବେ ତ ବ୍ରେଣ୍ଡନ ମାକକୁଲମଙ୍କ ପରି। ଏହା ପରେ ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଦିଲିପ ବେଙ୍ଗସରକରଙ୍କ ଏକାଡେମୀରେ ତାଙ୍କ ଖେଳର ଆରମ୍ଭ ହୋଇଥିଲା।

ଧୋନି ୬ ବର୍ଷ ପୂର୍ବେ ଦେଇଥିଲେ ଶିକ୍ଷ:
ଋତୁରାଜ ଏଜ ଗ୍ରୁପ କ୍ରିକେଟରୁ ହିଁ ଖେଳକୁ ମଝବୁତ କରିବା ଆରମ୍ଭ କରିଦେଇଥିଲେ। ସେ ୨୦୧୪ରେ ୧୭ ବର୍ଷ ବୟସରେ କୁଚ ବିହାର ଟ୍ରଫିରେ ୧୧ ପାରିରେ ୮୨୬ ରନ କରିଥିଲେ। ଏହା ପରେ ୨୦୧୫ରେ ମଧ୍ୟ ସେ ବଡ଼ ରନ କରିଥିଲେ। ବର୍ଷ ୨୦୧୬ରେ ସେ ଫାଷ୍ଟକ୍ଳାସରେ ଡେବ୍ୟୁ କରିଥିଲେ। ସେହିବର୍ଷ ଝାଡ଼ଖଣ୍ଡ ସହିତ ମ୍ୟାଚର ଠିକ ପୂର୍ବରୁ ବଲ ବାଜିବା କାରଣରୁ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ହୋଇଯାଇଥିଲା।
ସେବେ ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ଟିମର ମେଣ୍ଟର ଥିଲେ। ଆଘାତ କାରଣରୁ ଋତୁରାଜ ମ୍ୟାଚରେ ଓହ୍ଲାଇପାରିନଥିବାରୁ ଦୁଃଖୀଥିଲେ। ସେବେ ଧୋନି ନିଜେ ତାଙ୍କ ପ୍ଲାଷ୍ଟରରେ ଅଟୋଗ୍ରାଫ ଦେଇ ତାଙ୍କ ମନୋବଳ ବଢ଼ାଇଥିଲେ ଓ କହିଥିଲେ କ୍ୟାରିଅରରେ ଏପରି ଅନେକ ଆଘାତର ସାମ୍ନା କରିବାକୁ ହିଁ ପଡିବ। ଯଦି ଭାରତ ପାଇଁ ଖେଳିବାର ଜିଦ ରହିବ ତେବେ ସବୁ କଷ୍ଟ ଦୂର ହୋଇଯିବ।ଧୋନିଙ୍କ ଏହି କଥାକୁ ମାନି ସେ ଆଉ ପଛକୁ ବୁଲି ଦେଖିନାହାଁନ୍ତି।

ବର୍ଷ ୨୦୧୯ରେ ସିଏସକେ କିଣିଥିଲା:
ବର୍ଷ ୨୦୧୯ରେ ଋତୁରାଜଙ୍କୁ ଚେନ୍ନାଇ ସୁପର କିଙ୍ଗସ କିଣିଥିଲା ଓ ଧୋନିଙ୍କ ସହ ଖେଳିବାର ସ୍ୱପ୍ନ ତାଙ୍କର ପୁରା ହୋଇଥିଲା। କିନ୍ତୁ ପ୍ରଥମ ଦୁଇ ସିଜନ ଭଲ ଯାଇନଥିଲା। କିନ୍ତୁ ଧୋନି ତାଙ୍କ ଉପରେ ଭରସା ଦେଖାଇଲେ ଓ ବର୍ଷ ୨୦୨୧ ଆଇପିଏଲରେ ସେ ସବୁଠୁ ଅଧିକ ରନ କରି ଅରେଞ୍ଜ କ୍ୟାପ ପାଇବା ସହ ସିଏସକେକୁ ଚମ୍ପିୟାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।